ETV Bharat / state

ଜଗତସିଂହପୁରରେ JSW ପାଇପ ଲାଇନ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ - Protest Over JSW project

author img

By ETV Bharat Odisha Team

Published : May 4, 2024, 11:03 AM IST

Protest Over JSW pipeline digging
Protest Over JSW pipeline digging (Etv Bharat odisha)

Protest over JSW pipeline digging: ଜଗତସିଂହପୁରରେ ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନ କାର୍ଯ୍ୟକୁ ଚାଷୀଙ୍କ ବିରୋଧ । ଉଚିତ କ୍ଷତିପୂରଣ ଦେବାକୁ ଦାବି । ଅଧିକ ପଢନ୍ତୁ

Protest Over JSW pipeline digging (Etv Bharat odisha)

ଜଗତସିଂହପୁର: ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପ ଲାଇନ କାର୍ଯ୍ୟକୁ ଚାଷୀଙ୍କ ବିରୋଧ । କ୍ଷତିପୂରଣ ନଦେଇ ଜୋର ଜବରଦସ୍ତ ଜମିରେ ଏହି ସ୍ଲରୀ ପାଇପ ଲାଇନ ବିଛା ଯାଉଥିବା ଅଭିଯୋଗ ହୋଇଛି । ଜମି ମାଲିକମାନେ ଏହାକୁ ବିରୋଧ କଲେ ଠିକାଦାର ମାରପିଟ କରୁଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏପରିକି ଚାଷୀଙ୍କ ନାମରେ ମିଥ୍ୟା ଏତଲା ଦିଆଯାଇ ଜେଲ ପଠାଇ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର କୋଠୀ ପଞ୍ଚାୟତବାସୀ ।

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପରୁ ଜେଏସଡବ୍ଲ୍ୟୁ କମ୍ପାନୀର ସ୍ଲରୀ ପାଇପ ଲାଇନ ଯୋଡା ଯାଉଛି । ଜେଏସଡବ୍ଲୁ କମ୍ପାନୀ ଏହି ସ୍ଲରୀ ପାଇପ ଲାଇନରେ ଆଇରନ ଆଣି ଏହାକୁ ପ୍ରୋସେସିଂ କରିବ । ଏହି ପାଇପ ଲାଇନ୍ କୁଜଙ୍ଗ କୋଟା ପଞ୍ଚାୟତ ଦେଇ ଯାଉଥିବାରୁ ଏହାକୁ ପଞ୍ଚାୟତବାସୀ ସ୍ବାଗତ କରିଛନ୍ତି । କିନ୍ତୁ ଏହି ଏହି ପାଇପ ଲାଇନ କାର୍ଯ୍ୟ ପାଇଁ କୁଜଙ୍ଗ ଅଞ୍ଚଳର କୋଟା ପଞ୍ଚାୟତର ଚାଷୀମାନେ ବ୍ୟାପକ କ୍ଷତିର ସାମ୍ନା କରୁଛନ୍ତି । ଯେଉଁଥିପାଇଁ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।

ଏହାମଧ୍ୟ ପଢନ୍ତୁ.. JSW ପ୍ରକଳ୍ପ ଶିଳାନ୍ୟାସ ପୂର୍ବରୁ ବିବାଦ, ଢ଼ିଙ୍କିଆରେ ବିରୋଧୀଙ୍କ ସରକାରକୁ ଟାର୍ଗେଟ

ଚାଷୀଙ୍କ ଅଭିଯୋଗ ମୁତାବକ, "ସରକାରଙ୍କ ନିୟମାନୁଯାୟୀ ଜମିର ଉପଯୁକ୍ତ କ୍ଷତିପୂରଣ ନଦେଇ ଚାଷୀମାନଙ୍କ ଜମିକୁ ଜୋର ଜବରଦସ୍ତ ଖୋଳି ପାଇପ ଲାଇନ ବିଛା ଯାଉଛି । କୋଠୀ ପଞ୍ଚାୟତବାସୀ କମ୍ପାନୀର କାର୍ଯ୍ୟକୁ ବିରୋଧ କରୁନାହାନ୍ତି କିନ୍ତୁ କମ୍ପାନୀ ଚାଷୀମାନଙ୍କ ସହିତ କଥା ନହୋଇ ଜୋର ଜବରଦସ୍ତି ଜମିରେ ପାଇପ ପକାଇବା ଆରମ୍ଭ କରିଛି କମ୍ପାନୀ । ଏନେଇ ପଚାରିଲେ ବାହାରୁ ଅସାମାଜିକ ଯୁବକମାନଙ୍କ ଦ୍ବାରା ଧମକାଇବା ସହିତ ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କେସ୍ କରାଯାଉଛି ।"

ଏହାମଧ୍ୟ ପଢନ୍ତୁ.. ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଧାରଣା

କମ୍ପାନୀ ଠିକାଦାର ଚାଷୀମାନଙ୍କ ସହ ପ୍ରଥମେ ଆଲୋଚନା ନକରି ଜୋର ଜବରଦସ୍ତ ପାଇପଲାଇନ୍ ବିଛାଇବାକୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ତେଣୁ ଏନେଇ ପ୍ରଥମେ ଚାଷୀମାନଙ୍କ ସହ ଆଲୋଚନା କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ପଞ୍ଚାୟତବାସୀ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ଓ କମ୍ପାନୀଙ୍କୁ ଅପିଲ କରିଛନ୍ତି । ଅନ୍ୟପଟେ ଯଦି ଏନେଇ ଉପଯୁକ୍ତ କ୍ଷତିପୂରଣ ନ ଦିଆଯାଏ ତେବେ ଆଗାମୀ ଦିନରେ କମ୍ପାନୀ କାର୍ଯ୍ୟକୁୁ ଦୃଢ ବିରୋଧ କରାଯିବା ସହିତ ପାଇପ ଲାଇନ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.