ନାମାଙ୍କନ ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ - LOK SABHA ELECTION 2024

By ETV Bharat Odisha Team

Published : Apr 18, 2024, 5:23 PM IST

thumbnail

ନବରଙ୍ଗପୁର: ଆଜିଠାରୁ ଆରମ୍ଭ ହୋଇଛି ନିର୍ବାଚନ ପାଇଁ ନୋମିନେସନ ବା ନାମାଙ୍କନ ପ୍ରକ୍ରିୟା । ଏଥିପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ । ଭୁଜବଳ ମାଝୀ କଂଗ୍ରେସ ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ତାଙ୍କର ଶୁଭବେଳା ଦେଖି ଆଜି ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭୁଜବଳ କହିଛନ୍ତି ଯେ ନୋମିନେସନ ପରେ ସେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିବେ । 

ଏହା ମଧ୍ୟ ପଢନ୍ତୁ... ମାଲକାନଗିରିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ବିଶାଳ ବାଇକ ରାଲି ସହ ପ୍ରଚାର କଲେ ଭୁଜବଳ ମାଝୀ - Odisha Lok Sabha Election 2024

ପ୍ରତି ଗାଁ ଓ ବ୍ଲକରେ ନିଜର ପ୍ରଚାରକାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ପାଇବେ । ଲୋକଙ୍କ ନିକଟକୁ କଂଗ୍ରେସର ୨୫ ଗ୍ୟାରେଣ୍ଟିକୁ ଆଧାର କରି ଲୋକଙ୍କ ନିକଟକୁ ଯିବେ । ତେବେ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରି ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ । ଆସନ୍ତା ମେ ୧୩ ତାରିଖରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ହେବାକୁ ଅଛି ।   

ଇଟିଭି ଭାରତ, ନବରଙ୍ଗପୁର   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.