ETV Bharat / bharat

ଓଡିଶା-ଛତିଶଗଡ ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର: 3 ନକ୍ସଲ ଆହତ, ମାରଣାସ୍ତ୍ର ଜବତ - NAXALITE ENCOUNTER

author img

By ETV Bharat Odisha Team

Published : Apr 13, 2024, 8:47 PM IST

ଓଡିଶା- ଛତିଶଗଡ ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର: 3 ନକ୍ସଲ ଆହତ, ମାରଣାସ୍ତ୍ର ଜବତ
ଓଡିଶା- ଛତିଶଗଡ ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର: 3 ନକ୍ସଲ ଆହତ, ମାରଣାସ୍ତ୍ର ଜବତ

NAXALITE ENCOUNTER IN DHAMTARI : ଓଡିଶା-ଛତିଶଗଡ ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର । ବହୁ ମାଓସାମଗ୍ରୀ ଜବତ । ଏକାଧିକ ଆହତ ନକ୍ସଲ ଆହତ ହୋଇ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଥିବା ଅନୁମାନ । ଅଧିକ ପଢନ୍ତୁ

ଓଡିଶା- ଛତିଶଗଡ ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର: 3 ନକ୍ସଲ ଆହତ, ମାରଣାସ୍ତ୍ର ଜବତ

ରାୟପୁର: ଓଡିଶା-ଛତିଶଗଡ ସୀମାବର୍ତ୍ତୀ ଧାମତରୀ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗତକାଲି ରାତି ତମାମ ଗୁଳି ବିନିମୟ ହୋଇଛି । ନକ୍ସଲ ଗତିବିଧି ସମ୍ପର୍କରେ ଇନପୁଟ ସୂଚନା ମିଳିବା ପରେ ଖଲାରୀ ପୋଲିସ ଷ୍ଟେସନ ଅଧୀନ ସୀମାନ୍ତ ଜଙ୍ଗଲରେ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଉଭୟପଟରୁ ଗୁଳି ମଧ୍ୟ ବିନିମୟ ହୋଇଥିଲା । ଦୁଇରୁ ତିନିଜଣ ନକ୍ସଲ ଆହତ ହୋଇଥିବା ସୁରକ୍ଷାବଳ ପକ୍ଷରୁ ସନ୍ଦେହ କରାଯାଉଛି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଥିଲେ । ଫୋର୍ସ ନକ୍ସଲ କ୍ୟାମ୍ପ ସହ କିଛି ମାରଣାସ୍ତ୍ର ଓ ଏକାଧିକ ମାଓସାମଗ୍ରୀ ମଧ୍ୟ ଜବତ କରିଛି ।

ଧାମତରୀ ଏସପି ଅଞ୍ଜନେୟ ବଷ୍ଣୋୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କହିଛନ୍ତି, "ଗରିଆବନ୍ଧ ଓ ଧାମତରୀ ମଧ୍ୟବର୍ତ୍ତୀ ଜଙ୍ଗଲରେ ପ୍ରାୟ 25ରୁ 30ନକ୍ସଲଙ୍କ ଉପସ୍ଥିତି ନେଇ ଇନପୁଟ ସୂଚନା ମିଳିଥିଲା । ଏହାପରେ ଗତକାଲି ଅପରାହ୍ନରେ DRG ଓ ସିଆରପିଏଫ ଜବାନଙ୍କ ଏକ ମିଳିତ ଟିମ୍‌ କମ୍ବିଂ ଅପରେସନରେ ବାହାରିଥିଲା । ସୂଚନା ଠିକ ପ୍ରମାଣିିତ ହୋଇଥିଲା ଓ ନକ୍ସଲମାନେ ସେହି ସ୍ଥାନରେ ସୁରକ୍ଷାବଳ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ । ଉଭୟ ପକ୍ଷରୁ ରାତିରେ ଗୁଳି ବିନିମୟ ହୋଇଥିଲା । ପ୍ରାୟ 2ରୁ 3ଜଣ ନକ୍ସଲଙ୍କ ଦେହରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି । ସେମାନେ ଜଙ୍ଗଲ ମଧ୍ୟକୁ ଖସି ପଳାଇଛନ୍ତି । ଆଜି ସକାଳେ ମଧ୍ୟ ନିକଟବର୍ତ୍ତୀ ଏରିଆରେ ସର୍ଚ୍ଚ ଅପରେସନ କରାଯାଇଥିଲା । ମାରଣାସ୍ତ୍ର ସହ ବହୁ ମାଓସାମଗ୍ରୀ ଜବତ ହୋଇଛି । ଆଜି ସଂଧ୍ୟାରେ ଅପରେସନରେ ନିୟୋଜିତ ମିଳିତ ଟିମ ବ୍ୟାକଅପ୍ ଫୋର୍ସ ସାହାଯ୍ୟରେ ଫେରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ :- ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ ! - Ship Seized By Iran Off UAE Coast

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶର ବିଭିନ୍ନ ରାଜ୍ୟରେ ନକ୍ସଲଙ୍କ ପ୍ରଭାବ ଅପେକ୍ଷାକୃତ ହ୍ରାସ ପାଇଥିବା ବେଳେ ଛତିଶଗଡ଼ରେ ଏହା ସର୍ବାଧିକ ସ୍ତରରେ ରହିଛି । ଗତବର୍ଷ ଶେଷଭାଗରେ ସରିଥିବା ରାଜ୍ୟ ବିଧାନସଭା ନିର୍ବାଚନ ପରି ଚଳିତ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ନକ୍ସଲମାନେ ହିଂସା ଭିଆଇବା ଯୋଜନାରେ ଥିବା କାରଣରୁ ବିଭିନ୍ନ ନକ୍ସଲପ୍ରବଣ ସ୍ଥାନରେ କେନ୍ଦ୍ରୀୟ ଫୋର୍ସର ମୁତୟନକୁ ବଢାଯାଇଛି । ଇନପୁଟ ସୂଚନା ମିଳିବା ମାତ୍ରେ ତୁରନ୍ତ କମ୍ବିଂ ଅପରେସନ ମଧ୍ୟ କରାଯାଉଛି । ନିକଟରେ ଏକାଧିକ ଅପରେସନରେ ଫୋର୍ସକୁ ସଫଳତା ମିଳିଛି । ଅନେକ ହାର୍ଡକୋର ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ମଧ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.