ETV Bharat / politics

ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା, ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍ - Balangir Election History

author img

By ETV Bharat Odisha Team

Published : May 1, 2024, 9:17 PM IST

ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା , ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍
ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା , ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍

BALANGIRI POLITICS: ନିର୍ବାଚନରେ ଆଉ ଦେଖିବାକୁ ମିଳୁନାହିଁ ସାଇକେଲ ଏବଂ ରିକ୍ସାର ବ୍ୟବହାର । ହଜି ଯାଇଛି କଳାଧଳା ପୋଷ୍ଟର । ଆସନ୍ତୁ ଜାଣିବା ପୂର୍ବରୁ ବଲାଙ୍ଗୀରରେ କିଭଳି ଥିଲା ରାଜନୈତିକ ହାଲଚାଲ୍ । ଅଧିକ ପଢନ୍ତୁ

ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା , ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍

ବଲାଙ୍ଗୀର: ସମୟ ସହ ପରିବର୍ତ୍ତନ ହେଉଛି ସବୁ । ସମୟ ବଦଳିବା ସହ ବଦଳୁଛି ନିର୍ବାଚନ ପ୍ରଚାର ପ୍ରସାର ମାଧ୍ୟମ । ପୂର୍ବରୁ କ'ଣ ଥିଲା ? ଏବେ କ'ଣ ରହିଛି ସ୍ଥିତି ? କାହାର ହୋଇଛି ବିକାଶ ? ଏଭଳି ଅନେକ ପ୍ରଶ୍ନ ଆସେ ଯେତେବେଳେ ନିର୍ବାଚନ ଋତୁ ଆସେ । ପୂର୍ବରୁ ନେତା କେତେ କସରତ କରୁଥିଲେ ଏବଂ କ'ଣ ରହିଥିଲା ପ୍ରଚାର ପ୍ରସାର ମାଧ୍ୟମ ? ବଲାଙ୍ଗୀରରେ ରାଜନୀତି ଆଗରୁ କେମିତି ଥିଲା ଏବଂ ଏବେ କେମିତି ଅଛି ? ଏଠି ଜନତାଙ୍କ ମୁଡ ବଦଳୁ ଥିବାବେଳେ ନେତା ମଧ୍ୟ ତାଙ୍କର ଚାଲ ବଦଳାଇଛନ୍ତି ।

ବଲାଙ୍ଗୀର ପୂର୍ବରୁ ପାଟଣା ରାଜ୍ୟ ଭାବରେ ପରିଗଣିତ ହୋଇ ଆସିଥିଲା । ଏଠାରେ ରାଜାରାଜୁଡା ଶାସନ ଚାଲୁଥିଲା । ଲୋକେ ନିଜର ଅଧିକାର ଜାଣି ନ ଥିଲେ । ଭାରତ ସ୍ୱାଧୀନ ହେବା ପରେ ଆରମ୍ଭ ହୋଇଥିଲା ନିର୍ବାଚନ ପ୍ରକ୍ରିୟା । ସେହି ସମୟରେ କିଛି ହାତ ଗଣତି ନେତା ଥିଲେ । ଲୋକେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିନିଧି ବାଛୁଥିଲେ । ଲୋକେ ଯାହାକୁ ଥରେ ବିଶ୍ୱାସ କରୁଥିଲେ, ପିଢ଼ି ପରେ ପିଢ଼ି ତାଙ୍କୁ ହିଁ ନିର୍ବାଚିତ କରି ଆସୁଥିଲେ । ଲୋକ ସେହି ନେତାଙ୍କୁ ବିଶ୍ୱାସ କରୁଥିଲେ ନା ତାଙ୍କର ଅନୁଗତ ଥିଲେ । ତାହା ଆହୁରି ତର୍ଜମା ଆବଶ୍ୟକ ରହିଛି । ହେଲେ ଗୋଟିଏ କଥା ସ୍ପଷ୍ଟ ଯେ ସେ ସମୟରେ ସମସ୍ୟା ଅନେକ ଥିଲା ।

