ETV Bharat / bharat

ଟ୍ରେନ ଦୁର୍ଘଟଣାରେ ହରାଇଥିଲେ ଦୁଇ ହାତ, ଯୋଡ଼ିଦେଲେ ଡାକ୍ତର

author img

By ETV Bharat Odisha Team

Published : Mar 6, 2024, 5:02 PM IST

Hand transplant in Delhi: ଟ୍ରେନ ଦୁର୍ଘଟଣାରେ କଟିଥିଲା ଦୁଇ ହାତ । ୪ ବର୍ଷ ପରେ ଯୋଡ଼ିଦେଲେ ଡାକ୍ତର । ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ସଫଳତାର ସହ ହାତ ପ୍ରତିରୋପଣ କରାଯାଇଛି । କେମିତି ଥିଲା ପୂରା ପ୍ରକ୍ରିୟା ଆସନ୍ତୁ ଜାଣିବା,

ଗଙ୍ଗାରାମ ହସ୍ପିଟାଲ
ଗଙ୍ଗାରାମ ହସ୍ପିଟାଲ

ନୂଆଦିଲ୍ଲୀ: କୁହାଯାଏ ଧରାପୃଷ୍ଠରେ ଭଗବାନ ହେଉଛନ୍ତି ଡାକ୍ତର । ଏମାନେ କେବଳ ଜୀବନ ବଞ୍ଚାନ୍ତି ତାହା ନୁହେଁ ବରଂ ବେଳେବେଳେ ଏଭଳି ଚମତ୍କାର କରନ୍ତି ତାହା ବିଶ୍ବାସ କରିବା ମଧ୍ୟ କଷ୍ଟକର ହୋଇଯାଏ । ହାର୍ଟ, କିଡନୀ, ଯକୃତ ଭଳି ଅଙ୍ଗର ପ୍ରତିରୋପଣ ବିଷୟରେ ଆପଣ ଶୁଣିଥିବେ, ହେଲେ ହାତ ପ୍ରତିରୋପଣ ବିଷୟରେ ଆପଣ କେବେ ଶୁଣିଛନ୍ତି କି? ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଚମତ୍କାର କରିଛନ୍ତି । ନୂଆ ହାତ ଲଗାଇ ନୂଆ ଜୀବନ ଦେଇଛନ୍ତି ।

କଣ ପୂରା ଘଟଣା: 2020 ମସିହା ଟ୍ରେନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ହାତ କଟି ଯାଇଥିଲା । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 45 ବର୍ଷୀୟ ବ୍ୟକ୍ତିଙ୍କର ହାତ ପ୍ରତିରୋପଣ କରାଯାଇଛି । ଡାକ୍ତର ନିଖିଲ ଝିନଝୁନଓ୍ବାଲାଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍ ଏହା କରି ଦେଖାଇବାରେ ସଫଳ ହୋଇଛନ୍ତି । ବ୍ରେନ ହାମରେଜରେ ପୀଡିତ 61 ବର୍ଷୀୟ ମହିଳାଙ୍କ ଅଙ୍ଗ ଦାନ ହେତୁ ମୋଟ 3 ଜଣଙ୍କୁ ନୂଆ ଜୀବନ ମିଳିଥିବା କହିଛନ୍ତି ଡାକ୍ତର ।

ଦିଲ୍ଲୀରେ ପ୍ରଥମ ହାତ ପ୍ରତିରୋପଣ ଘଟଣା: ଦିଲ୍ଲୀରେ ଏହା ପ୍ରଥମ ଘଟଣା ବୋଲି ଡାକ୍ତରମାନେ ଦାବି କରିଛନ୍ତି । ଗଙ୍ଗାରାମ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଚେୟାରମ୍ୟାନ ଡାକ୍ତର ମହେଶ ମଙ୍ଗଳ ଏବଂ ଡାକ୍ତର ନିଖିଲ ଝିନଝୁନଓ୍ବାଲାଙ୍କ ସମେତ ଅନେକ ଡାକ୍ତର 12 ଘଣ୍ଟା ଧରି ଅସ୍ତ୍ରପୋଚାର କରିଥିଲେ । ତେବେ ଏହା ସଫଳ ହେବା ପରେ ରୋଗୀ ମଧ୍ୟ ଚଳପ୍ରଚଳ କରିବାରେ ସକ୍ଷମ ହୋଇପାରିଛି । ହାତରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ ହେଉଥିବା ଡାକ୍ତରମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 15 ବର୍ଷ ପରେ ଏସସିବିକୁ ସଫଳତା, କଟା ହାତ ଫେରିପାଇ ଖୁସ 2 ପୀଡିତ

ଡାକ୍ତରଙ୍କ ମହେଶ ମଙ୍ଗଲଙ୍କ କହିବା ଅନୁସାରେ, "ଟ୍ରେନ ଦୁର୍ଘଟଣାରେ ଜଣେ ଯୁବକଙ୍କର ବାହାକୁ କଟା ଯାଇଥିଲା । ସେ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ହାତକୁ ଅଧାରୁ କଟା ଯାଇଥିଲା । ଆମେ ଅସ୍ତ୍ରପୋଚାର କରି ହାତକୁ ଯୋଡ଼ିଲୁ । ଉଭୟ ହାତ ପ୍ରତିରୋପଣ କରିବା ଏକ ପ୍ରକାର ଚାଲେଞ୍ଜ ଥିଲା । ହାତର ଶିରା, ଧମନୀ ଏବଂ ହାଡକୁ ସଂଯୋଗ କରିବା କଷ୍ଟକର ଥିଲା । କିନ୍ତୁ ପରିଶ୍ରମ ପରେ ସଫଳତା ପାଇଥିଲୁ । ରୋଗୀଙ୍କୁ ହସ୍ପିଟାଲରୁ ମଧ୍ୟ ଡିସଚାର୍ଜ କରାଯାଇଛି । "

ବ୍ରେନ ଡେଡ୍ ମହିଳାଙ୍କ ପାଇଁ ମିଳିଲା ନୂଆ ଜୀବନ: ଡାକ୍ତରଖାନା ପ୍ରଶାସନର ସୂଚନା ଅନୁସାରେ, ଦିଲ୍ଲୀର ଜଣେ ବୃଦ୍ଧ ମହିଳା ବ୍ରେନ ଡେଡରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସମ୍ପର୍କୀୟମାନେ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ନ୍ୟାସନାଲ ଅର୍ଗାନ ଏବଂ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ନୋଟୋ) ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲକୁ ଏକ କିଡନୀ ଦାନ କରିଥିଲେ । ଦ୍ୱିତୀୟ କିଡନୀକୁ ନିଜେ ଗଙ୍ଗାରାମ ଡାକ୍ତରଖାନାର ଜଣେ 41 ବର୍ଷ ବୟସ୍କା ମହିଳା ରୋଗୀଙ୍କୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.