ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେଲା ମତଦାନ - Lok Sabha Election 2024

By ETV Bharat Odisha Team

Published : May 13, 2024, 8:54 PM IST

thumbnail
ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେଲା ମତଦାନ (ETV Bharat Odisha)

Voting ends peacefully in Berhampur: ବ୍ରହ୍ମପୁର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପଡ଼ିଥିଲା ଭୋଟ । ବ୍ରହ୍ମପୁର ଲୋକସଭା ଆସନ ଲାଗି ମତଦାନ କରିଥିଲେ ଭୋଟର । କିଛି ଛୋଟ ଗଣ୍ଡଗୋଳକୁ ଛାଡ଼ିଦେଲେ ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାରେ ଶେଷ ହୋଇଛି ଏହି ମତଦାନ । ଜିଲ୍ଲାର ଚିକିଟି ଅଞ୍ଚଳରେ ଭାଇରାଲ ହୋଇଥିବା ଦୁଇଟି ଗଣ୍ଡଗୋଳର‌ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହା ମତଦାନ ପୂର୍ବରୁ ସକାଳ ସମୟରେ ହୋଇଥିବା ନେଇ ପୋଲିସ କହିଛି  ।  

ଏହା ବି ପଢନ୍ତୁ- ଦିଗପହଣ୍ଡି ଗୋକର୍ଣ୍ଣପୁରରେ ବିଜେପିର ପାଓ୍ବାର ଶୋ, ବିଜେଡିକୁ କଟାକ୍ଷ କଲେ ପ୍ରାର୍ଥୀ 

ଏହି ଘଟଣାରେ କିଏ କିଏ ସଂପୃକ୍ତ ରହିଛି ତାହାର ତଦନ୍ତ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଦାୟିତ୍ବରେ ରହିଥିବା ଡିଆଇଜି ଡଃ ସାର୍ଥକ ଷଡ଼ଙ୍ଗୀ । ସେହିପରି ବ୍ରହ୍ମପୁର ସହରର କେତେକ ମତଦାନ କେନ୍ଦ୍ରରେ ଅଧିକ ଜନଗହଳି ରହିଥିବା ଯୋଗୁଁ ତାହାକୁ ହଟାଇବା ପାଇଁ ଏପରି ହୋଇଥିବା କହିଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ହୋଇଥିବା ଘଟଣାରେ ସେପରି କୈାଣସି ଅଭିଯୋଗ ଆସିନଥିବା କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.