ETV Bharat / state

ସୈତାନ ସଜାଇଲା ସମ୍ପତ୍ତି ଲୋଭ; ନିଜ ଦାଦା ଓ ଭାଉଜକୁ ହାଣିଲା ଅଭିଯୁକ୍ତ

author img

By ETV Bharat Odisha Team

Published : Jan 20, 2024, 10:41 AM IST

ସମ୍ପତ୍ତି ବିବାଦକୁ ନେଇ ହତ୍ୟାକାଣ୍ଡ
Double Murder in Ganjam

Double Murder in Ganjam: ସମ୍ପତ୍ତି ବିବାଦକୁ ନେଇ ହତ୍ୟାକାଣ୍ଡ । ନିଜ ଦାଦା ଓ ଭାଉଜକୁ ହତ୍ୟା କଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୂଆପଲ୍ଲୀ ଗ୍ରାମରେ ହୋଇଛି ଡବଲ ମର୍ଡର । ସମ୍ପତ୍ତି ବିବାଦ କାରଣରୁ ମନ ମଧ୍ୟରେ ଲାଗିରହିଥିବା କ୍ରୋଧ ଏବଂ କାଜୁ ଜଙ୍ଗଲକୁ ସଫା କରିବାକୁ ନେଇ ଏଭଳି ଡବଲ ମର୍ଡର ହୋଇଥିବା କୁହାଯାଇଛି । ନିଜର ଦାଦା ଓ ଭାଉଜକୁ ହତ୍ୟା କରିଛି ଅଭିଯୁକ୍ତ । ହତ୍ୟା ଅଭିଯୁକ୍ତ ଡାକ ଓରଫ୍ ଡାକ ଡାକୁଆ କଟୁରୀ ଚୋଟରେ ବାରମ୍ବାର ଆକ୍ରମଣ କରିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାର ଦାଦା ଓ ଭାଉଜଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ଅଭିଯୁକ୍ତର ଦାଦା ଶିବ ଡାକୁଆ ଓ ଭାଉଜ ଜୟନ୍ତୀ ଡାକୁଆ । ତେବେ ଅଭିଯୁକ୍ତ ଡାକ ଡାକୁଆକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୂଆପଲ୍ଲୀ ଗ୍ରାମ ନିକଟରେ ରହିଥିବା କାଜୁ ଜଙ୍ଗଲରେ ଶୁକ୍ରବାର ଅପରାହ୍ନରେ ଏପରି ଡବଲ ମର୍ଡର ଘଟଣା ଘଟିଥିବା ଖବର ସମ୍ନାକୁ ଆସିଛି । ସାମାନ୍ୟ କାଜୁ ଜଙ୍ଗଲକୁ ସଫା କରିବାକୁ ନେଇ ଏପରି ଏକ ଲୋମହର୍ଷକ ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ଜୀବନ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୁଖ୍ୟତଃ ସମ୍ପତ୍ତି ବିବାଦରୁ ହିଁ ଏପରି ହୋଇଥିବା କୁହାଯାଉଛି । ଦୁଇ ପରିବାର ମଧ୍ୟରେ କାଜୁ ଜଙ୍ଗଲରେ କାହାର କେତେ ଭାଗ ତାହାକୁ ନେଇ ଲାଗିରହିଥିବା ବିବାଦରୁ ହିଁ ଏପରି ହୋଇଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ...ସାଙ୍ଗ ସାଜିଲା ସୈତାନ: ଚେନ୍ନାଇରେ ହତ୍ୟା, ଓଡ଼ିଶାରେ ଆତ୍ମସମର୍ପଣ

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମଦାତ୍ରୀ ହିଁ ହତ୍ୟାକାରୀ, ଯାଆଁଳା ଛୁଆଙ୍କ ଜୀବନ ନେଇଥିଲା ପିଶାଚୀ ମା’

ଶୁକ୍ରବାର ଦିନ ତମାମ ଉଭୟ ଅଭିଯୁକ୍ତ ଓ ମୃତକଙ୍କ ପରିବାର କାଜୁ ଜଙ୍ଗଲକୁ ସଫେଇ କରୁଥିଲେ । ଏହି ସମୟରେ ହଠାତ୍ ଅଭିଯୁକ୍ତ ଡାକ ଡାକୁଆ କଟୁରୀ ଧରି ଆକ୍ରମଣ କରିଥିବା କୁହାଯାଉଛି । ହତ୍ୟାକାରୀ ଜଣକ ହତ୍ୟା କରିବା ପରେ ଜଙ୍ଗଲ ମଧ୍ୟରେ ଫେରାର ହେବାକୁ ମଧ୍ୟ ଉଦ୍ୟମ କରିଥିଲା । ହେଲେ ଗ୍ରାମବାସୀ ହତ୍ୟାକାରୀକୁ କାବୁ କରି ନେଇଥିଲେ । ଏହାପରେ ଖଲ୍ଲିକୋଟ ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଛି । ସେପଟେ ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରୁ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖଲ୍ଲିକୋଟ ମେଡିକାଲକୁ ପଠାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.