ମଣି ଭଳି ଚମକିଲା ରାମଲାଲାଙ୍କ ମସ୍ତକ, ରାମ ନବମୀରେ ଭକ୍ତ କରିବେ ଅପୂର୍ବ ଦର୍ଶନ - Ram Navami 2024

By ETV Bharat Odisha Team

Published : Apr 13, 2024, 12:35 PM IST

thumbnail

 Sun's Rays Applied Tilak on Ramlala ଲକ୍ଷ୍ନୌ: ବର୍ଷବର୍ଷର ଅପେକ୍ଷା ପରେ ପ୍ରଭୁ ରାମଲାଲା ମନ୍ଦିରରେ ବିରାଜମାନ କରିଛନ୍ତି । ଏହି ଐତିହାସିକ ମୁହୂର୍ତ୍ତ ପରେ ମନ୍ଦିରରେ ପ୍ରଥମ ଥର ରାମ ନବମୀ ଅନୁଷ୍ଠିତ ହେବ । ରାମନଗରୀରରେ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ଏହି ପବିତ୍ର ଉତ୍ସବରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଳକ । ରାମଲାଲାଙ୍କ ମସ୍ତକରେ 4 ମିନିଟ ଧରି ଶୋଭାବର୍ଦ୍ଧନ କରିବ । ତେବେ ଶୁକ୍ରବାର ଦିନ ବୈଜ୍ଞାନିକମାନେ ଏହାର ଟ୍ରାଇଲ ପୁରା କରିଛନ୍ତି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାମ ନବମୀରେ ଦିନ ଦ୍ବିପହର 12ଟା ସମୟରେ ପ୍ରାୟ 4 ମିନିଟ ଧରି ମସ୍ତକରେ ଶୋଭା ପାଇବ । ଭକ୍ତମାନେ ଏହି ଅପୂର୍ବ ଦର୍ଶନର ଶୋଭା ପାଇବେ । ତେବେ ଏହା ବିଶ୍ବର ପ୍ରଥମ ରାମ ମନ୍ଦିର ହେବ, ଯେଉଁଠାରେ ରାମଙ୍କ ମସ୍ତକରେ ଶୋଭା ପାଇବ ସୂର୍ଯ୍ୟ ତିଳକ ।  

ଏହା ମଧ୍ୟ ପଢନ୍ତୁ: ଗର୍ଭଗୃହରେ ଟେଣ୍ଟରେ ଥିବା ରାମଲାଲା ବିରାଜିତ, ଏକାଥରେ ୨ଟି ପ୍ରତିମାକୁ ଦର୍ଶନ କରି ଆନନ୍ଦିତ ଭକ୍ତ

ତେବେ ଶୁକ୍ରବାର ଏହାର ଟ୍ରାଏଲ କରାଯାଇଥିବା ବେଳେ ଏହି ସମୟର ଦୃଶ୍ୟ ବେଶ୍ ଆକର୍ଷଣ ହୋଇଥିଲା । କେବଳ ରାମ ନବମୀ ସମୟରେ ଏହି ଦୃଶ୍ଯ ଦେଖିବାକୁ ମିଳିବ । ଏହାକୁ ଦେଖିବା ପାଇଁ ଭକ୍ତମାନେ ମଧ୍ୟ ବେଶ ଉତ୍ସୁକ ରହିଛନ୍ତି । ତେବେ ଏନଅ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି, ଯେତେବେଳେ ରାମଲାଲା ପୃଥିବୀରେ ଅବତରଣ କରିଥିଲେ ସେତେବେଳେ ସୂର୍ଯ୍ୟ ଏକମାସ ପର୍ଯ୍ୟନ୍ତ ଅଯୋଧ୍ୟା ଛାଡି ଚାଲିଯାଇଥିଲେ । ଚଳିତ ବର୍ଷ ମଧ୍ୟ ଭଗବାନ ରାମଙ୍କର ଜନ୍ମତ୍ସୋବରେ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.