ETV Bharat / state

ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏକାଧିକ ପ୍ରକଳ୍ପର ହେବ ଉଦଘାଟନ ଓ ଶିଳାନ୍ୟାସ

author img

By ETV Bharat Odisha Team

Published : Feb 13, 2024, 10:48 PM IST

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତରେ ଆସିବେ । ଶେରଗଡ ଏବଂ ଶୀତଳାପଲ୍ଲୀର ସାଧାରଣ ସଭାରେ ଯୋଗ ଦେବେ ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଅଧିକ ପଢନ୍ତୁ

ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ

ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ

ବ୍ରହ୍ମପୁର: ଆସନ୍ତାକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତରେ ଆସିବେ । ଶେରଗଡ ଏବଂ ଶୀତଳାପଲ୍ଲୀର ସାଧାରଣ ସଭାରେ ଯୋଗ ଦେବେ ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶେରଗଡ ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ଶୀତଳାପଲ୍ଲୀ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକେପ୍ଟର ଯୋଗେ ରାଜଧାନୀ ଭୁବନେଶ୍ବରରୁ ବାହାରିବା ପରେ ଦିନ ୧୧.୧୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଶେରଗଡ ଠାରେ ପହଞ୍ଚିବେ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ କେତେକ ନୂତନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ- ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଭୂତଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

ସେହିପରି ମଖ୍ୟମନ୍ତ୍ରୀ ଆସନ୍ତାକାଲି ଶେରଗଡ ଠାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବା ସହିତ ଶେରଗଡର ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିବା ସହିତ ଶେରଗଡ କୁ ନୂତନ ଏନଏସି ଭାବରେ ଘୋଷଣା କରିବାର ଯୋଜନା ରହିଛି । ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଥିବାରୁ ଏହାକୁ ନେଇ ଦଳୀୟ କର୍ମୀ ଏବଂ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣ ନିଜର ପ୍ରିୟର ବିଧାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଏକତ୍ରିତ ହେବେ ।

ଅଧିକ ପଢନ୍ତୁ- ୧୩ ଜିଲ୍ଲାରେ ୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର, ଖର୍ଚ୍ଚ ହେବ ୪୬୦୦ କୋଟି

ଏହା ବି ପଢନ୍ତୁ- ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇଲା କଳାହାଣ୍ଡି, ସାନ୍ଦୁଲ ଜଳସେଚନ ପ୍ରକଳ୍ପ ଉଦଘାଟିତ

ସେପଟେ ଶେରଗଡ କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀଠାରେ ରହିଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରୁ ଓଲ୍ଲାଇ ଶୀତଳାପଲ୍ଲୀ ଠାରେ କାର୍ଯ୍ୟକାରୀ ହେବାକୁ ରହିଥିବା ସମ ହସପିଟାଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏହା ପରେ ଘଟକେଶ୍ବର ବହୁମୁଖି ପ୍ରକଳ୍ପ, ହରଭଙ୍ଗୀ ସମ୍ପ୍ରସାରଣ ପ୍ରକଳ୍ପ, ଛେଳିଗଡ ଟନେଲ ଏବଂ ଡ୍ୟାମର ଉଦଘାଟନ କରିବା ସହିତ ଜାନିବିଲି ବ୍ୟାରେଜ ନିର୍ମାଣ , ଛେଳିଗଡ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ କରିବେ । ପରେ ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୫ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିୟାନଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.