ବେଗୁନିଆରେ ଦମ ଦେଖାଇଲେ ବିଜେଡି ପ୍ରାର୍ଥୀ - BJD ELECTION CAMPAIGN

By ETV Bharat Odisha Team

Published : May 13, 2024, 9:27 PM IST

thumbnail
ବେଗୁନିଆରେ ଦମ ଦେଖାଇଲେ ବିଜେଡି ପ୍ରାର୍ଥୀ (ETV Bharat Odisha)

BJD Election Campaign In Begunia Assembly: ଖୋର୍ଦ୍ଧା: ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ବେଗୁନିଆରେ ହେବ ନିର୍ବାଚନ । ଏନେଇ ସମସ୍ତ ପ୍ରସ୍ତୁତି ନିର୍ବାଚନ କମିଶନଙ୍କ ପକ୍ଷରୁ ଶେଷ ହୋଇଛି । ଦଳୀୟ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ନିଜ ନିଜ ସମର୍ଥକଙ୍କୁ ଧରି ଜୋରଦାର ପ୍ରଚାର ଆରମ୍ଭ କରି ଦେଲେଣି । ସେହିଭଳି ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ବିଧାନସଭା ଓ ଲୋକସଭା ପ୍ରାର୍ଥୀ । ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଓ ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ବେଗୁନିଆର ସାରୁଅ ଠାରୁ ବାଇକ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ଗାଁକୁ ଗାଁ ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ଜନସାଧାରଣ ନିବେଦନ କରିଥିବା ଦେଖିବାକୁ ମିଳିଛି । 

ଏହା ମଧ୍ଯ ପଢ଼ନ୍ତୁ...ପାଣ୍ଡିଆନଙ୍କୁ ବିଜେଡିର ସାନବାବୁ କହି ଟାର୍ଗେଟ କଲେ ଅପରାଜିତା - Aparajita Targets Pandian

ଆଜି ବେଗୁନିଆର 22 ନଂ ଜୋନର ସାରୁଅ, ବାଘମାରୀ, ସିମୋର, ବଡବେରଣା, ପୋଡାଡ଼ିହ, ପଙ୍ଗାରସିଂହ ଓ କଣ୍ଟାବାଡ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଦୀପ ଓ ମନ୍ମଥ  । ଏହି ପରିପେକ୍ଷୀରେ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ଯାହାର ସୁବିଧା ଓଡିଶାବାସୀ ପାଉଛନ୍ତି । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରେଇବାକୁ ରାଜ୍ୟବାସୀ ଶପଥ ନେଇଛନ୍ତି ଏବଂ ଏହା ଭୋଟରେ ପରିଣତ ହେବ । ସେହିପରି ବେଗୁନିଆରେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀ ବହୁ ଭୋଟରେ ବିଜୟୀ ହେବେ ।" ସେହିପରି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ କହିଛନ୍ତି, "ମୁଁ ଜନସାଧାରଣଙ୍କ ସେବା କରିବାକୁ ଆସିଛି ମୋ ବିପକ୍ଷରେ ଥିବା ପ୍ରାର୍ଥୀଙ୍କ ସମ୍ପର୍କରେ କହି ମୋ ଏନର୍ଜି ନଷ୍ଟ କରିବାକୁ ଚାହୁଁନି । ଆଜି ଆମେ ଭୋଟ ଭିକ୍ଷା ନୁହେଁ ବରଂ ଜନସାଧାରଣଙ୍କ ଆଶୀର୍ବାଦ ନେବାକୁ ଆସିଛୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.