ETV Bharat / state

ମାଓ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ, ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରଶାସନର ଆହ୍ବାନ

author img

By ETV Bharat Odisha Team

Published : Jan 27, 2024, 6:32 AM IST

Awareness in Boudh
Awareness in Boudh

Awareness in Boudh: ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଉପାନ୍ତ ଅଞ୍ଚଳରେ ସଚେତନତା କରାଯାଇଛି । ପ୍ରଶାସନର ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

Awareness in Boudh

ବୌଦ୍ଧ: ମାଓ ଅଧ୍ୟୁଷିତ ଅଞ୍ଚଳରେ ସଚେତନ କରାଇଲା ପ୍ରଶାସନ । ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଉପାନ୍ତ ଅଞ୍ଚଳରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି । ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି ପୋଲିସ ପ୍ରଶାସନ । ଗତକାଲି ସାରା ଦେଶ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓ ସଂଗଠନକୁ ଆହ୍ବାନ ଦେଇଛି ଜିଲ୍ଲା ପୋଲିସ ।


ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବାକୁ ଜିଲ୍ଲା ପୋଲିସ ମାଓ ସଂଗଠନକୁ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆହ୍ବାନ ଦେଇଛି । ତେବେ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ଶଗଡ଼ା ପଞ୍ଚାୟତଠାରେ 'ଜନ ମୈତ୍ରୀ ଅଭିଯାନ'ର ଆୟୋଜନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଛି ପ୍ରଶାସନ । ପ୍ରଶାସନର ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...କନ୍ଧମାଳରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଅର୍ଥ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ

ଏହା ମଧ୍ୟ ପଢନ୍ତୁ...ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପରେଡରେ ଅଭିବାଦନ ଗ୍ରହଣ

ଶଗଡ଼ା ପଞ୍ଚାୟତରେ ଜିଲ୍ଲା ପୋଲିସ ପହଞ୍ଚି ଲୋକଙ୍କୁ ମାଓ ସଂଗଠନକୁ ସହଯୋଗ ନକରିବାକୁ ଆହ୍ବାନ ଦେଇଥିଲା । ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଶଗଡ଼ା ପଞ୍ଚାୟତର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଶଗଡ଼ାଠାରେ ଜିଲ୍ଲା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏସପି ରାଜ ପ୍ରସାଦ ସ୍ଥାନୀୟ ଅଧିବାସୀଙ୍କୁ ସ୍ବାସ୍ଥ୍ୟସେବା, ଆବାସ ଯୋଜନା, ରାସନ୍ , ସାମାଜିକ ସୁରକ୍ଷା ଭଳି ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ସେହିପରି ଯୁବ ବର୍ଗଙ୍କୁ ଶିକ୍ଷା ଓ କ୍ରୀଡାରେ ସାମିଲ ହୋଇ ଦେଶର ଉତ୍ତମ ନାଗରିକ ହେବାକୁ ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି । ତେବେ ପ୍ରଶାସନର ଏଭଳି ଅଭିନବ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.