ETV Bharat / bharat

ଛତିଶଗଡରେ 3 ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ

author img

By

Published : Apr 30, 2023, 10:58 PM IST

ଛତିଶଗଡରେ 3 ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ । ଏହି ତିନିଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଏକାଧିକ ଆକ୍ରମଣରେ ସାମିଲ । ଅଧିକ ପଢନ୍ତୁ

3 ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ
3 ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ

ନାରାୟଣପୁର: ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ 10 ଯବାନ ଶହୀଦ ହେବା ପରେ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ କମ୍ବିଂ ଅପରେସନ ଜୋରଦାର କରିଛି । ଏହାରି ମଧ୍ୟରେ ଆଜି ସୁରକ୍ଷା ବାହିନୀ (ରବିବାର) ତିନିଜଣ ହାର୍ଡକୋର ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସମସ୍ତ ତିନି ନକ୍ସଲମାନେ ପୂର୍ବରୁ ହୋଇଥିବା ଏକାଧିକ IED ବିସ୍ଫୋରଣ, ରାସ୍ତା ଅବରୋଧ ଏବଂ ହତ୍ୟା, ଅପହରଣ ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ପୋଲିସ କହିଛି । DRG ଏବଂ କେନ୍ଦ୍ରୀୟ ଫୋର୍ସ ଇଣ୍ଡୋ-ତିବ୍ବତ ସୀମା ପୋଲିସ (ITBP) ଦଳ ସେମାନଙ୍କୁ ଗିରଫ କରିଛି ।

ପ୍ରାଥମିକ ଜେରା ପରେ ପୋଲିସ କହିଛି, ଏହି ତିନିଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଧାନୋରା ପୋଲିସ ଷ୍ଟେସନ ପରିସରରେ ଜନ ମିଲିସିଆର ସଦସ୍ୟ ଭାବରେ ସକ୍ରିୟ ଥିଲେ । ଏହି ଗିରଫ ନକ୍ସଲମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ନକ୍ସଲ ରହିଛନ୍ତି । ସେମାନଙ୍କ ନାମ ରାନୁ ଉଷେଣ୍ଡି, ତାଚାନ୍ତିନ ପୋୟାମ ଏବଂ ଆସମାତି କୁହରାମି । ସେମାନଙ୍କୁ ଜେରା ଜାରି ରହିଥିବା ପୋଲିସ କହିଛି ।

ନକ୍ସଲଙ୍କ ଗିରଫକୁ ନାରାୟଣପୁରର ଏଏସପି ହେମସାଗର ଶଦର କହିଥିଲେ ଯେ "ସମସ୍ତ ତିନି ନକ୍ସଲ ନେଲାନାର ଏରିଆ କମିଟିର ସକ୍ରିୟ ସଦସ୍ୟ । ସେମାନେ ଟେକାନାର ଅଞ୍ଚଳରେ ମିଲିସିଆର ସଦସ୍ୟ ଭାବରେ ସକ୍ରିୟ ଥିଲେ । ଜାନୁୟାରୀ 31ରେ ସେମାନେ ଟେକାନାର ଜଙ୍ଗଲରେ IED ବିସ୍ଫୋରଣ କରିଥିଲେ । ସେହିପରି ଅନ୍ୟ କିଛି ରାସ୍ତା ଅବରୋଧ ଏବଂ ହତ୍ୟା, ଅପହରଣ ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ।

ନାରାୟଣପୁର ଜଙ୍ଗଲରେ ନକ୍ସଲମାନଙ୍କ ବିରୋଧରେ ନିରନ୍ତର ଅପରେସନ୍ ଚାଲିଛି । ଆଜି(ରବିବାର) DRG ଏବଂ ITBP ଟିମ ଧାନୋରା ପୋଲିସ ଷ୍ଟେସନ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଏହି ସମୟରେ ତିନିଜଣ ସନ୍ଦିଗ୍ଧ ବ୍ୟକ୍ତି ବୁଲୁଥିବା ଦେଖିବାକୁ ମିଳିଥିଲା । ସୁରକ୍ଷାକର୍ମୀ ତିନିଜଣଙ୍କୁ ଅଟକାଇ ପଚରାଉଚରା କରିଥିଲେ । ପରେ ସେମାନେ ନକ୍ସଲ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ କରାଯାଇ ସ୍ଥାନୀୟ ଥାନାକୁ ଅଣାଯାଇଥିଲା । ଏବେ ସେମାନଙ୍କୁ ଜେରା କରାଯିବା ପରେ କୋର୍ଟ ଚାଲାଣ କରାଯିବ । ପୋଲିସ ଏମାନଙ୍କଠାରୁ ନକ୍ସଲଙ୍କ ଆଗାମି ଯୋଜନା ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି । ନିକଟରେ ମାଓବାଦୀଙ୍କ ଆକ୍ରମଣରେ 10 ଯବାନଙ୍କ ପ୍ରାଣହାନୀ ହେବା ସହ ଜଣେ ଡ୍ରାଇଭର ମଧ୍ୟ ପ୍ରାଣ ହରଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.