ETV Bharat / state

15 ବର୍ଷ ପରେ ଏସସିବିକୁ ସଫଳତା, କଟା ହାତ ଫେରିପାଇ ଖୁସ 2 ପୀଡିତ

author img

By

Published : Jun 12, 2020, 5:26 PM IST

Updated : Jun 13, 2020, 3:15 PM IST

ଏସସିବି ପ୍ଲାଷ୍ଟିକ ସର୍ଜରୀ ବେଶିଷଜ୍ଞଙ୍କ ସଫଳତା,ଏଣିକି ସହଜରେ ଯୋଡ଼ିହେବ କଟା ହାତ । ଦୀର୍ଘ ବର୍ଷ ପରେ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପାଦନ କରାଯାଇଛି । ଦୁଇ ଜଣ ଲୋକଙ୍କ କଟାହାତକୁ ସହଜରେ ଯୋଡିବାରେ ସଫଳ ହୋଇଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରୀ ଟିମ । ଅଧିକ ପଢନ୍ତୁ...

success-of-scb-plastic-surgery-specialists-severed-hand-can-re-attached
ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଶେଷଜ୍ଞଙ୍କ ସଫଳତା,ଏଣିକି ସହଜରେ ଯୋଡ଼ିହେବ କଟା ହାତ!

କଟକ: ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ସଫଳତା । ଦୀର୍ଘ ବର୍ଷ ପରେ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପାଦନ କରିଛି ଏହି ବିଭାଗ । ଦୁଇ ଜଣ ଲୋକଙ୍କ କଟାହାତକୁ ସହଜରେ ଯୋଡିବାରେ ସଫଳ ହୋଇଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରୀ ଟିମ । ହାତ କଟି ଶରୀରରୁ ଅଲଗା ହେବାର ୪ ଘଣ୍ଟା ଭିତରେ ରୋଗୀ ମେଡିକାଲରେ ପହଞ୍ଚିବାରୁ ଏହା ସମ୍ଭବପର ହୋଇପାରିଛି । ତେବେ ଅସ୍ତ୍ରୋପଚାର ପରେ ଉଭୟଙ୍କ ହାତ ଧୀରେ ଧୀରେ କାମ କରିବାକୁ ଆରମ୍ଭ କରିଛି ।

15 ବର୍ଷ ପରେ ଏସସିବିକୁ ସଫଳତା, କଟା ହାତ ଫେରିପାଇ ଖୁସ 2 ପୀଡିତ

ଦୀର୍ଘ ୧୫ ବର୍ଷ ପରେ ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ମାନେ ସଫଳତାର ସହ ଜଟିଳ ଅସ୍ତ୍ରୋପଚାର କରିଛନ୍ତି ଦୁଇ ଜଣ ଲୋକଙ୍କ କଟାହାତକୁ ଅସ୍ତ୍ରୋପଚାର କରି ଯୋଡି ସେମାନଙ୍କୁ ଦେଇଛନ୍ତି ବଞ୍ଚିବାର ନୂଆ ଆଶା । ଇଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ମନୋଜ ମଲ୍ଲିକ । ଗତ ୨୨ ତାରିଖରେ ଏକ ହିଂସାକାଣ୍ଡ ର ମିମାଂସା କରୁଥିବାବେଳେ କଟୁରି ଚୋଟରେ ତାଙ୍କ ବାମ ହାତର ପ୍ରାୟ ୯୫ ପ୍ରତିଶତ କଟିଯାଇଥିଲା । ଠିକ ସେହିପରି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଶିମୁଳିଆ ର ଦେବୀ ପ୍ରସାଦ ସ୍ବାଇଁ ଜମି ବିବାଦକୁ ନେଇ ଆକ୍ରୋଶର ଶିକାର ହୋଇ ଗତ ୨୯ ତାରିଖ ଦିନ ନିଜର ବାମ ହାତ ସମ୍ପୂର୍ଣ ରୂପେ ଶରୀରରୁ କଟି ଅଲଗା ହୋଇଯାଇଥିଲା । ଆକ୍ରମଣ ହେବାପରେ ଉଭୟ ଏସସିବି ମେଡିକାଲକୁ ନିଜର ହାତକୁ ସୁରକ୍ଷିତ ଭାବେ ନେଇ ଆସିଥିଲେ । ଆଉ ମେଡିକାଲରେ ପହଞ୍ଚିବା ପରେ ଏସସିବି ଡାକ୍ତରୀ ଟିମ ତୁରନ୍ତ ଉଭୟଙ୍କ ଅସ୍ତ୍ରୋପଚାର କରିଥିଲେ । ତେବେ ଏବେ ଦୁଇ ଜଣଙ୍କ ହାତ ଧୀରେ ଧୀରେ କାମ କରିବାକୁ ଲାଗିଲାଣି ଯାହାକୁ ନେଇ ସେମାନେ ଏବେ ଢେର ଖୁସି ଜାହିର କରିଛନ୍ତି।

