ETV Bharat / bharat

ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ ! - Ship Seized By Iran Off UAE Coast

author img

By ETV Bharat Odisha Team

Published : Apr 13, 2024, 8:35 PM IST

17 Indians On Ship Seized By Iran: ଇରାନ ନିୟନ୍ତ୍ରଣରେ ଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟଙ୍କ ସମେତ ମୋଟ 25 ଜଣ ଥିବା ସୂତ୍ରରୁ ସୂଚନା । ସରକାରୀ ଭାବେ ସ୍ପଷ୍ଟ କରିନାହାନ୍ତି କୌଣସି ଦେଶ । ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲା ନୂଆଦିଲ୍ଲୀ । ଅଧିକ ପଢନ୍ତୁ

ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ !
ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ !

ହାଇଦ୍ରାବାଦ: ଇରାନ-ଇସ୍ରାଏଲ ତିକ୍ତତା ଉପରେ ସମଗ୍ର ବିଶ୍ବର ନଜର ଥିବା ବେଳେ ଏବେ ଆଉ ଏକ ବଡ ସୂଚନା ସାମ୍ନାକୁ ଆସିଛି । ଆରବ ଉପକୂଳରୁ ଇରାନ ଜବତ କରିନେଇଥିବା ଇସ୍ରାଏଲ ସମ୍ବନ୍ଧିତ ଜାହାଜରେ ମୋଟ 25 କ୍ରୁୟ ସଦସ୍ୟ ଥିବା ବେଳେ ସେଥିମଧ୍ୟରେ 17ଜଣ ଭାରତୀୟ ରହିଛନ୍ତି । ଇରାନ ନିୟନ୍ତ୍ରିତ ଆରବ ସାଗର ଜଳରାଶି ଏହି ଜାହାଜଟି ରହିଛି । ଭାରତୀୟ ନାଗରିକ ଥିବା ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ସୂତ୍ରରୁ ଏହି ପ୍ରାଥମିକ ସୂଚନା ସାମ୍ନାକୁ ଆସିଛି ।

ଏହାରି ମଧ୍ୟରେ ଜାହାଜ ପରିଚାଳନା କରୁଥିବା କମ୍ପାନୀର ପ୍ରତିକ୍ରିୟା ମଧ୍ୟ ଆସିଛି । ଏହି କାର୍ଗୋ ଜାହାଜଟିର ନାମ ‘MSC Aries’ । ଏହା ଇଟାଲୀର ଏକ କମ୍ପାନୀ ନିୟନ୍ତ୍ରଣରେ ରହିଛି । ଜାହାଜର କ୍ର୍ୟୁ ସଦସ୍ୟଙ୍କ ଠାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ସେମାନେ ଇରାନ ସେନା ନିୟନ୍ତ୍ରଣରେ ରହିଛନ୍ତି । ଜାହାଜରେ ନାବିକ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ଏକାଧିକ ଦେଶର ମୋଟ 25ଜଣ କ୍ର୍ୟୁ ସଦସ୍ୟ ଥିଲେ । ଜାହାଜ ଓ କର୍ମଚାରୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ପାଇଁ ମଧ୍ୟ କମ୍ପାନୀ ଏକ ବିବୃତ୍ତିରେ ଅନୁରୋଧ କରିଛି ।

ଏହା ମଧ୍ୟ ପଢନ୍ତୁ :- ଆରବ ଉପକୂଳରୁ ଇସ୍ରାଏଲ ସମ୍ବନ୍ଧିତ ଜାହାଜ ଜବତ କଲା ଇରାନ, ଇସ୍ରାଏଲ ସେନା ଦେଲା ପରିଣାମ ଭୋଗିବାର ଚେତାବନୀ - Iran Seizes Israeli Ship

ତେବେ ଦୁଇ ଦେଶ ମଧ୍ୟରେ ଦେଖାଯାଇଥିବା ତିକ୍ତତା ମଧ୍ୟରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ସେଠାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିସାରିଛି । ଇରାନରେ ଥିବା ଭାରତୀୟ ଦୂତାବାସ ଓ ନୂଆଦିଲ୍ଲୀରେ ଥିବା ଇରାନ ଦୂତାବାସ ମଧ୍ୟରେ ଏନେଇ ଯୋଗାଯୋଗ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଉତ୍ତେଜନା ସମୟରେ ଯାତ୍ରା ନକରିବା ଓ ନିରାପଦ ସ୍ଥାନରେ ରହିବା ନେଇ ଭାରତୀୟଙ୍କ ଉଦ୍ଦେଶ୍ୟରେ ଜାରି ଆଡଭାଇଜରିରେ କୁହାଯାଇଛି । ଇରାନ ଆକାଶରେ ଭାରତୀୟ ବିମାନ ଉଡାଣକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏବେ ଏହି ଜବତ ଜାହାଜରେ ଭାରତୀୟ ନାଗରିକ ଥିବା ନୂଆଦିଲ୍ଲୀ ସ୍ପଷ୍ଟ କରିନଥିବା ବେଳେ କିଛି ଘଣ୍ଟା ମଧ୍ୟରେ ସରକାରୀ ଭାବେ ଏହାକୁ ସ୍ପଷ୍ଟ କରାଯାଇପାରେ । ଜହାଜାରେ ଥିବା ନାବିକ ଟିମଙ୍କ ସମ୍ପର୍କରେ ଉଭୟ ଇସ୍ରାଏଲ ଓ ଇରାନ ପକ୍ଷରୁ କୌଣସି ସୂଚନା ସାର୍ବଜନୀନ କରାଯାଇନଥିଲେ ସୁଦ୍ଧା ମାତ୍ର ଉଭୟ ଦେଶ ଏହି କାର୍ଯ୍ୟାନୁଷ୍ଠାନକୁ ସ୍ବୀକାର କରିଛନ୍ତି । ଏହାର ପରିଣାମ ଭୋଗିବା ପାଇଁ ଇରାନକୁ ଇସ୍ରାଏଲ ସେନା ଚେତାବନୀ ମଧ୍ୟ ଦେଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.