ଶ୍ରୀକ୍ଷେତ୍ରରେ ଦୀପିକା ଚିଖଲିଆ, ସ୍ୱାମୀଙ୍କ ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

By ETV Bharat Odisha Team

Published : Mar 17, 2024, 3:34 PM IST

thumbnail

Dipika Chikhlia At Jagannath Temple Puri: ପୁରୀ: ଶ୍ରୀକ୍ଷେତ୍ରରେ ରାମାୟଣର ସୀତା ତଥା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ଚିଖଲିଆ । ଏହି ଅବସରରେ ଅଭିନେତ୍ରୀ ସ୍ୱାମୀ ହେମନ୍ତ ଟୋପିୱାଲାଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପାଇ ସେ ବେଶ ଖୁସି ଥିବା କହିଛନ୍ତି । ଅଭିନେତ୍ରୀଙ୍କୁ ଦେଖିବାକୁ ଶ୍ରୀମନ୍ଦିର ନିକଟରେ ଲୋକଙ୍କ ଭିଡ ଜମିଥିଲା । ତେବେ ପୋଲିସ ସୁରକ୍ଷା ମଧ୍ୟରେ ସେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୀର୍ଘ ୩୦ବର୍ଷ ତଳେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିବା କହିଛନ୍ତି । ବର୍ତ୍ତମାନ ଦୀର୍ଘ ବର୍ଷ ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇବାର ସୁଯୋଗ ପାଇଥିବାରୁ ବେଶ ଖୁସି ଥିବା କହିଛନ୍ତି । ଏଥିସହ ସେ ଆହୁରି କହିଛନ୍ତି, ''ଆମ ସନାତନ ଧର୍ମକୁ ଆମେ ବଜାୟ ରଖିବା ଉଚିତ୍ । ଆମ ସନାତନ ଧର୍ମ ବିଶ୍ଵ ବିଦିତ । ରାମ ମନ୍ଦିର ନିର୍ମାଣ ହେବା, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ହେବା ଭକ୍ତଙ୍କୁ ବେଶ ଆନନ୍ଦ ଦେଇଛି ।'' ଏହାପରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ବୋଲି ଜଣାପଡିଛି । ଆସନ୍ତାକାଲି ପୁଣି ମୁମ୍ୱାଇ ଫେରିବେ ଦୀପିକା ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ରାମାୟଣର ‘ସୀତା’, ବୁଲିବେ ପୁରୀ-କୋଣାର୍କ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.