ଖରା ତାତିକୁ ନାହିଁ ଖାତିର୍, ବ୍ରହ୍ମପୁରରେ ଜମୁଛି ବିଜେଡିର ପ୍ରଚାର - BJD Campaign in Berhampur

By ETV Bharat Odisha Team

Published : May 4, 2024, 7:39 AM IST

thumbnail
ଖରାର ତାତିକୁ ନାହିଁ ଖାତର, ବ୍ରହ୍ମପୁରରେ ଜମୁଛି ବିଜେଡିର ପ୍ରଚାର (ETV Bharat Odisha)

Berhampur Assembly Constituency BJD Election Campaign ବ୍ରହ୍ମପୁର: ଖରା ତାତିକୁ ନାହିଁ ଖାତିର । ବ୍ରହ୍ମପୁରରେ ଜମୁଛି ବିଜେଡିର ପ୍ରଚାର । ୱାର୍ଡରୁ ୱାର୍ଡ ବୁଲି ଜୋରଦାର ପ୍ରଚାର କରୁଛନ୍ତି ବ୍ରହ୍ମପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ପୂର୍ବରୁ ବ୍ରହ୍ମପୁର ସହରରେ ପାଞ୍ଚ ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ଚ୍ୟାଉ ପଟ୍ଟନାୟକ ଚଳିତ ଥର ପୁଣିଥରେ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ସେ ପ୍ରତ୍ୟେକ ଦିନ ସହରର ବିଭିନ୍ନ ୱାର୍ଡରେ ନିଜର ପ୍ରଚାର କରୁଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁରରେ ଜମିଲାଣି ପ୍ରଚାର: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ କେ.ଅନିଲ କୁମାର - 2024 ELECTION

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଭଳି ବିକାଶମୂଳକ କାର୍ଯ୍ୟ ହୋଇଛି ଓ କେଉଁ କେଉଁ କାର୍ଯ୍ୟ ହେବାକୁ ବାକି ରହିଛି ତାହାକୁ ନେଇ ସାଧାରଣ ଜନତାଙ୍କର ନିକଟତର ହେଉଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ  ସମସ୍ତେ ବିଜୁ ଜନତା ଦଳକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ସେପଟେ ଚ୍ୟାଉ ପଟ୍ଟନାୟକଙ୍କ ପ୍ରଚାରରେ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଓ ସହରର ବହୁ କର୍ପୋରେଟରମାନେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ବିଜେଡିର ନିର୍ବାଚନୀ ପ୍ରଚାର ସମୟରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.