ETV Bharat / state

JSW ପ୍ରକଳ୍ପ ଶିଳାନ୍ୟାସ ପୂର୍ବରୁ ବିବାଦ, ଢ଼ିଙ୍କିଆରେ ବିରୋଧୀଙ୍କ ସରକାରକୁ ଟାର୍ଗେଟ

author img

By ETV Bharat Odisha Team

Published : Feb 15, 2024, 9:32 PM IST

JSW Issue In Dhinkia: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଢିଙ୍କିଆ ଯାଇ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଶିଳାନ୍ୟାସ କରିବେ । ପ୍ରେସମିଟ କରି ସ୍ଥାନୀୟ ଜନ ପ୍ରତିନିଧିଙ୍କ ବିରୋଧ ପ୍ରଦର୍ଶନ । ଅଧିକ ପଢନ୍ତୁ

ଜେଏସଡବ୍ଲ୍ୟୁ ପ୍ରକଳ୍ପ ଶିଳାନ୍ୟାସ ପୂର୍ବରୁ ବିବାଦ , ଢ଼ିଙ୍କିଆରେ ବିରୋଧୀଙ୍କ ସରକାରକୁ ଟାର୍ଗେଟ
ଜେଏସଡବ୍ଲ୍ୟୁ ପ୍ରକଳ୍ପ ଶିଳାନ୍ୟାସ ପୂର୍ବରୁ ବିବାଦ , ଢ଼ିଙ୍କିଆରେ ବିରୋଧୀଙ୍କ ସରକାରକୁ ଟାର୍ଗେଟ

ଜେଏସଡବ୍ଲ୍ୟୁ ପ୍ରକଳ୍ପ ଶିଳାନ୍ୟାସ ପୂର୍ବରୁ ବିବାଦ , ଢ଼ିଙ୍କିଆରେ ବିରୋଧୀଙ୍କ ସରକାରକୁ ଟାର୍ଗେଟ

ଜଗତସିଂହପୁର: ଅନେକ ଦିନର ବ୍ୟବଧାନ ପରେ ପୁଣି ତେଜିଛି ଢିଙ୍କିଆ ବିବାଦ । ପୂର୍ବରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଢିଙ୍କିଆ ଅଞ୍ଚଳରେ ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲା ମାତ୍ର ପ୍ରବଳ ବିରୋଧ ଫଳରେ ଏହା ଓହରି ଯାଇଥିଲା । ବର୍ତ୍ତମାନ ସେହି ସ୍ଥାନରେ ଦେଶର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେଏସଡବ୍ଲ୍ୟୁ ଏହାର କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଆସୁଛନ୍ତି । କିନ୍ତୁ ଏହାକୁ ନେଇ ବିରୋଧ କରିଛନ୍ତି ଢିଙ୍କିଆ ପଞ୍ଚାୟତର ସ୍ଥାନୀୟ ଜନ ପ୍ରତିନିଧି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଢିଙ୍କିଆକୁ ନେଇ ଖୋଲା ଚିଠି ଲେଖିଛନ୍ତି । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଯେ ବହୁ ଚର୍ଚ୍ଚିତ ଢିଙ୍କିଆରେ ପୋସ୍କୋକୁ ନେଇ ବହୁ ବାଦ ବିବାଦ ଲାଗି ରହିଥିଲା । ସପକ୍ଷବାଦୀ ବିପକ୍ଷବାଦୀଙ୍କୁ ତିଆରି କରାଯାଇ ଏହି ମାଟିକୁ ରକ୍ତ ରଞ୍ଜିତ କରି ଦିଆଗଲା । ଏହି ଘଟଣାରେ ଅନେକ ଲୋକଙ୍କୁ ବିନା ଦୋଷରେ ଏହି ସରକାର ଦୋଷୀ ସଜେଇ ଦେଲେ । କିଛି ଲୋକ ବିନା ଦୋଷରେ ଜେଲ ମଧ୍ୟ ଗଲେ । ପରେ ପୋସ୍କୋ ଫେରିଗଲା । ଏବେ ଆସିଛି ଜେଏସଡବ୍ଲ୍ୟୁ ।"

ଏହା ମଧ୍ୟ ପଢନ୍ତୁ ... ଜଗସିଂହପୁରରେ ପ୍ରତିବାଦ, ‘କଲେଜ ନାହିଁ ତ ଭୋଟ ନାହିଁ’

ଏହା ସହ ସେ କହିଛନ୍ତି, "ଆମେ ଶିଳ୍ପକୁ ବିରୋଧ କରୁ ନାହୁଁ । କିନ୍ତୁ ଶିଳ୍ପ ପାଇଁ ମୋ ଜୋନର କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଥିବା କହିଛନ୍ତି । ଢ଼ିଙ୍କିଆ ରେ ସାଧାରଣ ଲୋକଙ୍କ ଜମିକୁ ବଳ ପୂର୍ବକ ନିଆଗଲା । ଉପକୂଳର ରକ୍ଷା କବଚ ସାଜିଥିବା ବାଲି ଟିକିରା ଓ ଗଛ ଗୁଡିକୁ କମ୍ପାନୀ ପ୍ରତିଷ୍ଠା ଆଳରେ କାଟି ମାଫିଆ ଲୁଟି ନେଲେ । କମ୍ପାନୀ ଆନ୍ଦୋଳନରେ ମିଥ୍ୟା ମକଦ୍ଦମାରେ ଛନ୍ଦି ଦିଆଗଲା । ରାଜ୍ୟ ସରକାର ଲୋକଙ୍କ ଜୀବନ ଜୀବିକା ଛଡ଼ାଇନେଲେ । ବଂଶାନୁକ୍ରମିକ ଭାବରେ ଧାନ, ପାନ ଓ ମୀନକୁ ନେଇ ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଠାରୁ ପୋଲିସ ଲଗାଇ ଛଡାଇ ନିଆଗଲା । ସ୍ଥାନୀୟ ଲୋକଙ୍କୁ ଥଇଥାନ କିମ୍ବା ଉପଯୁକ୍ତ କ୍ଷତିପୂରଣ ମିଳିଲା ନାହିଁ । ସାଧାରଣ ଗରିବ ମଳି ମୁଣ୍ଡିଆଙ୍କ ଶବ ଉପରେ ଶିଳ୍ପ ପ୍ରତିଷ୍ଠା କାହାପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯେ ଢ଼ିଙ୍କିଆ ଅଞ୍ଚଳରେ ଶିଳ୍ପ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ମିଛ କେସରୁ ମୁକ୍ତ କରିବା ସହ ଏହି ଅଞ୍ଚଳର ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି । ସେହିପରି ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର ଏହା ସରକାରୀ ଗସ୍ତ ହୋଇଥିବା ବେଳେ ସଭାସ୍ଥଳକୁ ହଜାର ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡକା ଯାଉଛି । ଶାସକ ଦଳର ବିଧାୟକ ମାନଙ୍କୁ ଏଠାରେ ନିମନ୍ତ୍ରଣ କରାଯାଇଥିବା ବେଳେ ସେହି ପଞ୍ଚାୟତ ଢିଙ୍କିଆର ମହିଳା ସମିତି ସଭ୍ୟା ମିତାରାଣୀ ଭୋଇ ଓ ତାଙ୍କୁ କୌଣସି ଖବର ଦିଆଯାଇ ନ ଥିବା ଯୋଗୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.