ETV Bharat / state

ଓଡ଼ିଶାରେ ରାମାୟଣର ‘ସୀତା’, ବୁଲିବେ ପୁରୀ-କୋଣାର୍କ

author img

By ETV Bharat Odisha Team

Published : Mar 17, 2024, 1:26 PM IST

ଓଡ଼ିଶାରେ ରାମାୟଣର ସୀତା ଦୀପିକା ଚିଖଲିଆ, ପୁରୀ-କୋଣାର୍କ କରିବେ ପରିଦର୍ଶନ
ଓଡ଼ିଶାରେ ରାମାୟଣର ସୀତା ଦୀପିକା ଚିଖଲିଆ, ପୁରୀ-କୋଣାର୍କ କରିବେ ପରିଦର୍ଶନ

Dipika Chikhlia Visits Odisha: ଓଡ଼ିଶାରେ ପହଞ୍ଚିଛନ୍ତି ରାମାୟଣର ସୀତା ଦୀପିକା ଚିଖଲିଆ । ଭୁବନେଶ୍ୱରରେ ଏୟାରପୋର୍ଟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ରାଜ୍ୟର ପବିତ୍ର ଧାମ ବିଷୟରେ ଆଲୋଚନା କରି ଖୁସିବ୍ୟକ୍ତ କରିଛନ୍ତି ।

ଓଡ଼ିଶାରେ ରାମାୟଣର ସୀତା ଦୀପିକା ଚିଖଲିଆ, ପୁରୀ-କୋଣାର୍କ କରିବେ ପରିଦର୍ଶନ

ଭୁବନେଶ୍ୱର: ଅନେକ ସମୟରେ ଅନେକ ବଲିଉଡ ତାରକା ଓଡ଼ିଶା ଗସ୍ତରେ ଆସିଥାନ୍ତି ଏବଂ ଏଠାକାର ଖାଦ୍ୟ ହେଉ ଅବା କଳା, ସଂସ୍କୃତି ଅବା ବିଭିନ୍ନ ତୀର୍ଥକ୍ଷେତ୍ର ବିଷୟରେ ଭୁରି ଭୁରି ପ୍ରଶଂସା କରିଥାନ୍ତି । ପୂର୍ବରୁ ସୁନୀଲ ସେଟ୍ଟୀ, ନୱାଜୁଉଦ୍ଦିନ ସିଦ୍ଦିକି, ଜରିନ ଖାନ ଏବଂ ଶଙ୍କର ମହାଦେବନ ଭଳି ଅନେକ ବି-ଟାଉନ ସେଲିବ୍ରିଟି ଓଡି଼ଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଓଡ଼ିଶାର ବେଶ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରାମାୟଣର ସୀତା ଭୂମିକାରେ ସମସ୍ତଙ୍କ ମନ ଜିତିଥିବା ବଲିଉଡ ଅଭିନେତ୍ରୀ ଦୀପିକା ଚିଖଲିଆ ଓଡ଼ିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ସେ ରାଜ୍ୟ ବିଷୟରେ ଆଲୋଚନା କରି ଖୁସିବ୍ୟକ୍ତ କରିଛନ୍ତି ।

''ଜଗନ୍ନାଥଙ୍କ ଡୋରି ମୋତେ ଆଜି ଓଡ଼ିଶା ଆଣିଛି''

ଦୀପିକା ପୁରୀ ଜଗନ୍ନାଥ ଧାମ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ପାଇଁ ଓଡ଼ିଶା ଆସିଛନ୍ତି । ଏହି ସମୟରେ ସେ ଆଜି ସକାଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିବା ବେଳେ ଏଠାରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ଏହି ସମୟରେ ସେ ଗଣମାଧ୍ୟମକୁ କଥାବାର୍ତ୍ତା କରି ରାଜ୍ୟର ପବିତ୍ର ଧାମ ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି ''ଓଡ଼ିଶାର ଏହି ପବିତ୍ର ଧାମରେ ପହଁଚି ବହୁତ ଖୁସି ଲାଗୁଛି । ମହାପ୍ରଭୁ ଜଗନ୍ନାଥଙ୍କର ଡାକରା ଆସିଛି ତାଙ୍କ ଡୋରି ଲାଗିଛି ସେଥିପାଇଁ ମୁଁ ତାଙ୍କ ଦର୍ଶନ ପାଇଁ ଆସିଛି । ପୁରୀ ଜଗନ୍ନାଥ ଧାମ ସହ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବି ବୋଲି ସେ କହିଛନ୍ତି ।''

''ସମ୍ବଲପୁର ଶାଢ଼ୀ ମୋର ପ୍ରିୟ''

ସେ ଆହୁରି କହିଛନ୍ତି, ''ଓଡ଼ିଶାର ସମ୍ବଲପୁର ଶାଢ଼ୀ ମତେ ବହୁତ ଭଲ ଲାଗେ ମୁଁ ନିଶ୍ଚୟ ନେଇକି ଯିବି । ମୁଁ ଓଡ଼ିଶାକୁ ବିଶେଷ କରି ପୁରୀକୁ ବହୁତ ଥର ଆସିଛି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି । ଓଡ଼ିଶାର କଳା ଓ ସଂସ୍କୃତି ବିଷୟରେ ମଧ୍ୟ ସେ କହିଛନ୍ତି ଯେ, କେବଳ ଓଡ଼ିଶା ନୁହେଁ ଭାରତ ବର୍ଷର ସବୁ ରାଜ୍ୟର କଳା ସଂସ୍କୃତି ଓ ନୃତ୍ୟ ବେଶ ଉଚ୍ଚକୋଟୀର ଅଟେ । ସବୁ ସ୍ଥାନର କଳା ଏବଂ ସଂସ୍କୃତିର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଏହା ଦେଖି ବହୁତ ଭଲ ଲାଗେ ଯେ, ଆମ ଭାରତ କଳା ସଂସ୍କୃତି ଓ ନୃତ୍ୟରେ ବେଶ ନିପୁଣ ।

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ମା’ ସୀତା

ସୂଚନା ଥାଉ କି, ଅଭିନେତ୍ରୀ ଦୀପିକା ଚିଖଲିଆ 1988ରେ ଟିଭିରେ ପ୍ରସାରିତ ରମାନନ୍ଦ ସାଗରଙ୍କ ସିରିଏଲ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କୁ ଏହି ଚରିତ୍ରରେ ବେଶ ପ୍ରଂଶସା ସାଉଁଟିଛନ୍ତି । ଦୀପିକାଙ୍କ ବ୍ୟତୀତ ଏହି ସିରିଏଲରେ ରାମଙ୍କ ଚରିତ୍ରରେ ଅରୁଣ ଗୋବିଲ ଏବଂ ଲକ୍ଷ୍ମଣଙ୍କ ଭୂମିକାରେ ସୁନୀଲ ଲହରୀ ଅଭିନୟ କରିଥିଲେ । ଏହି ସିରିଏଲ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଧାରାବାହିକକୁ ଆଜି ବି ଲୋକେ ମନେ ରଖିବା ସହ ଏହାର ସମସ୍ତ ଚରିତ୍ରକୁ ସେହି ନାଁରେ ଜାଣିବା ସହ ପୂଜାର୍ଚ୍ଚନା କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡିଶାରେ ବଲିଉଡର ‘ଆନ୍ନା’, ଡାଲମାକୁ କଲେ ଭୂରି ଭୂରି ପ୍ରଶଂସା

ଇଟିଭି ବାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.