ବଲାଙ୍ଗୀର ଲୋକସଭା ଆସନ: ନାମାଙ୍କନ ଭରିଲେ ବିଜେପି ଓ ଏସୟୁସିଆଇ ସାଂସଦ ପ୍ରାର୍ଥୀ - Balangir Lok Sabha Constituency

By ETV Bharat Odisha Team

Published : Apr 29, 2024, 10:45 PM IST

thumbnail

Balangir Lok Sabha Constituency ବଲାଙ୍ଗୀର: ରାଜ୍ୟରେ ନାମାଙ୍କନ ପତ୍ର ଦାଖଲ ପର୍ବ ଚାଲିଥିବା ବେଳେ ଆଜି (ସୋମବାର) ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ସାଂସଦ ପ୍ରାର୍ଥିନୀ ସଂଗୀତା କୁମାରୀ ସିଂଦେଓ ନିଜ ନାମାଙ୍କନ ଭରିଛନ୍ତି । ସେହିପରି ଏସୟୁସିଆଇର ପ୍ରାର୍ଥୀ ସୁନୀଲ ଭୋଇ ମଧ୍ୟ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । 


ଆଜି ନାମାଙ୍କନର ଚତୁର୍ଥ ଦିନରେ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀମାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥିନୀ ସଂଗୀତା କୁମାରୀ ସିଂହ ଦେଓ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶେଭାଯାତ୍ରାରେ ଆସି ବଲାଙ୍ଗୀର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଏହି ଅବସରରେ ସଂଗୀତା କୁମାରୀ ସିଂଦେଓ କହିଛନ୍ତି, "ମୋଦି ଗ୍ୟାରେଣ୍ଟି ଓ ମୋଦି ଲହର ଏଥର ନିର୍ଣ୍ଣାୟକ ହେବ । ମୋଦିଙ୍କ ନାଁରେ ଲଢେଇ କରୁଛୁ ଓ ସଫଳ ହେବୁ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା ପରେ କିଛି ଫରକ ପଡିବ ନିଶ୍ଚୟ, ହେଲେ ଆମର ପ୍ରାର୍ଥୀ ଓ ଦଳ ମଜବୁତ ଅଛି । ଯାହା ସମସ୍ୟା କରିବ ନାହିଁ । ଏଥର ନିର୍ବାଚନ ଓ ପ୍ରଚାର ଖୁବ ରୋଚକ ହେବ ।"
ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀରେ କଂଗ୍ରେସରେ ଦଳ ଛାଡୁଛନ୍ତି ନେତାଏ, କିଛି ପ୍ରଭାବ ପଡିବନି କହିଲେ ସମରେନ୍ଦ୍ର - Balangir Congress

ସେହିପରି ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଏସୟୁସିଆଇର ସାଂସଦ ପ୍ରାର୍ଥୀ ସୁନୀଲ ଭୋଇ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏନେଇ ସୁନୀଲ କହିଛନ୍ତି ଯେ, ସେ 15 ବର୍ଷ ଧରି ଲୋକଙ୍କ ସମସ୍ୟା ନେଇ ଆନ୍ଦୋଳନ କରୁଛନ୍ତି । ସେ ଏହି ଅଞ୍ଚଳର ଜଳ ସେଚନ, ଶିକ୍ଷା ସ୍ୱାସ୍ଥ୍ୟ ଓ ନିଯୁକ୍ତି ସହ ଦାଦନ ସମସ୍ୟା ପାଇଁ କାମ କରିବେ । ଗାଁ ଗାଁରେ ପ୍ରଚାର କରୁଥିବା ବେଳେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ।


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.