ଜନ ସମାବେଶ କରି ଅସନ୍ତୋଷ ବ୍ୟକ୍ତ କଲେ ବିଜେପି ଆଶାୟୀ ବିଜୟ ସେଠୀ - Jana Ashribad Samabesh

By ETV Bharat Odisha Team

Published : May 1, 2024, 10:23 PM IST

thumbnail

Bijay Sethi: ବାଲେଶ୍ୱର: ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ନେଇ ବଢିଛି ଅସନ୍ତୋଷ । ଯାହା ପାଇଁ ଆଶାୟୀ ବିଜୟ ସେଠୀ ରେମୁଣା ମନ୍ଦିର ଛକ ନିକଟରେ ଜନ ଆଶୀର୍ବାଦ ସମାବେଶ କରିଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ବହୁ ସମର୍ଥକ ଯୋଗଦେଇଥିଲେ । ଗତ 6 ମାସ ଧରି ନିଜ ଚାକିରି ଛାଡି ରେମୁଣା ଅଞ୍ଚଳରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ବିଜୟ । 6 ମାସ ଧରି ସେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କୁ ଭେଟିଥିବା ବେଳେ ତାଙ୍କ ଉପରେ ଆସ୍ଥା ପ୍ରକଟ ନକରି ଗୋବିନ୍ଦ ଦାସଙ୍କୁ ପ୍ରାର୍ଥୀ କରିଥିବା କାରଣରୁ ବରିଷ୍ଠ କାର୍ଯ୍ୟକର୍ତ୍ତା ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି।  

ଏହା ମଧ୍ୟ ପଢ଼ନ୍ତୁ.. ବିଜେପି ଛାଡିଲେ ଅଭିମନ୍ୟୁ ମଲ୍ଲିକ, ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ନିର୍ବାଚନ - Niali Independent Candidate

ରେମୁଣାରେ ବିଜେପିର ରାଜ୍ୟ ନେତୃତ୍ୱ ବିଧାୟକ ପ୍ରାର୍ଥୀ ବାଛିବା ପୂର୍ବରୁ କୌଣସି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶ ନେଇ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏମିତି ସମାବେଶ କରି ଦଳର ବରିଷ୍ଠ ନେତାମାନଙ୍କୁ ନିଜର କ୍ଷୋଭ ଜଣାଇଛନ୍ତି ବିଜୟ । ସେ ଦଳରେ ଅଛନ୍ତି ଏବଂ ଆଗାମୀ ଦିନରେ ସ୍ୱାଧୀନ ଭାବେ ଲଢ଼ିବେ କି ନାହିଁ ସ୍ପଷ୍ଟ କରି ନାହାନ୍ତି ବରଂ କାର୍ଯ୍ୟକର୍ତ୍ତା ମାନଙ୍କ ପରାମର୍ଶ ନେଇ ଆଗାମୀ ଦିନରେ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହା କୌଣସି ଅସନ୍ତୋଷ ନୁହେଁ ବରଂ କ୍ଷୋଭ ଯାହା ଦଳର ବରିଷ୍ଠ ନେତାମାନେ କିଛି ନପଚାରି ପ୍ରାର୍ଥୀ ଚୟନ କରିଛନ୍ତି ତାହା କଷ୍ଟ ଦେଇଛି ବୋଲି କହିଛନ୍ତି ରେମୁଣାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ । ଏହାସହ ନିଷ୍ପତ୍ତି ବଦଳାଇବାକୁ କର୍ମୀମାନେ ମଞ୍ଚରୁ ଆହ୍ୱାନ ଦେଇଥିଲେ ।  

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.