ରାଜନୈତିକ ଦଳମାନଙ୍କର ଏକ ସ୍ଵତନ୍ତ୍ର ଚିନ୍ତାଧାରା ଥିଲା । ନେତା ପାଖରେ ଭୋଟ ପ୍ରଚାର ପାଇଁ ଆଜିର ଭଳି ସାଧନ ନ ଥିଲା । ଆଶାୟୀ ପ୍ରାର୍ଥୀମାନେ ସେ ସମୟରେ ସାଇକେଲ, ରିକ୍ସାରେ ପ୍ରଚାରକୁ ଯାଉଥିଲେ । ଆଜିର ଭଳି ଏଲଇଡ଼ି ସ୍କ୍ରିନ ପୋଷ୍ଟର ବ୍ୟାନର ନ ଥିଲା । କାନ୍ଥ ଲେଖା ଓ କଳାଧଳା ପୋଷ୍ଟର ହିଁ ପ୍ରଚାରର ମାଧ୍ୟମ ଥିଲା । ପ୍ରାର୍ଥୀମାନେ ଗାଁ ଗାଁ ବୁଲିବା ପାଇଁ ଆଜି ଭଳି ଲମ୍ବା ଗାଡିର ପଟୁଆରା ନ ଥିଲା । ସେମାନେ ଗୋଟିଏ ଗାଁ ଗଲେ ସେଠି ରାତି ଶୋଇ ଭୋଟ ପ୍ରଚାର କରୁଥିଲେ । ଲୋକ ମଧ୍ୟ ସେ ସମୟର ପ୍ରାର୍ଥୀ ତାର ଚିନ୍ତା ଧାରା ତାର ଲୋକ ପ୍ରିୟତାକୁ ଦେଖି ଭୋଟ ଦେଇ ଆସୁଥିଲେ । ପ୍ରଚାର ସମୟରେ ତାଙ୍କୁ ନିଜ ସୁବିଧା ଅସୁବିଧା ପୁରଣ ପାଇଁ କହୁଥିଲେ ।

ଏବେ ସମୟ ବଦଳିଛି । ଲୋକ ଶିକ୍ଷିତ ହୋଇଛନ୍ତି । ଲୋକଙ୍କ ପାଖରେ ହାତ ପାହାନ୍ତରେ ସବୁ ତଥ୍ୟ ପହଞ୍ଚୁଛି । ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଆଜିର ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓ ଓହ୍ଲାଉଛନ୍ତି । ମୋବାଇଲ, ଟିଭି, ସମ୍ବାଦ ପତ୍ର ଇତ୍ୟାଦି ଏବେ ପ୍ରଚାର ପାଇଁ ବେଶ୍ ସହାୟକ ହେଉଛି । ସେହିପରି ଭୋଟରଙ୍କୁ ପ୍ରାର୍ଥୀ ନିଜର ଉଦ୍ଦେଶ୍ୟ ଓ ଦଳର ଉଦ୍ଦେଶ୍ୟ ଜଣାଇବା ପାଇଁ ମଧ୍ୟ ଅନେକ ପନ୍ଥା ଏବେ ହାତରେ ଅଛି । ସେହିପରି ଏବେକାର ସ୍ମାର୍ଟ ଭୋଟରଙ୍କ ପାଇଁ ନେତାଙ୍କୁ ମଧ୍ୟ ସ୍ମାର୍ଟ ହେବାକୁ ପଡିଛି । ତେବେ ଅଞ୍ଚଳ ପାଇଁ କାମ ବିକାଶ ସେବା ଭଳି ମୁଦ୍ଦା ଆଜି ବି ମୁଖ୍ୟ ଥିବାବେଳେ ଭୋଟର ଯେଉଁ ଦଳ କିମ୍ବା ପ୍ରାର୍ଥୀଙ୍କ ଉପରେ ବିଶ୍ୱାସ କରନ୍ତି ତାଙ୍କୁ ହେଇ ନିର୍ବାଚିତ କରୁଛନ୍ତି । ସେପଟେ ଏବେ ଭୋଟର ସଂଖ୍ୟା ବଢିଛି । ସେ ସମୟ ଓ ଏ ସମୟର ନିର୍ବାଚନ ମଧ୍ୟରେ ଏବେ ଅନେକ ଫରକ ଆସିଥିବା କହିଛନ୍ତି କିଛି ପୂର୍ବତନ ନେତା ।

