ETV Bharat / state

ଆହତ ମହିଳା ମାଓବାଦୀ ଗିରଫ, ଛତିଶଗଡ ପୋଲିସକୁ ହସ୍ତାନ୍ତର କଲା ନବରଙ୍ଗପୁର ପୋଲିସ - Maoist arrested

author img

By ETV Bharat Odisha Team

Published : Apr 21, 2024, 1:09 PM IST

Etv Bharat
Etv Bharat

Woman Naxalite Arrested: ଛତିଶଗଡରୁ ମହିଳା ମାଓବାଦୀଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ଛତିଶଗଡ ପୋଲିସକୁ କଲା ହସ୍ତାନ୍ତର । ଅଧିକ ପଢନ୍ତୁ

ନବରଙ୍ଗପୁର: ଆହତ ମହିଳା ମାଓବାଦୀ ଗିରଫ । ନବରଙ୍ଗପୁର ପୋଲିସ ଜଣେ ମହିଳା ମାଓବାଦୀକୁ ଗିରଫ କରିବା ପରେ ଛତିଶଗଡ଼ ପୋଲିସ ଜିମା ଦେଇଛି । ଏନେଇ ନବରଙ୍ଗପୁର ପୋଲିସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଗିରଫ ମାଓବାଦୀ ହେଉଛି ସିନ୍ଧୁ । ଛତିଶଗଡ଼ ଧମତେରୀ ଜିଲ୍ଲା ଅନ୍ତର୍ଗତ ଖଲାରୀ ଥାନା ଏକୱାରୀ ଗ୍ରାମରେ ଲୁଚି ରହିଥିବା ବେଳେ ସିନ୍ଧୁକୁ ଗିରଫ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ- ଛତିଶଗଡରେ 3 ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ

ଖଲାରୀ ଥାନା ଏକୱାରୀ ଗ୍ରାମରେ ମହିଳା ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମାଓ ଦମନ ଅଭିଯାନ ଆରମ୍ଭ ହୋଇଥିଲା । ଡିଆଇଓସି ଅଧିକାରୀ, ଡିଭିଏଫ୍, ଏସଓଜି, ସିଆରପିଏଫ୍ ଏବଂ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଅପରେସନ ହୋଇଥିଲା । କୁନ୍ଦେଇରେ ଅବସ୍ଥାପତି ସିଆରପିଏଫ୍ ଯବାନ ମଧ୍ୟ ଜରୁରୀ ସମୟରେ ଅପରେସନ୍‌ରେ ସାମିଲ ହେବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ । ସର୍ଚ୍ଚ ଅପରେସନ୍ ସମୟରେ ଏକୱାରୀ ଗ୍ରାମର ଗୋଟିଏ ଘରେ ଆହତ ସିନ୍ଧୁକୁ ଠାବ କରାଯାଇଥିଲା । ପୋଲିସ ତାକୁ କାବୁ କରିବା ପରେ ପଚରାଉଚରା କରିଥିଲା ।

ଏହା ମଧ୍ୟ ପଢନ୍ତୁ- ଛତିଶଗଡ ପୋଲିସକୁ ବଡ ସଫଳତା, 7 ମାଓବାଦୀ ଗିରଫ - Naxalite Arrests In Chhatishgarh

ଗତ ୧୨ ତାରିଖରେ ଛତିଶଗଡ଼ର କିରିପାନି ଏବଂ ଏକୱାରୀ ଗାଁ ନିକଟରେ ପୋଲିସ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ଏଥିରେ ସିନ୍ଧୁ ସାମିଲ ଥିବାବେଳେ ଆହତ ହୋଇଥିଲା । ଏହାପରେ ଗୋଟିଏ ଘରେ ଆତ୍ମଗୋପନ କରିଥିଲା । ସୀତାନଦୀ ଏରିଆ କମିଟିରେ ୨୦୨୧ ମସିହାରେ ସିନ୍ଧୁ ସାମିଲ ହୋଇଥିଲା । ଦୀପକ ମାନ୍ଦଭି ଓରଫ ଅରୁଣ ଅଧୀନରେ ସେ କାମ କରୁଥିଲା । ଅଧିକ ତଦନ୍ତ ପାଇଁ ନବରଙ୍ଗପୁର ପୋଲିସ ସିନ୍ଧୁକୁ ଛତିଶଗଡ଼ର ଧମତେରୀ ଜିଲ୍ଲା ପୋଲିସକୁ ହସ୍ତାନ୍ତର କରିଛି । ଗତ ରବିବାର ମାଓ ବିରୋଧି ଅପରେସନରେ ଛତିଶଗଡ଼ ପୋଲିସକୁ ଏକ ବଡ ସଫଳତା ମିଳିଥିଲା । ସୁକମା ଜିଲ୍ଲାରୁ 7 ଜଣ ମାଓବାଦୀଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ଜଣଙ୍କ ଉପରେ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ନିର୍ବାଚନ ପୂର୍ବରୁ ବଡ ମାଓବାଦୀ ହାମଲା ନେଇ ଏମାନେ ଷଡଯନ୍ତ୍ର ରଚୁଥିବା ସୂଚନା ରହିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.