ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଶେରଗଡକୁ NAC ମାନ୍ୟତା, ଏକାଧିକ ପ୍ରକଳ୍ପର କଲେ ଉଦଘାଟନ ସହ ଶିଳାନ୍ୟାସ

author img

By ETV Bharat Odisha Team

Published : Feb 14, 2024, 4:11 PM IST

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ଶେରଗଡକୁ NAC  ମାନ୍ୟତା, ଏକାଧିକ ପ୍ରକଳ୍ପର  କଲେ ଉଦଘାଟନ ସହ  ଶିଳାନ୍ୟାସ
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ଶେରଗଡକୁ NAC ମାନ୍ୟତା, ଏକାଧିକ ପ୍ରକଳ୍ପର କଲେ ଉଦଘାଟନ ସହ ଶିଳାନ୍ୟାସ

NAC status for Sheragada: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଶେରଗଡ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ଶୀତଳାପଲ୍ଲୀ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଥିଲେ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ଶେରଗଡକୁ NAC ମାନ୍ୟତା, ଏକାଧିକ ପ୍ରକଳ୍ପର କଲେ ଉଦଘାଟନ ସହ ଶିଳାନ୍ୟାସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଏସି ଘୋଷଣା ସହ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ପାଇଁ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆୟୋଜିତ ଦୁଇଟି ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣଙ୍କ ସହଯୋଗରେ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ ହୋଇପାରିଛି । ବିକାଶ କ୍ଷେତ୍ରରେ ହିଞ୍ଜିଳି ଶେରଗଡ ଆଦର୍ଶ ହୋଇପାରିଛି । ଆପଣ ମାନଙ୍କ ଆଶୀର୍ବାଦ ସହଯୋଗ ମୋତେ ରାଜ୍ୟର ସେବା କରିବାକୁ ଶକ୍ତି ଦେଇଛି । ସେଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଶେରଗଡବାସୀଙ୍କ ସମେତ ରାଜ୍ୟବାସୀଙ୍କ ପାଖରେ ଋଣୀ ।

ଅଧିକ ପଢନ୍ତୁ- ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏକାଧିକ ପ୍ରକଳ୍ପର ହେବ ଉଦଘାଟନ ଓ ଶିଳାନ୍ୟାସ

ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଶେରଗଡ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ଶୀତଳାପଲ୍ଲୀ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଥିଲେ । ଶେରଗଡ କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ରହିଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ଶୀତଳାପଲ୍ଲୀ ଠାରେ ସମ ହସପିଟାଲର ଉଦଘାଟନ କରିଥିଲେ । ଏହାପରେ ଘଟକେଶ୍ବର ବହୁମୁଖି ପ୍ରକଳ୍ପ, ହରଭଙ୍ଗୀ ସମ୍ପ୍ରସାରଣ ପ୍ରକଳ୍ପ, ଛେଳିଗଡ ଟନେଲ ଏବଂ ଡ୍ୟାମର ଉଦଘାଟନ କରିବା ସହିତ ଜାନିବିଲି ବ୍ୟାରେଜ ନିର୍ମାଣ, ଛେଳିଗଡ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ଆପଣଙ୍କ ସହଯୋଗରେ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ ହୋଇପାରିଛି । ବିକାଶ କ୍ଷେତ୍ରରେ ହିଞ୍ଜିଳି ଶେରଗଡ ଆଦର୍ଶ ହୋଇପାରିଛି । ଆପଣ ମାନଙ୍କ ଆଶୀର୍ବାଦ ସହଯୋଗ ମୋତ ରାଜ୍ୟର ସେବା କରିବାକୁ ଶକ୍ତି ଦେଇଛି । ସେଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଶେରଗଡବାସୀଙ୍କ ସମେତ ରାଜ୍ୟବାସୀଙ୍କ ପାଖରେ ଋଣୀ । ସାରା ରାଜ୍ୟରେ 8 ହଜାର ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ, ଖୁବଶୀଘ୍ର ମେଡିକାଲର ମଧ୍ୟ ରୂପାନ୍ତରଣ ହେବ । ’’

ଅଧିକ ପଢନ୍ତୁ- ମାନଯୋର ଜଳସେଚନ ପ୍ରକଳ୍ପ ସମ୍ପ୍ରସାରିତ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଶୀତଳାପଲ୍ଲୀ ଠାରେ ୭୮ ଗୋଟି ପ୍ରକଳ୍ପ ପାଇଁ ୩୬୩୪ କୋଟି ଟଙ୍କା ଅନୁଦାନର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତବ୍ୟରେ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ ଠାରୁ ଆରମ୍ଭ କରି ମା’ ତାରାତାରିଣୀ ରୂପାନ୍ତରଣ କାର୍ଯ୍ୟ ଅନେକ ସୁନାମ ଆଣିପାରିଥିବା ବେଳେ ସମସ୍ତଙ୍କ ସହଯୋଗରେ ରାଜ୍ୟରେ ଅନେକ ବିକାଶ ହୋଇଥିବା ବେଳେ ଆହୁରି ଅନେକ ଲକ୍ଷ୍ୟ ରହିଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ପୂର୍ବରୁ ରାଜ୍ୟର ବଜେଟ ୨ ଲକ୍ଷ ୫୮ ହଜାର କୋଟି ଟଙ୍କା ରହିଥିବା ବେଳେ ତାହାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ବଜେଟ ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ସରକାରଙ୍କ ପକ୍ଷରୁ ଅନେକ ଜନହିତକର ଯୋଜନା ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିୟାନଙ୍କ ସମେତ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସମେତ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଆସିକା ବିଧାୟକ ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ , ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ବିଭାଗର ବରିଷ୍ଠ ସଚିବ ମାନେ ପ୍ରମୁଖ ମଞ୍ଚାସୀନ ଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.