ETV Bharat / state

ଖରାକୁ ବାହାରିବା ପୂର୍ବରୁ ମାନନ୍ତୁ ଏସବୁ କଥା, ପରାମର୍ଶ ଦେଲା ପାଣିପାଗ ବିଭାଗ - HEAT WAVE ADVISORY

author img

By ETV Bharat Odisha Team

Published : Apr 4, 2024, 8:04 AM IST

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ସତର୍କତା ଜାରି କଲା ପାଣିପାଗ ବିଭାଗ
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ସତର୍କତା ଜାରି କଲା ପାଣିପାଗ ବିଭାଗ

Advisory For Heat wave: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ଓ ସଚେତନତା ବାର୍ତ୍ତା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଦିନ ୧୧ଟା ରୁ ୩ଟା ଭିତରେ ଘରୁ ନ ବାହାରିବାକୁ ପରାମର୍ଶ । ଅଧିକ ପଢନ୍ତୁ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଜାରି କଲା ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହରେ ସତର୍କ ଓ ସଚେତନତାକୁ ନେଇ ସାଧାରଣ ଲୋକଙ୍କ ପାଇଁ ପରାମର୍ଶ ଜାରି କଲା ପାଣିପାଗ ବିଭାଗ । ଖରା ସମୟରେ ଆର୍ଦ୍ରତା ଓ ଉଚ୍ଚ ତାପମାତ୍ରା ଲୋକଙ୍କ ଉପରରେ ପ୍ରଭାବ ପକାଉଥିବାରୁ ଏପରି ସ୍ଥିତିରେ କ'ଣ କରିବା ଦରକାର କ'ଣ ନୁହେଁ । ଏନେଇ ୧୫ଟି ସ୍ତମ୍ଭରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ସତର୍କତା ଜାରି କଲା ପାଣିପାଗ ବିଭାଗ
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ସତର୍କତା ଜାରି କଲା ପାଣିପାଗ ବିଭାଗ

ବିଶେଷ କରି ଅତ୍ୟଧିକ ଖରା ଆମ ସ୍ନାୟବିକ ପ୍ରକ୍ରିୟାର ବିଭିନ୍ନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ । ଏହାଦ୍ବାରା ସ୍ନାୟବିକ ପ୍ରକ୍ରିୟା ପ୍ରଭାବିତ ହେବ ସହ ଚର୍ମରୋଗ ଅଂଶୁଘାତ ବା ଷ୍ଟ୍ରୋକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଗ୍ରୀଷ୍ମ ପ୍ରବାହ ଜାରି ହୋଉଥିବା 4 ଦିନ ଯାଏ ଖରାକୁ ଯେତେ ମାତ୍ରାରେ ବାରଣ କରିବେ ସେତେ ମାତ୍ରାରେ ସ୍ବାସ୍ଥ୍ୟ ପ୍ରତି ଭଲ ବୋଲି କହିଛି ପାଣିପାଗ ବିଭାଗ ।

ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଋତୁ ଚାଲିଥିବା ବେଳେ ନିର୍ବାଚନ ରାଲିକୁ ନେଇ କିଛି ପରାମର୍ଶ ଦେଇଛି । ଯଦି ଆପଣ ନିର୍ବାଚନ ଶୋଭାଯାତ୍ରାକୁ ଯାଉଛନ୍ତି, ତାହାଲେ ପ୍ରଚୁର ପାଣି ପିଇବା ସହ ଓଦା ଗାମୁଛା ଓ କପଡା ମୁଣ୍ଡରେ ପକାନ୍ତୁ । ହାଲୁକା ଓ ଇଷ୍ଟ ରଙ୍ଗର ସୂତା କପଡା ବ୍ୟବହାର କରନ୍ତୁ । ଭିଡରେ ଥିବା ବେଳେ ପାଣି ସିଞ୍ଚନ କରନ୍ତୁ । ଆଉ ଏକ ବଡ ପରାମର୍ଶ ଦେଇଛି ପାଣିପାଗ ବିଭାଗ, ଏହି ସମୟରେ ବିଶେଷ କରି ମଦ, କଫି ଚା’ ଠାରୁ ଦୂରେଇ ରୁହନ୍ତୁ । କାରଣ ଅତ୍ୟଧିକ ଖରାରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ ହେବାର ଯଥେଷ୍ଟ ସମ୍ଭାବନା ।

ଏହା ମଧ୍ୟ ପଢନ୍ତୁ......ଆସନ୍ତା ୪ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ୬ତାରିଖରୁ କାଳବୈଶାଖୀ ! - Heat Wave Alert

ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ ଦର୍ଶାଇଛି ଯେ ଅତ୍ୟଧିକ ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ । ବିଶେଷ କରି ଖରାର ପ୍ରଖର ପ୍ରକୋପ ସମୟ ଯେପରିକି ୧୧ଟାରୁ ୩ଟା ଭିତରେ ଘରୁ ରହିବା ପାଇଁ କୁହାଯାଇଛି । ଛୋଟ ପିଲା, ବୟସ୍କ,ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଏହି ଖରାରୁ ବାରଣ କରାଯାଇଛି । ପ୍ରଚୁର ପରିମାଣର ପାଣି ଓଆରଏସ ଲେମ୍ବୁ ପାଣି ପିଇବା ସହ ଘରୁ ବାହାରିବ ସମୟରେ ହାଲୁକା କପଡାର ବସ୍ତ୍ର ସହ ପାଣି ବୋତଲ, ଛତା ଭଳି ଖରାରୁ ବର୍ତ୍ତିବା ପାଇଁ ଅବଶ୍ୟକୀୟ ସାମଗ୍ରୀ ସହ ବାହାରିବା ପାଇଁ ବିଭାଗ ସତର୍କ କରାଇଛି । ଗ୍ରାମାଞ୍ଚଳରେ ବିଶେଷ କରି ଚାଷୀଙ୍କୁ ଜମିକୁ ଯିବା ପାଇଁ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.