ETV Bharat / state

ସାଙ୍ଗ ସାଜିଲା ସୈତାନ: ଚେନ୍ନାଇରେ ହତ୍ୟା, ଓଡ଼ିଶାରେ ଆତ୍ମସମର୍ପଣ

author img

By ETV Bharat Odisha Team

Published : Jan 19, 2024, 9:50 AM IST

Updated : Jan 19, 2024, 11:42 AM IST

Youth murdered by friend: ଚେନ୍ନାଇରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ବ୍ରହ୍ମପୁରରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ଅଭିଯୁକ୍ତକୁ ଚେନ୍ନାଇ ନେଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

Youth murdered by friend

ବ୍ରହ୍ମପୁର: ସାଙ୍ଗ ସାଜିଲା ସୈତାନ । ପ୍ରତିଶୋଧ ପରାୟଣ ହୋଇ ସାଙ୍ଗର ଜୀବନ ନେଲା ସାଙ୍ଗ । ମଦ୍ୟପାନ କରି ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଚେନ୍ନାଇରେ ହତ୍ୟାକାଣ୍ଡ ଭିଆଇ ଟ୍ରେନ ଯୋଗୋ ଓଡିଶା ଫେରୁଥିଲା ଅଭିଯୁକ୍ତ । ଶେଷରେ ବ୍ରହ୍ମପୁରରେ ଓହ୍ଲାଇ ଗୋଷାଣିନୂଆଗାଁ ଥାନାରେ ଆତ୍ମସମର୍ପଣ କରିଛି । ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଡ଼ୁଆ ଗ୍ରାମର ୨୬ ବର୍ଷୀୟ ବିଦୁର ମଲିକ । ସେ ତାର ସାଙ୍ଗ ଭରତ ମଲିକଙ୍କୁ ଚେନ୍ନାଇରେ ହତ୍ୟା କରି ଫେରାର ହେବାକୁ ଚେଷ୍ଟା କରୁଥିଲା । ଥାନାରେ ଆତ୍ମସମର୍ପଣ କରିବା ପରେ ଚେନ୍ନାଇ ପୋଲିସ ବ୍ରହ୍ମପୁରରେ ପହଞ୍ଚିଛି । ପୋଲିସ ଅଭିଯୁକ୍ତକୁ ନେଇ ଚେନ୍ନାଇ ଅଭିମୁଖେ ବାହାରିଛି ।

ଏହା ମଧ୍ୟ ପଢନ୍ତୁ-ଜନ୍ମଦାତ୍ରୀ ହିଁ ହତ୍ୟାକାରୀ, ଯାଆଁଳା ଛୁଆଙ୍କ ଜୀବନ ନେଇଥିଲା ପିଶାଚୀ ମା’

ଘଟଣା ଥିଲା ଏମିତି: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଡ଼ୁଆ ଗ୍ରାମର ବିଦୁର ମଲିକ ଓ ଭରତ ମଲିକ ଚେନ୍ନାଇରେ ଏକାଠି ରହି ଏକ ଘରୋଇ ଇଞ୍ଜିନିୟରିଂ ସଂସ୍ଥାରେ କାମ କରୁଥିଲେ। ମକର ସଂକ୍ରାନ୍ତି ଦିନ ବିଦୂର ଓ ଭରତ ମଦ୍ୟପାନ କରିବା ପରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ମାରପିଟ ହୋଇଥିଲେ । ଯାହାକୁ ନେଇ ଭରତ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଡ଼ାକି ବିଦୂରଙ୍କୁ ମାଡ଼ ମାରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ବିଦୁର ଭରତଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ଗତ ୧୪ ତାରିଖରେ ହତ୍ୟାକାଣ୍ଡ ଘଟାଇବା ପରେ ବିଦୁର ଟ୍ରେନ ଯୋଗେ ଭଦ୍ରକକୁ ଫେରୁଥିଲେ । କିନ୍ତୁ ଭଦ୍ରକରେ ପହଞ୍ଚିବା ପୂର୍ବରୁ ବିଦୁରଙ୍କୁ ତାଙ୍କର ଅନ୍ୟ ଜଣେ ସାଙ୍ଗ ସତ୍ୟବ୍ରତ ମଲିକ ଫୋନରେ ଯୋଗାଯୋଗ କରି ଥାନାରେ ଆତ୍ମସମର୍ପଣ କରି ନେବାକୁ ପରାମର୍ଶ ଦେଇଥିଲେ । ପରେ ଅଭିଯୁକ୍ତ ଜଣଙ୍କ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ସ୍ଥାନୀୟ ଗୋଷାଣିନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିଲା ।

ପରେ ବ୍ରହ୍ମପୁର ପୋଲିସ ଚେନ୍ନାଇ ପୋଲିସକୁ ଅବଗତ କରାଇଥିଲା ଚେନ୍ନାଇ ପୋଲିସ ବ୍ରହ୍ମପୁର ଆସି ଅଭିଯୁକ୍ତ ବିଦୂରଙ୍କୁ କୋର୍ଟରେ ହାଜର କରାଇ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ସିଜେଏମ ରିମାଣ୍ଡ ଆବେଦନକୁ ମଞ୍ଜୁର କରିଥିବା ବେଳେ ଚେନ୍ନାଇ ପୋଲିସ ଅଭିଯୁକ୍ତକୁ ନେଇ ଚେନ୍ନାଇ ବାହାରିଥିବା ବେଳେ ସେଠାକାର ଗୁମୁଟିପୁଣ୍ଡି ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jan 19, 2024, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.