ଏସସିବି ମେଡିକାଲର ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମର ପ୍ରଚେଷ୍ଟା ଯୋଗୁଁ ଏହି ଅସ୍ତ୍ରୋପଚାର ସଫଳ ହୋଇପାରିଛି। ବିଳମ୍ବିତ ରାତିରେ ୨୦ ଜଣିଆ ଟିମ ଦୀର୍ଘ ୭ ଘଣ୍ଟା ଧରି ଅପରେସନ କରିଥିଲେ।ଆଉ ପୁରା ଟିମ ର ସହଯୋଗ ଯୋଗୁଁ ଅପରେସନ ସଫଳ ହୋଇଥିଲା । ତେବେ ଏହି ଦୁଇ ଜଣ ଗରିବ ଲୋକ ସେମାନଙ୍କର କଟାହାତକୁ ନେଇ ସଠିକ ସମୟରେ ମେଡିକାଲରେ ପହଁଚିବା ଯୋଗୁଁ ଏହି ଅସ୍ତ୍ରୋପଚାର ସଫଳ ହୋଇପାରିଲା ବୋଲି ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର କହିଛନ୍ତି । ଦୀର୍ଘ ୧୫ ବର୍ଷ ପରେ ଏଭଳି ଅସ୍ତ୍ରୋପଚାର ଏସସିବିରେ ସଫଳତାର ସହ କରାଯାଇଛି। ଏହା ଦ୍ବାରା ଅନେକ ଗରିବ ଲୋକଙ୍କ ସହଜରେ ସେମାନଙ୍କ କଟାହାତ ଯୋଡ଼ା ଯାଇପାରିବ। ସେହିପରି ଏକା ସମୟରେ ଦୁଇଟି ହାତକଟା ରୋଗୀ ଆସିଲେ ଏହି ଅସ୍ତ୍ରୋପଚାର କରିବା ସମ୍ଭବ ହେବ ନାହିଁ। ସେଥିପାଇଁ ସରଞ୍ଜାମ ଦରକାର। ତେବେ ଆହୁରି ସରଞ୍ଜାମ ପାଇଁ ବିଭାଗ ଯୋଜନା କରୁଥିବା ଏସସିବି ଅଧିକ୍ଷକ କହିଛନ୍ତି।

ପୂର୍ବରୁ ଏସସିବି ମେଡିକାଲରେ ଏଭଳି ଅସ୍ତ୍ରୋପଚାର ପାଇଁ ଆଧୁନିକ ଯନ୍ତ୍ରପାତି ର ବ୍ୟବସ୍ଥା ନଥିବା ବେଳେ ଏବେ ସେସବୁ ବ୍ୟବସ୍ଥା ମହଯୁତ ରହିଛି।ତେଣୁ ରାଜ୍ୟର ଗରିବ ଲୋକମାନେ ଯଦି କୌଣସି କାରଣରୁ ସେମାନଙ୍କ ହାତ ହରାନ୍ତି,ତେବେ ସେମାନେ ତାହାକୁ ନେଇ ଯଥାଶୀଘ୍ର ମେଡିକାଲରେ ପହଁଚିଲେ ସେମାନଙ୍କ ହାତକୁ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇପାରିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 13, 2020, 3:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.