ETV Bharat / state

ନୂଆ ଜୀବନ ପାଇଲେ ଅମ୍ଭୋଧର, ପିଠିରେ ପଶିଥିଲା ଶୁଖିଲା ଡାଳ

author img

By ETV Bharat Odisha Team

Published : Mar 19, 2024, 5:49 PM IST

SCB Medical
SCB Medical

SCB Medical: କଟକ ଏସସିବିରେ ଆଉ ଏକ ବିରଳ ଅସ୍ତ୍ରୋପଚାର । ଜଣେ ବାଳକର ପିଠିରୁ ଛାତି ପର୍ଯ୍ୟନ୍ତ ପଶିଯାଇଥିବା ଶୁଖିଲା ଡାଳକୁ ବାହାର କଲେ ଡାକ୍ତରୀ ଟିମ । ଅଧିକ ପଢନ୍ତୁ

ନୂଆ ଜୀବନ ପାଇଲେ ଅମ୍ଭୋଧର, ପିଠିରେ ପଶିଥିଲା ଶୁଖିଲା ଡାଳ

କଟକ: ଜିଲ୍ଲାର ବଡ଼ ମେଡିକାଲ ଏସସିବିରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଜଣେ 17 ବର୍ଷୀୟ ବାଳକଙ୍କ ପିଠିରେ ପଶିଥିବା ଶୁଖିଲା ଡାଳକୁ ଶରୀର ଭିତରୁ ସୁରକ୍ଷିତର ସହିତ ବାହାର କରିବାରେ ମେଡିକାଲର ଡାକ୍ତରୀ ଦଳ ସଫଳ ହୋଇଛନ୍ତି । ଏହି ଡାଳ ପିଠି ପଟେ ପଶି ଛାତି ପର୍ଯ୍ୟନ୍ତ ଚାଲିଯାଇଥିବା ଡାକ୍ତରୀ ଦଳ କହିଛନ୍ତି । ତେବେ ଏସସିବିରେ ଏହି ଅସ୍ତ୍ରୋପଚାର ସଫଳ ହେବା ପରେ ନୂଆ ଜୀବନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଅମ୍ଭୋଧର ମାରାଣ୍ଡି ।

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ୧୭ ବର୍ଷୀୟ ବାଳକ ଅମ୍ଭୋଧର ମାରାଣ୍ଡି ମହୁଲ ଗଛରୁ ମହୁଲ ତୋଳୁ ଥିବା ବେଳେ ଗଛରୁ ହଠାତ ଖସି ପଡିଥିଲେ । ଏହାପରେ ତାଙ୍କ ପରେ ପିଠିରେ ଗଳି ଯାଇଥିଲା ଏକ ଶୁଖିଲା ଗଛ ଡାଳ । ଏହି ଡାଳଟି ପିଠିରୁ ଛାତି ପର୍ଯ୍ୟନ୍ତ ପଶିଯାଇଥିଲା ଗୁରୁତର ଅମ୍ଭୋଧରଙ୍କୁ ପ୍ରଥମେ ଉଦଳା ମେଡିକାଲ ଓ ପରେ ସୋମବାର ଦିନ ଏସସିବିରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କ ଦୀର୍ଘ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା । ଏଥିପାଇଁ ଏହ ସ୍ଵତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା ।

ଏହା ବି ପଢନ୍ତୁ- ଟ୍ରେନ ଦୁର୍ଘଟଣାରେ ହରାଇଥିଲେ ଦୁଇ ହାତ, ଯୋଡ଼ିଦେଲେ ଡାକ୍ତର

ସର୍ଜରୀ, ଇଉରୋଲୋଜି, କାର୍ଡିଓଲୋଜି ଓ ଆନେସ୍ଥେଶିଆ ବିଭାଗର ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ । ବହୁ ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ଭାବେ ଏସସିବି ପାଇଁ ଚ୍ୟାଲେଞ୍ଜିଂ ରହିଥିଲା । ପ୍ରାୟ ପାଞ୍ଚ ଘଣ୍ଟା ଧରି ଅମ୍ଭୋଧରଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଗଭୀର ଆହତ ଯୋଗୁଁ ସଂକ୍ରମଣ ହେବାର ବହୁ ସମ୍ଭାବନା ରହିଥିଲା ହେଲେ, ଏବେ କୌଣସି ଅସୁବିଧା ରହିନାହିଁ ବୋଲି କହିଛନ୍ତି ବିଭାଗୀୟ ଡକ୍ଟର । ଏବେ ସେ ସମ୍ପୂର୍ଣ୍ଣ ଭାବେ ବିପଦମୁକ୍ତ ରହିଛନ୍ତି ।

ଏହା ବି ପଢନ୍ତୁ- କର୍କଟ ରୋଗୀକୁ ମିଳିଲା ନୂଆ ଜୀବନ, ଅସ୍ଥିମଜ୍ଜା ପ୍ରତିରୋପଣରେ ଏସସିବିକୁ ବଡ଼ ସଫଳତା

ଅନ୍ୟପଟେ ଏସସିବି ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି ଯେ, ଏଭଳି କେସ କ୍ବଚିତ ମେଡିକାଲକୁ ଆସିଥାଏ । ଯାହା ଚ୍ୟାଲେଞ୍ଜିଂ ଥିଲା ସତ, ହେଲେ ମେଡିକାଲର ଡାକ୍ତରମାନେ ସଫଳ ଭାବେ ଅସ୍ତ୍ରୋପଚାର କରିଛନ୍ତି । କାର୍ଡିଆଥେରିକ ଭାସ୍କୁଲାର ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ମନୋଜ ପଟ୍ଟନାୟକଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଡାକ୍ତରୀ ଦଳ ନିୟୋଜିତ ରହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.