ETV Bharat / state

ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଭୂତଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

author img

By ETV Bharat Odisha Team

Published : Feb 13, 2024, 10:41 PM IST

ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ  ଭୂତଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ
ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଭୂତଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ

ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଦର୍ପଣି-ନରସିଂପୁର ଶାଖା କେନାଲ ଭୂତଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ ଭିଡିଓ କନଫରେନ୍ସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଭୂତଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ

ଢେଙ୍କାନାଳ: ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଦର୍ପଣି-ନରସିଂପୁର ଶାଖା କେନାଲ ଭୂତଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ । ଭିଡିଓ କନଫରେନ୍ସି ମାଧ୍ୟମରେ ଆଜି ଏହି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ଯାତ୍ରା ପଡିଆ ଆୟୋଜିତ ହୋଇଥିଲା ଲୋକାର୍ପଣ ଉତ୍ସବ ।

ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଦର୍ପଣି ନରସିଂପୁର ଶାଖା କେନାଲରୁ ଏହି ଭୂତଳ ପାଇପ ଲାଇନ ଜଳ ଯୋଗାଣ ର ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ୨୪୭୦ ହେକ୍ଟର ଓ ଆଠଗଡ଼ ଉପଖଣ୍ଡ ର ୩୫୬୯ ହେକ୍ଟର ଏପରି ମୋଟ ୬ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିଛି। ୯ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମାଧ୍ୟମରେ ଉଭୟ ଜିଲ୍ଲାର ୨୭ ହଜାର ଚାଷୀ ଉପକୃତ ହୋଇପାରିବେ। ଆଗାମୀ ଦିନରେ ଅବଶିଷ୍ଠ ୨୦୩୩୪ ହେକ୍ଟର ଜମି ପାଇଁ କାର୍ଯ୍ୟଚାଲୁ ରହିଛି। ଏହି ପ୍ରକଳ୍ପ ଆସନ୍ତା ୨୦୨୬ ମସିହା ମଧ୍ୟରେ ସମାପ୍ତ କରାଯାଇ ରବି ଓ ଖରିଫ ଋତୁରେ ବ୍ୟାପକ ଜଳସେଚନ ସୁବିଧା ଯୋଗାଇବା ସଙ୍ଗେ ସଙ୍ଗେ ୪ଟି ଜିଲ୍ଳାର କୃଷି କୃଷକଙ୍କ ଉନ୍ନତି ନିମନ୍ତେ ଉତ୍ସର୍ଗ କରାଯିବ ଓ ଅଞ୍ଚଳ ଗୁଡିକୁ ଜଳଵିସ୍ତୃତ ମୁକ୍ତ କରିବା ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଏହା ବି ପଢନ୍ତୁ- ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇଲା କଳାହାଣ୍ଡି, ସାନ୍ଦୁଲ ଜଳସେଚନ ପ୍ରକଳ୍ପ ଉଦଘାଟିତ

ଭାରତ ବର୍ଷ ପରି କୃଷି ପ୍ରଧାନ ଦେଶରେ ଆମ ରାଜ୍ୟ ଓଡ଼ିଶାରେ କୃଷି ଉତ୍ପାଦନ କ୍ଷେତ୍ରରେ ଲୋକ ମାନଙ୍କୁ ବେଶ ସ୍ବାଭାଲମ୍ବୀ କରିପାରୁଛି। କୃଷି ଓ ଜଳସେଚନ ନୀତି ସାଙ୍ଗକୁ ଜମିକୁ ଜଳ ଓ କୃଷିକୁ ବଳ ଯୋଗାଇ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ସୋପାନ ଆଗକୁ ବଢି ଚାଲିଛନ୍ତି । ଚାଷୀର କଲ୍ୟାଣ ଓ କୃଷିର ବିକାଶ ହିଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଢେଙ୍କାନାଲ ବିଧାୟକ। ଏହି ଅବସରରେ ଉଭୟ ଢେଙ୍କାନାଳ ଓ ଆଠଗଡ଼ରୁ ହଜାର ହଜାର ସଂଖ୍ୟାରେ ଜଣ ସାଧାରଣ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଯୋଗ ଦେଇଥିଲେ ।

ସୂଚନା ଥାଉ କି ଆଜି କଳାହାଣ୍ଡିରେ ଉଦଘାଟିତ ହୋଇଛି ସାନ୍ଦୁଲ ଜଳସେଚନ ପ୍ରକଳ୍ପ । ଏହାକୁ ଭିଡିଓ କଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.