ବିନା ଶୋଭାଯାତ୍ରାରେ ଆସିଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ଭରିଲେ ନାମାଙ୍କନ - Pradeep Files Nomination

By ETV Bharat Odisha Team

Published : Apr 22, 2024, 3:31 PM IST

thumbnail

Pradeep Files Nomination: ନବରଙ୍ଗପୁର: ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ମାଝୀ । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଆଜି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିନା ଶୋଭାଯାତ୍ରାରେ ଆସି ପ୍ରଦୀପ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚଳିତ ଥର ବିଜେଡି ସାଂସଦ ଭାବେ ସେ ନିଜେ ବିଜୟୀ ହେବା ସହ ନବରଙ୍ଗପୁର ଜିଲ୍ଲାର ଅନ୍ୟ ୪ ବିଧାୟକ ପ୍ରାର୍ଥୀ ବିପୁଳ ମାତ୍ରାରେ ବିଜୟୀ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି, ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଆମ ସଂଗଠନ ମଜବୁତ ଅଛି । ମିଳିମିଶି ବର୍ଷ ବର୍ଷ ଧରି ଲୋକଙ୍କ ପାଇଁ କାମ କରୁଛୁ । ଲୋକେ ଆମ ଉପରେ ନିଶ୍ଚିତ ଆସ୍ଥା ପ୍ରକଟ କରି ଭୋଟ ଦେବେ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.