ETV Bharat / state

ଜଳୁଛି ସାରା ଓଡିଶା, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର - Odisha Weather

author img

By ETV Bharat Odisha Team

Published : Apr 4, 2024, 8:05 PM IST

Odisha Weather
Odisha Weather

Odisha Weather: ରାଜ୍ୟରେ ଆସନ୍ତା 6 ତାରିଖ ଯାଏଁ ପ୍ରବଳ ଖରା । ଆସନ୍ତା 3 ଦିନ ଯାଏଁ ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ

ଜଳୁଛି ସାରା ଓଡିଶା, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ବର: ପ୍ରବଳ ତାତିରେ ଜଳୁଛି ସାରା ଓଡ଼ିଶା । ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ପ୍ରବଳ ଖରାକୁ ନଜରରେ ରଖି 3 ଦିନ ଯାଏଁ ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ମଧ୍ୟ ଜାରି କରାଯାଇଛି ।

ଏହା ବି ପଢନ୍ତୁ- ଆସନ୍ତା ୪ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ୬ତାରିଖରୁ କାଳବୈଶାଖୀ !

କେନ୍ଦୁଝର, ମାଲକାନଗିରି, ଅନୁଗୋଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କନ୍ଧମାଳ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଳୁ ଗ୍ରୀଷ୍ମ ପ୍ରବାହକୁ ନେଇ ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ ଓ ଅନୁଗୋଳ ଏବଂ ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ଭଦ୍ରକ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହର ତାତିକୁ ନେଇ ଛୋଟ ପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।

ଏହା ବି ପଢନ୍ତୁ- ଖରାକୁ ବାହାରିବା ପୂର୍ବରୁ ମାନନ୍ତୁ ଏସବୁ କଥା, ପରାମର୍ଶ ଦେଲା ପାଣିପାଗ ବିଭାଗ

ଅନ୍ୟପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬, ୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଗତ ୨୪ ଘଣ୍ଟାରେ ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବେଳେ ବୌଦ୍ଧରେ ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କଳାହାଣ୍ଡିର କୋକସରାରେ ୩୫.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ସେପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬ , ୭, ୮ ଓ ୯ ତାରିଖରେ କାଳବୈଶାଖୀ ହୋଇପାରେ । ପ୍ରଭାବରେ ୭ ତାରିଖରୁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.