ETV Bharat / state

ଦୁଇ ଦିନ ପୂର୍ବରୁ ଶେଷ ହେଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ

author img

By ETV Bharat Odisha Team

Published : Feb 9, 2024, 8:32 PM IST

ଦୁଇ ଦିନ ପୂର୍ବରୁ ଶେଷ ହେଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ
ଦୁଇ ଦିନ ପୂର୍ବରୁ ଶେଷ ହେଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ

Budget Session: ମାତ୍ର ୫ ଦିନରେ ଶେଷ ହେଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ଦୁଇ ଦିନ ପୂର୍ବରୁ ଶେଷ ହେଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ବର: ମାତ୍ର ୫ ଦିନରେ ଶେଷ ହେଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । କୌଣସି କାର୍ଯ୍ୟ ଦିବସ ନଥିବାରୁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଆଣିଥିଲେ ପ୍ରସ୍ତାବକୁ ଗ୍ରହଣ କରିଥିଲେ ବାଚସ୍ପତି । ଏ ସଂପର୍କରେ ମତ ରଖିବାକୁ ଦିଆନଯିବାରୁ ଅଗଣତାନ୍ତ୍ରିକ ବୋଲି କହି କକ୍ଷ ତ୍ୟାଗ କରିଥିଲେ ବିଜେପି ବିଧାୟକ ଦଳ ।

ଅଧିକ ପଢନ୍ତୁ- ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ; ଫଟୋ ଉଠାଇଲେ ବିଧାୟକ

ଚଳିତ ବିଧାନସଭା ଅଧିବେଶନ ଫେବୃଆରୀ ୫ରୁ ଆରମ୍ଭ ହେଇଥିଲା । ଆସନ୍ତା ୧୩ ତାରିଖ ଯାଏଁ କାର୍ଯ୍ୟସୂଚୀ ରହିଥିଲା । ଯେଉଁଥିରେ ୭ ଟି କାର୍ଯ୍ୟ ଦିବସ ରହିଥିଲା । ଗତକାଲି କାମଚଳା ବଜେଟ ବିଧାନସଭାରେ ଆଗତ ହୋଇଛି । ଆଜି ଏନେଇ ଆଲୋଚନା ହୋଇଛି । ତେବେ ଆଜି ୨ କାର୍ଯ୍ୟ ଦିବସ ଆଗରୁ ଶେଷ ହୋଇଯାଇଛି ବିଧାନସଭା ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । କୌଣସି କାର୍ଯ୍ୟ ଦିବସ ନଥିବାରୁ ବିଧାନସଭା ମୁଲତବୀ ଘୋଷଣା କରିବାକୁ ଅନୁରୋଧ କରିଥିଲେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ବାଗତ କରିଥିଲେ । ଶାସକ ଦଳ ମୁଖ୍ୟ ସଚେତକ ଆଣିଥିବା ପ୍ରସ୍ତାବ ସଂପର୍କରେ ମତ ରଖିବାକୁ ବିରୋଧୀ ଦଳକୁ ସୁଯୋଗ ଦେଇନଥିଲେ ବାଚସ୍ପତି । ଏହାକୁ ଅଗଣତାନ୍ତ୍ରିକ ବୋଲି କହ କକ୍ଷ ତ୍ୟାଗ କରିଥିଲା ବିଜେପି ବିଧାୟକ ଦଳ ।

ଅଧିକ ପଢନ୍ତୁ- ନବୀନ ସରକାରର ଶେଷ ଅଧିବେଶନ; ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ବିକାଶର ଗୋଲାପୀ ଚିତ୍ର

ଗୃହରେ ବିଦାୟୀ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅଧିବେଶନର ପାଞ୍ଚଟି କାର୍ଯ୍ୟ ଦିବସ ଥିଲା । ଛୋଟ ସେସନ ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା । ବଜେଟ ବି ପାରିତ ହୋଇଛି । ଷୋଡ଼ଶ ବିଧାନସଭା ଅଧିବେଶନ eventful ଓ memorable ଥିଲା । ଗତ ପାଞ୍ଚ ବର୍ଷରେ ବାଚସ୍ପତି, ଉପବାଚସ୍ପତି ଓ ବାଚସ୍ପତି ପ୍ୟାନେଲ ଗୃହର ସୁପରିଚାଳନା କରିଥିଲେ । ସବୁ ଦଳର ନେତା ଓ ସଚେତକ ମାନଙ୍କୁ ଗୃହର କାର୍ଯ୍ୟ ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ । ବିଧାୟକମାନଙ୍କ ଯୋଗଦାନ ତର୍କର କ୍ବାଲିଟି ଓ କଣ୍ଟେଣ୍ଟକୁ ଉଚ୍ଚକୋଟିର କରିଛି । ଗଣମାଧ୍ୟମ ବନ୍ଧୁଙ୍କୁ ବି ଧନ୍ୟବାଦ ଜଣାଉଛି । କାରଣ ସେମାନେ କଠିନ ପରିଶ୍ରମ କରି ଗୃହର ଖବର ଜଣାଇଛନ୍ତି । ବିଧାୟକ ସଚିବ ଓ ବିଧାନସଭା ଅଫିସିଆଲଙ୍କୁ ବି ଧନ୍ୟବାଦ । ସମସ୍ତଙ୍କୁ ସାଧାରଣ ଜୀବନରେ eventful career ପାଇଁ ଶୁଭେଚ୍ଛା । ଯାହା ଆମ ରାଜ୍ୟ ଓ ଦେଶର ସେବା କରିବାରେ ସହାୟକ ହେବ ।

ସେପଟେ ମାତ୍ର ୫ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଛି । ସେହିପରି ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମ ଚଳା ବଜେଟ ପାରିତ ହୋଇଛି । କଂଗ୍ରେସ ବିଧାୟକ ଦେଲା ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଚଳିତ ବିଧାନସଭା ହେଉଛି ମୋର ଶେଷ ଅଧିବେଶନ । ଘୋଷଣା କରଛି ଆଉ ବିଧାନସଭା ନିର୍ବାଚନ ଲଢ଼ିବି ନାହିଁ । ଆଗାମୀ ଦିନରେ ଆହୁରି ଭଲ ପ୍ରତିନିଧି ମାନେ ଆସିବେ । ଗଣତନ୍ତ୍ରକୁ ରକ୍ଷା କରିବେ । ସେପଟେ ରାଜ୍ୟପାଳଙ୍କ ଫେରାଦ ହୋଇଛନ୍ତି ବିଜେପି ବିଧାୟକ ଦଳ । ବିଧାନସଭାରୁ ସିଧାସଳଖ ରାଜଭବନ ଯାଇଛି ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଶାସକ ଦଳ ଅଗଣତାନ୍ତ୍ରିକ ଭାବେ ଗୃହ ବନ୍ଦ କରିଦେଲେ । ପଳାୟନ ପନ୍ଥୀ ସାଜି ୨ ଦୁଇ ଦିନ ଆଗରୁ ଗୃହ ବନ୍ଦ କରିଦେଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.