ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ - Biramitrapur Assembly constituency

By ETV Bharat Odisha Team

Published : May 1, 2024, 10:22 PM IST

Updated : May 2, 2024, 11:25 AM IST

thumbnail

Biramitrapur Assembly constituency: ରାଉରକେଲା: ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଜମୁଛି ନିର୍ବାଚନ ତାତି। ଆଜି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ । ରାଉରକେଲା ଉଦିତନଗର ମହାନଗର ନିଗମ ଅଫିସ ଛକ ଠାରୁ ପାନପୋଷ ITDA ଅଫିସ ପର୍ଯ୍ୟନ୍ତ ନିଜ ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରା କରିଥିଲେ ରୋହିତ । ସହର ପରିକ୍ରମା ପରେ ଆସି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୋହିତ ।      

ଏହା ମଧ୍ୟ ପଢ଼ନ୍ତୁ.. ବଲାଙ୍ଗୀରରେ ବିଜେଡିର ବିଶାଳ ଶୋଭାଯାତ୍ରା, ନାମାଙ୍କନ ଭରିଲେ କଳିକେଶ ଓ ସୁରେନ୍ଦ୍ର - BJD Rally In Balangir

ଖରାକୁ ଖାତିର ନକରି ଆସି ବିଜେଡି ପାଇଁ ସମର୍ଥନ ଦେଇଥିବାରୁ ରୋହିତ ଜୋସେଫ ତିର୍କୀ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଏଥର ବିପୁଳ ଜନ ସମର୍ଥନ ଲୋକଙ୍କ ପକ୍ଷରୁ ମିଳୁଛି ଏବଂ ରାଜ୍ୟ ସରକାରଙ୍କ ବିକାଶର ଧାରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲ ପାଇବା ଆଜି ଏହି ସମର୍ଥନ ଆଣିଛି । ଗତ ପାଞ୍ଚ ବର୍ଷରେ ଏଠାରୁ ନିର୍ବାଚିତ ବିଜେପି ବିଧାୟକ ବିଧାନସଭା କ୍ଷେତ୍ରରୁ ଦୂରେଇ ରାଉରକେଲାରେ ରହିଲେ ଫଳରେ ଲୋକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ତେଣୁ ଏଥର ଲୋକେ ନିଶ୍ଚିତ ମୋତେ ଭରସା କରିବେ । ତେବେ ବୀରମିତ୍ରପୁରର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପୁଅ ହେଉଛନ୍ତି ରୋହିତ ଜୋସେଫ ତିର୍କୀ ।

ଇଟିଭି ଭାରତ, ରାଉରକେଲା 

Last Updated : May 2, 2024, 11:25 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.