ETV Bharat / bharat

ଛତିଶଗଡ ପୋଲିସକୁ ବଡ ସଫଳତା, 7 ମାଓବାଦୀ ଗିରଫ - Naxalite Arrests In Chhatishgarh

author img

By ETV Bharat Odisha Team

Published : Apr 15, 2024, 7:56 PM IST

Naxalite Arrests In Sukma
Naxalite Arrests In Sukma

Naxalite Arrests In Sukma: ଛତିଶଗଡ ରାଜ୍ୟ ସୁକମା ଅଞ୍ଚଳରୁ 7 ଜଣ ମାଓବାଦୀ ଗିରଫ ହୋଇଛନ୍ତି । ନିର୍ବାଚନ ସମୟରେ ବଡ ଆକ୍ରମଣ ପାଇଁ କରୁଥିଲେ ଯୋଜନା ! ଅଧିକ ପଢନ୍ତୁ

ରାୟପୁର: ନିର୍ବାଚନ ପୂର୍ବରୁ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା । ରବିବାର ଦିନ ସୁକମା ଜିଲ୍ଲାରୁ 7 ଜଣ ନକ୍ସଲ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ ଜଣଙ୍କ ଉପରେ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ନିର୍ବାଚନ ପୂର୍ବରୁ ବଡ ମାଓବାଦୀ ହାମଲା ନେଇ ଏମାନେ ଷଡଯନ୍ତ୍ର ରଚୁଥିବା ନେଇ ସୂଚନା ରହିଛି । ଯାହାକୁ ପୋଲିସ ପଣ୍ଡ କରିଛି ।

ନକ୍ସଲ ନିରୋଧି ଅପରେସନରେ ଛତିଶଗଡ଼ ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି । ଗୋଟିଏ ଦିନରେ 7 ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ଏନେଇ ସୁକମା ଜିଲ୍ଲାର ପୋଲିସ ଅଧିକ୍ଷତ କିର ଚୌହାନ ସୂଚନା ଦେଇଛନ୍ତି । ସେ କହିଛନ୍ତି, "କିସ୍ତାରାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ସମୟରେ 7 ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ନକ୍ସଲମାନଙ୍କ ପରିଚୟ ମଧ୍ୟ ମିଳିଛି । ସେମାନେ ହେଲେ ଦିନେଶ ମାଡବୀ, ବଞ୍ଜାମ ପୌଜ୍ଜା, କଓ୍ବାସୀ, କଲମୁ ଗଙ୍ଗା, କଲମୁ ସତ୍ରା, ନୁପ୍ପୋ ପୌଜ୍ଜା ଓ ରାଓ୍ବା ଜୋଗା ।"

କବାସୀକୁ ଧରିବା ପାଇଁ ପୋଲିସ ପୂର୍ବରୁ ତଦନ୍ତ ଚଳାଇଥିବା ବେଳେ ତାକୁ ଧରାଇଦେଲେ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବା ନେଇ ଘୋଷଣା କରାଯାଇଥିଲା । କବାସୀ ଟେଟମଗୁଡୁ ରିଭୋଲୁସନାରୀ ପିପୁଲ୍ସ କାଉସିଲ (ଆରପିସି) ଭାବେ ଡିଏକେଏମଏସ ( ଦଣ୍ଡକାରଣ୍ୟ ଆଦିବାସୀ କିସାନ ମଜଦୂର ସଂଗଠନ)ର ଅଧ୍ୟ ଭାବେ କାମ କରୁଥିଲା ।

ଏହାମଧ୍ୟ ପଢନ୍ତୁ.. ଓଡିଶା-ଛତିଶଗଡ ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର: 3 ନକ୍ସଲ ଆହତ, ମାରଣାସ୍ତ୍ର ଜବତ - NAXALITE ENCOUNTER

ବଡ ଧରଣର ମାଓବାଦୀ ଆକ୍ରମଣ ପାଇଁ କରୁଥିଲେ ଷଡଯନ୍ତ୍ର: ଗିରଫ ହୋଇଥିବା ଏହି ନକ୍ସଲମାନେ ନିର୍ବାଚନ ସମୟରେ ବଡ଼ ଧରଣର ମାଓବାଦୀ ଆକ୍ରମଣ ପାଇଁ ଉଦ୍ୟମ କରୁଥିବା ନେଇ ସୂଚନା ରହିଛି । ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଛି ଛତିଶଗଡ ପୋଲିସ । ତେବେ ସେମାନଙ୍କ ନିକଟରୁ ବନ୍ଧୁକ, 3 କେଜି ବିସ୍ଫୋଟକ ସାମଗ୍ରୀ, 8 କେଜି ଆଇଡି, 3 କେଜି ଓଜନର ଟିଫିନ ବୋମା ଜବତ ହୋଇଛି ।

ଏହାପୂର୍ବରୁ ଶୁକ୍ରବାର ଦିନ ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଧାମତରୀ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନକ୍ସଲ ଗତିବିଧି ସମ୍ପର୍କରେ ଇନପୁଟ ସୂଚନା ମିଳିବା ପରେ ଖଲାରୀ ପୋଲିସ ଷ୍ଟେସନ ଅଧୀନ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଉଭୟପଟରୁ ଗୁଳି ମଧ୍ୟ ବିନିମୟ ହୋଇଥିଲା । ଦୁଇରୁ ତିନିଜଣ ନକ୍ସଲ ଆହତ ହୋଇଥିବା ସୁରକ୍ଷାବଳ ପକ୍ଷରୁ ସନ୍ଦେହ କରାଯାଉଛି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଥିଲେ । ଫୋର୍ସ ନକ୍ସଲ କ୍ୟାମ୍ପ ସହ କିଛି ମାରଣାସ୍ତ୍ର ଓ ଏକାଧିକ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.