ETV Bharat / state

ମାନଯୋର ଜଳସେଚନ ପ୍ରକଳ୍ପ ସମ୍ପ୍ରସାରିତ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 14, 2024, 3:07 PM IST

Manjor irrigation project
ମାନଯୋର ଜଳସେଚନ ପ୍ରକଳ୍ପ ସମ୍ପ୍ରସାରି

Manjor irrigation project: ଅନୁଗୋଳ ଆଠମଲ୍ଲିକ ଅଞ୍ଚଳରେ ଥିବା ମାନଯୋର ମଧ୍ୟମ ଜଳ ସେଚନ ପ୍ରକଳ୍ପର ସମ୍ପ୍ରସାରଣ ହୋଇଛି । 52 କୋଟି ଟଙ୍କାର ବ୍ୟୟ ବରାଦରେ ଏହି ପ୍ରକଳ୍ପ ହୋଇଥିବା ବେଳେ ଏଥିରେ 28 ଗାଁର ଲୋକେ ଉପକୃତ ହେବେ । ଅଧିକ ପଢନ୍ତୁ

ଅନୁଗୋଳ: ଜିଲାର ଆଠମଲ୍ଲିକ ଅଞ୍ଚଳରେ ଥିବା ମାନଯୋର ମଧ୍ୟମ ଜଳ ସେଚନ ପ୍ରକଳ୍ପର ସମ୍ପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭର୍ଚୁଆଲ ମୋଡ଼ରେ ଏହି ପାଇପ ଯୋଗେ ଚାଷ ଜମିକୁ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । 52 କୋଟି ଟଙ୍କାର ବ୍ୟୟ ବରାଦରେ ଏହି ପ୍ରକଳ୍ପ ହୋଇଥିବା ବେଳେ ଏଥିରେ 28 ଗାଁର ଲୋକେ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ମାନଯୋର ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ କରିଛନ୍ତି । ଏହି ଭୂମି ତଳ ପାଇପ ପ୍ରକଳ୍ପ ମାଧ୍ୟମରେ ଚାଷୀର କ୍ଷେତକୁ ଜଳସେଚନ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ଦ୍ୱାରା 2013 ହେକ୍ଟର ଅଧିକ ଜମିରେ ଜଳସେଚନ ହୋଇପାରିବ ଓ ଆଠମଲ୍ଲିକ ଅଞ୍ଚଳରେ 28ଟି ଗାଁ ଉପକୃତ ହେବେ । ତେବେ ଏହି ପ୍ରକଳ୍ପ ପାଇଁ ମୋଟ 52 କୋଟି ଟଙ୍କାର ବ୍ୟୟ ବରାଦ କରିଛି ଜଳସେଚନ ବିଭାଗ ।

ଏଥିସହ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଲି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ । ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ ।

ଏହାମଧ୍ୟ ପଢନ୍ତୁ.. ଯାଜପୁରରେ ୮୭ ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଏନେଇ ଆଠମଲ୍ଲିକ ଷ୍ଟାଡିୟମ ପଡ଼ିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ବିଧାୟକ ରମେଶ ସାଏ, ଜିଲ୍ଲାପାଳ ମହମ୍ମଦ ଅଵଦ୍ଦୁଲ ଅଖତର, ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନତା ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, 5T ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି । ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ କୃଷି ଓ କୃଷକଙ୍କ କଲ୍ୟାଣ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସେ ଚାଷୀର କଲ୍ୟାଣ ଓ କୃଷିର ବିକାଶକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ସେ ସବୁବେଳେ ଭୁବନେଶ୍ୱରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ଭାଇ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହେଉଛି ବୋଲି ଜାଣି ସେ ଖୁସି ବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.