ଗଣପର୍ବ ବିହୁ ପାଇଁ ଚଳଚଞ୍ଚଳ ଆସାମ, ସବୁଠି ନାଚ-ଗୀତର ଆସର - BIHU

By ETV Bharat Odisha Team

Published : Apr 11, 2024, 1:13 PM IST

thumbnail

Assam Bihu Preparation: ଗୌହାଟୀ: ଆସାମର ପର୍ବ ରଙ୍ଗାଲି ବିହୁ ଏକ ପାରମ୍ପାରିକ ପର୍ବ । ଏହା ବ୍ୟତୀତ ଏହି ପର୍ବକୁ ଆସାମର ନୂତନ ବର୍ଷର ଆରମ୍ଭ ବୋଲି ବିବେଚନା କରାଯାଏ । ବସନ୍ତର ଆଗମନକୁ ମଧ୍ୟ ଏହି ପର୍ବ ପାଳନ କରାଯାଏ । ଏହି ପର୍ବ ଆସନ୍ତା ଏପ୍ରିଲ ୧୪ରୁ ଏପ୍ରିଲ ୨୦ ଯାଏଁ ପାଳନ କରାଯିବାକୁ ଥିବା ବେଲେ ଚଳଚଞ୍ଚଳ ହୋଇଉଠିଛି ଆସାମ । ଏହି ପର୍ବ ପାଇଁ ଏବେଠୁ ଅଞ୍ଚଳରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ନାଚ ଗୀତରେ ଛୋଟରୁ ବଡ଼ ଏବେ ଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  

କାହିଁକି ପାଳନ ହୁଏ ବିହୁ?

ବିହୁର ପ୍ରଥମ ଦିନ (ଏପ୍ରିଲ୍ 14) ସମଗ୍ର ଆସାମ ରାଜ୍ୟରେ ଗୋରୁ ବିହୁ ଭାବରେ ପାଳନ ହେବାକୁ ଯାଉଛି । ଗୋରୁ ବିହୁରେ ଲୋକମାନେ ସେମାନଙ୍କର ଗୋରୁମାନଙ୍କୁ ନିକଟସ୍ଥ ପୋଖରୀକୁ ନେଇ ଏକ ବିଧିବଦ୍ଧ ସ୍ନାନ କରିବା ପାଇଁ ଏବଂ ସେମାନଙ୍କୁ ଦିଘାଲାଟି ପ୍ୟାଟ୍ (ଔଷଧୀୟ ଗୁଣ ଥିବା ଉଦ୍ଭିଦର ପତ୍ର) ସହିତ ପିଟାଯାଏ । ଯେଉଁଥିରେ ଗୋରୁ ଦେହରେ ଥିବା ଜୀବାଣୁ ଆଦି ମରିଯାଏ । ଏହି ପରମ୍ପରା ବିଷୟରେ, ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଗୋରୁମାନେ ସୁସ୍ଥ ରୁହନ୍ତି ଏବଂ ପରିବାରରେ ସୁଖ ଏବଂ ସମୃଦ୍ଧତା ମଧ୍ୟ ରହିଥାଏ । ଏଥିସହ ଏହି ବିହୁ ପ୍ରକୃତି ସହିତ ଥିବା ମଣିଷର ସମ୍ପର୍କକୁ ମଧ୍ୟ ଦର୍ଶାଇଥାଏ । ଏହା ବ୍ୟତୀତ ମହିଳା ଏବଂ ପୁରୁଷମାନେ ଡ୍ରମ ବଜାନ୍ତି ଏବଂ ପାରମ୍ପାରିକ ବିହୁ ନୃତ୍ୟ ପରିବେଷଣ କରନ୍ତି । ଏହା କରିବା ଦ୍ୱାରା ଭଗବାନ ଇନ୍ଦ୍ର ଏଥିରେ ସନ୍ତୁଷ୍ଟ ହୋଇ ବର୍ଷା କରାନ୍ତି, ଫଳରେ ଭଲ ଅମଳର ଆଶୀର୍ବାଦ ପ୍ରଦାନ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । 

ଏହା ମଧ୍ୟ ପଢନ୍ତୁ: ବିହୁ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.