WATCH VIDEO: ଅଯୋଧ୍ୟା ରାମ ମନ୍ଦିରରେ ମା’ ସୀତା

By

Published : Jul 25, 2023, 10:27 PM IST

thumbnail

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରରେ ଅଭିନେତ୍ରୀ ଦୀପିକା ଚିଖଲିଆ । ଯିଏକି ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ଧାରାବାହିକରେ ଜାନକୀ ନନ୍ଦିନୀ ତଥା ମା' ସୀତା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ତେବେ ସୁଟିଂ ପାଇଁ ସେ ଧର୍ମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । ରାମଲଲାଙ୍କ ଦର୍ଶନ ପରେ ଦୀପିକା ସିରିଏଲର ସୁଟିଂ କରିଥିଲେ । ସେପଟେ ରାମାୟଣର ମା' ସୀତାଙ୍କୁ ଦେଖି ସ୍ଥାନୀୟ ଲୋକେ ବେଶ ଆନନ୍ଦିତ ହୋଇପଡ଼ିଥିଲେ । ଦୀପିକା ରାମାୟଣରେ ଚମତ୍କାର ଅଭିନୟ କରିବା ପରେ ସାଧାରଣ ଲୋକେ ତାଙ୍କୁ ସାକ୍ଷାତ ସୀତା ବୋଲି ମଧ୍ୟ ଭାବନ୍ତି । ଅନେକ ସ୍ଥାନରେ ଦର୍ଶକମାନେ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳେ । ତେବେ ଦୀପିକାଙ୍କ ଏହା ପ୍ରଥମ ଅଯୋଧ୍ୟା ଗସ୍ତ ବୋଲି ସେ କହିଥିବା ବେଳେ ରାମ ମନ୍ଦିର ପ୍ରତିଷ୍ଠା ସମୟରେ ନିଶ୍ଚିତ ଆସିବେ ବୋଲି କହିଛନ୍ତି । ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ପରେ ସେ ଏତେ ପ୍ରଭାବିତ ହୋଇପଡିଥିଲେ ଯେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ବୋଲି ସେ ନିଜ ଅନୁଭବରେ କହିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.