ETV Bharat / politics

ବ୍ରହ୍ମପୁରରେ ନାମାଙ୍କନ ଭରିଲେ କେ.ଅନିଲ କୁମାର ଓ ସ୍ବାଧୀନ ସାଂସଦ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ - LOK SABHA ELECTION 2024

author img

By ETV Bharat Odisha Team

Published : Apr 20, 2024, 11:01 PM IST

Candidate Files Nomination
Candidate Files Nomination

Candidate Files Nomination: ଆଜି ବ୍ରହ୍ମପୁରରୁ ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଏବଂ ସାଂସଦ ପ୍ରାର୍ଥୀ ଭାବରେ ସ୍ୱାଧିନରେ ଭି.ଚନ୍ଦ୍ରଶେଖର ନାଇଡୁ ନାମଙ୍କନ ପତ୍ର ଦାଖଲ କରିଛନ୍ତି। ଅଧିକ ପଢ଼ନ୍ତୁ,

ନାମାଙ୍କନ ଦାଖଲ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରୁ ନାମାଙ୍କନ ପତ୍ର ଦାଖଲ କଲେ କେ.ଅନିଲ କୁମାର ଏବଂ ଭି. ଚନ୍ଦ୍ରଶେଖର ନାଇଡୁ । ବ୍ରହ୍ମପୁର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ବିଜେପି ଦଳରୁ କେ.ଅନିଲ କୁମାର ନାମାଙ୍କନ ଦାଖଲ କରିଛନ୍ତି । ଅନିଲ ତାଙ୍କ ସମର୍ଥକଙ୍କ ଉପସ୍ଥିତିରେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବ୍ରହ୍ମପୁର ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଭାବରେ ସ୍ୱାଧିନରେ ଭି.ଚନ୍ଦ୍ରଶେଖର ନାଇଡୁ ସମର୍ଥକ ଓ ପ୍ରସ୍ତାବକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବ୍ରହ୍ମପୁର ସହରର ଗାନ୍ଧୀନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ଅନିଲ କୁମାର ବାହାରି ବ୍ରହ୍ମପୁର ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ପହଞ୍ଚିବା ସେଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମଙ୍କନ ଦାଖଲ ପରେ ବ୍ରହ୍ମପୁର ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ କରିବାର ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ବ୍ରହ୍ମପୁର ସହରରେ ବର୍ଷ ବର୍ଷ ଧରି ଲାଗି ରହୁଥିବା ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ଏମ୍.କେ.ସି.ଜିର ଅବ୍ୟବସ୍ଥା, ଦୀର୍ଘ ଦିନର ଦାବି ରହିଥିବା ରିଙ୍ଗ୍ ରୋଡ, କମିଶନରେଟ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏବଂ ପ୍ରେମନଗର ରାସ୍ତାର ସମସ୍ୟା ଭଳି ପ୍ରମୁଖ ସମସ୍ୟାର ସମାଧାନ କରିବାକୁ ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ପ୍ରଥମ ଦିନରେ ନାମାଙ୍କନ ଭରିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ - Mohana Assembly Constituency

ଅନ୍ୟପଟେ ଭି. ଚନ୍ଦ୍ରଶେଖର ନାଇଡୁ ନିଜର ସମର୍ଥକ ଓ ପ୍ରସ୍ତାବକଙ୍କ ଗହଣରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଟିକେଟ ପାଇଥିବା ଚନ୍ଦ୍ରଶେଖର ଚଳିତ ବର୍ଷ ସ୍ଵାଧୀନ ପ୍ରାର୍ଥୀ ଭାବରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ିବେ । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଅନେକ ବ୍ୟକ୍ତିବିଶେଷ ମାନେ ରହିଥିବା ବେଳେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ତାଙ୍କୁ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ବାରମ୍ୱାର ଅନୁରୋଧ ପରେ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ସେ ସ୍ୱାଧିନ ଭାବରେ ପ୍ରତିଦ୍ୱନ୍ଦ୍ବିତା କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସାଧାରଣ ଜନତାଙ୍କ ନିକଟରେ ପ୍ରକୃତ ପ୍ରାର୍ଥୀଙ୍କୁ ବିଜୟୀ କରି ଦେଶର ସଂସଦକୁ ପଠାଇଲେ ନିଜ ଅଞ୍ଚଳର ସମସ୍ୟାର ସମାଧାନ ହେବା ସହିତ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ବୋଲି କହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.