ପ୍ରଥମ ଦିନରେ ନାମାଙ୍କନ ଭରିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ - Mohana Assembly Constituency

By ETV Bharat Odisha Team

Published : Apr 18, 2024, 7:23 PM IST

thumbnail

Congress MLA Candidate Files Nomination: ପାରଳାଖେମୁଣ୍ଡି: ଆଜି ଠାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଜି ଠାରୁ ଆରମ୍ଭ କରି ଆସନ୍ତା ୨୫ ତାରିଖ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ପ୍ରଥମ ଦିନରେ ମାତ୍ର ଗୋଟିଏ ପ୍ରାର୍ଥୀଙ୍କର ନାମାଙ୍କନ ଦାଖଲ ହୋଇଛି । ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ଦାଶରଥୀ ଗମାଙ୍ଗ ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି । ଦାଶରଥୀ ନିଜର ସମର୍ଥକମାନଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ନାମାଙ୍କନ ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ - LOK SABHA ELECTION 2024

ପ୍ରାର୍ଥୀପତ୍ର ଦାଖଲ ପରେ ଦାଶରଥୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମା’ ମାଣିକେଶ୍ବରୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଦାଖଲ କରିବାକୁ ଆସିଛି । ଗତ ୫ବର୍ଷ ଧରି ବିଧାୟକ ହେବା ଦିନ ଠାରୁ ଲୋକଙ୍କ ସେବା କରିଆସୁଛି । ତେଣୁ ମୋ ପ୍ରତି ଲୋକଙ୍କ ସମର୍ଥନ ରହିଛି । ଚଳିତ ନିର୍ବାଚନରେ ବିଜୟୀ ହେଲେ ମୋହନା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବି । ଲୋକଙ୍କ ତାଙ୍କ ପ୍ରତି ଥିବା ସମର୍ଥନକୁ ପାଥେୟ କରି ଏଥର ମଧ୍ୟ ବିଜୟୀ ହେବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ନିର୍ବାଚନରେ ଦାଶରଥୀ ନିଜର ବିଜେଡି ପ୍ରତିଦ୍ବନ୍ଦୀ ପୂର୍ଣ୍ଣବାସୀ ନାୟକଙ୍କୁ ୨୩୫୪ ଖଣ୍ଡ ଭୋଟରେ ହରାଇଥିଲେ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.