Bihu Celebrations: ବିହୁ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Apr 14, 2023, 9:21 PM IST

thumbnail

ଗୌହାଟି: ବିହୁ ନୃତ୍ୟକୁ ବୁଝିବା ପାଇଁ ଭାବନାତ୍ମକ ବିଚାର ଆବଶ୍ୟକ । ବିହୁ ହେଉଛି ଭାରତୀୟ ସଂସ୍କୃତିର ଏକ ପରିଚୟ । ବିହୁ ଆସାମୀ ଲୋକଙ୍କ ଗର୍ବ ଗୌରବ । ବିହୁ ସାରା ବିଶ୍ବରେ ବିଖ୍ୟାତ । ଆସାମ ନବବର୍ଷର ପୂର୍ବ ସଂଧ୍ୟାରେ ଆସାମବାସୀଙ୍କୁ ଶୁଭେଛା ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୌହାଟି ସ୍ଥିତ ସରୁସଜାଇ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ବିହୁ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । କାର୍ଯ୍ୟକ୍ରମରେ 11 ହଜାରରୁ ଅଧିକ ବିହୁ ନୃତ୍ୟ ଶିଳ୍ପୀ ଏକ ସାଙ୍ଗରେ ଗୋଟିଏ ସ୍ଥାନରୁ ବିହୁ ନୃତ୍ୟୁ ପରିବେଷଣ କରି ବିଶ୍ବରେକର୍ଡ କରିଛନ୍ତି । ଏହା ସହ ଏକ ଲେଜର ଲାଇଟ ଶୋ ମଧ୍ୟ ଆୟୋଜିତ ହୋଇଛି  । ଆଜି ଦିନିକିଆ ଆସାମ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଗୌହାଟି ଏମସ ସମେତ ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ନାମରୁପରେ ଏକ 500 ଟିପିଡି ମିଥାନୋଲ ପ୍ଲାଣ୍ଟର ଶୁଭାରମ୍ଭ ରେଳବାଇର 5 ଟି ପ୍ରକଳ୍ପର  ମଧ୍ୟ ଶୁଭାରମ୍ଭ କରିଥିଲେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.