ଏହା ମଧ୍ୟ ପଢନ୍ତୁ ....ବଲାଙ୍ଗୀର ଲୋକସଭା ଆସନ: ନାମାଙ୍କନ ଭରିଲେ ବିଜେପି ଓ ଏସୟୁସିଆଇ ସାଂସଦ ପ୍ରାର୍ଥୀ - Balangir Lok Sabha Constituency

ରାଜା ରାଜୁଡା ଶାସନ ଉପରେ ଲୋକଙ୍କ ବିଶ୍ବାସ ରହିଥିଲା: କିଛି ପୁରୁଖା ନେତା ସେ ସମୟର ରାଜନୀତି ଉପରେ ମତ ରଖି ବହୁ ଫରକ ଆସିଥିବା କଥା କହିଛନ୍ତି । 1985 ମସିହାରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ସଇଁତଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଥିବା ପୂର୍ବତନ ବିଧାୟକ କଂଗ୍ରେସ ନେତା ରାଧାକାନ୍ତ ପଣ୍ଡା କହିଛନ୍ତି,"ଏବେ ରାଜନୀତିରେ ବହୁ ପରିବର୍ତ୍ତନ ଆସିଛି । ସେ ସମୟରେ ସାଇକେଲରେ ନେତା ପ୍ରଚାର କରୁଥିଲେ । ସେହିପରି ପୂର୍ବରୁ ଏଠି ରାଜା ରାଜୁଡା ଶାସନ ପାଇଁ ରାଜାଙ୍କ ଉପରେ ଲୋକଙ୍କ ବିଶ୍ୱାସ ରହି ଆସିଥିଲା । ପରେ ଲୋକ ଦଳ ଓ ବ୍ୟକ୍ତିଙ୍କୁ ଦେଖୁଥିଲେ । ସେ ସମୟରେ ନିର୍ବାଚନ ଖର୍ଚ୍ଚ ବହୁ କମ୍ ଥିଲା, ଲୋକଙ୍କ ମଧ୍ୟରେ ଏବେକାର ଭଳି ରାଜନୀତି ନଥିଲା । କମ୍ ପ୍ରଚାର ପ୍ରସାର ନିର୍ବାଚନ ହୋଉଥିଲା । ଲୋକେ ଏକ ଦଳର ସ୍ୱତନ୍ତ୍ର ଚିନ୍ତାଧାରାକୁ ଦେଖି ଭୋଟ ଦେଉଥିଲେ । ଦଳଗୁଡିକ ଧନୀ ହୋଇଛନ୍ତି ତେଣୁ ନିର୍ବାଚନରେ ଟଙ୍କା ଖର୍ଚ୍ଚର ପ୍ରତିଦ୍ବନ୍ଦିତା ମଧ୍ୟ ବଢିଛି । "

ରାଜାଙ୍କୁ ଭଗବାନ ଭଳି ମାନୁ ଥିଲେଲୋକେ: ସେହିପରି ଆଉ ଜଣେ ପ୍ରାର୍ଥୀ ବିକ୍ରମ ବହିଦାର କହିଛନ୍ତି," ବଲାଙ୍ଗୀରରେ ରାଜା ବିରୋଧରେ କେହି ଛିଡା ହେବାକୁ ଭୟ କରୁଥିଲେ । କାରଣ ହାରିବାର ନିଶ୍ଚିତ ଥିଲା । ଲୋକେ ଏଠି ରାଜାଙ୍କୁ ଭାଗବାନ ଭଳି ମାନୁଥିଲେ । ମୁଁ ପ୍ରଥମ ବ୍ୟକ୍ତି କଂଗ୍ରେସ ତରଫରୁ ଏଠି ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିଥିଲି । ମୋ ସମୟରେ ଭୋଟର କେବେ ଟଙ୍କା ମାଗୁ ନ ଥିଲେ । ହେଲେ ଗାଁ କିମ୍ବା ବିଭିନ୍ନ ସଂଗଠନ କିଛି ସାମଗ୍ରୀ ଦାବି କରୁଥିଲେ । ତାହା ପୁଣି ଅତି ଛୋଟ ଛୋଟ ସାମଗ୍ରୀ ଯାହା ଦ୍ୱାରା ସେମାନେ ସାମୁହିକ ଭାବରେ ଉପକୃତ ହେଉଥିଲେ । ଏବେ ସବୁଠି ମଦ ମାଂସ ଓ ଟଙ୍କାର ଦାବି ହେଉଛି କିମ୍ବା ଆଜିର ନେତା ସେମାନଙ୍କୁ ତାର ଅଭ୍ୟସ୍ତ କରିଛନ୍ତି । ନେତା ଓ ଲୋକଙ୍କ ମଧ୍ୟରେ ଆଉ ସୁସମ୍ପର୍କ ନାହିଁ ।"

ମାଟି ପାଇଁ ଦରଜ ନାହିଁ: ତେବେ ଆଜିର ଅନେକ ଯୁବ ନେତା ଏବେ ନିର୍ବାଚନ ମୈଦାନକୁ ଆସିଛନ୍ତି । କିଛି ନୂଆ ଥିବାବେଳେ କିଛି ପୁରୁଖା ନେତା ପରିବାରର ନୂଆ ପିଢ଼ି ଆକାରରେ ମୈଦାନକୁ ଓହ୍ଲାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାତି ତଥା ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ କହିଛନ୍ତି," ମୁଁ ଅଜାଙ୍କ ଯୁଗର ରାଜନୀତି ଦେଖି ନାହାନ୍ତି ହେଲେ ସବୁ ଶୁଣିଛି । ସେ ସମୟରେ ଏକ ନିର୍ଦ୍ଦିିଷ୍ଟ ଚିନ୍ତାଧାରା ଉପରେ ରାଜନୀତି ହେଉଥିଲା । ଯାହା ସ୍ୱଚ୍ଛ ଥିଲା । ମୋ ଅଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ସେ ସମୟରେ ପ୍ରଥମେ ସାଂସଦ ଥିଲେ । ସେ ସମୟରେ ଓଡ଼ିଆ ଭାଷା କହିଥିବା କିଛି ଅଞ୍ଚଳ ବିହାର ଓ ଅନ୍ୟ ରାଜ୍ୟରେ ମିଶିବାରୁ ସେ ତାକୁ ବିରୋଧ କରି ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଯାହା ଆଜି କୌଣସି ନେତାଙ୍କ ଠାରେ ଏପରି ମାଟି ପାଇଁ ଦରଜ ହେଖା ଯାଉନାହିିଁ । ଆଗରୁ ପ୍ରଚାର ପାଇଁ ଏତେ ଗାଡି କିମ୍ବା ଖର୍ଚ୍ଚ କରିବାକୁ ପଡୁ ନଥିଲା । ହେଲେ ଏବେ ଅନେକ ମାଧ୍ୟମ ଏଥିରେ ଯୋଡି ହୋଇଛି । ସେହିପରି ଏବେକାର ରାଜନୈତିକ ଦଳ ସବୁ ପ୍ରାୟତଃ ସମାନ ଚିନ୍ତାଧାରା ରଖିଛନ୍ତି । "

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.