ETV Bharat / state

କନ୍ଧମାଳରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଅର୍ଥ ମନ୍ତ୍ରୀ

author img

By ETV Bharat Odisha Team

Published : Jan 26, 2024, 8:34 PM IST

କନ୍ଧମାଳରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଅର୍ଥ ମନ୍ତ୍ରୀ
କନ୍ଧମାଳରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଅର୍ଥ ମନ୍ତ୍ରୀ

Republic Day: ଆଜି ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

କନ୍ଧମାଳରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଅର୍ଥ ମନ୍ତ୍ରୀ

ଫୁଲବାଣୀ: ୭୫ତମ ସାଧାରଣତନ୍ତ୍ର ଦିବସ ନେଇ ସବୁଠି ଉତ୍ସାହର ମାହୋଲ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ପୁର ଠୁ ପଲ୍ଲୀ । ସାରା ଦେଶରେ ଉଡୁଛି ତ୍ରିରଙ୍ଗା ପତାକା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ସେହିପରି କନ୍ଧମାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ କଡା ସୁରକ୍ଷା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିଭାଷଣ ଦେଇଥିଲେ ।

ଏହି ସମୟରେ ଅର୍ଥ ମନ୍ତ୍ରୀଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ରହିଛନ୍ତି । ସ୍ଥାନୀୟ ପୋଲିସ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୫୬ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦର ପରେଡ଼ ପ୍ରଦର୍ଶନ କରିଥିଲେ । ଏଥିସହ କୁନି କୁନି ଶିଶୁ ମାନେ ଦେଶଭକ୍ତି ଉପରେ ସୁନ୍ଦର ପ୍ରଦର୍ଶନ ମଧ୍ୟ କରିଛନ୍ତି ।

ଏହି ସମୟରେ ଓଡ଼ିଶା ଏବେ ବିକାଶ ପଥେ ଆଗେ ଇଛି ଶିକ୍ଷା ସ୍ବାସ୍ଥ୍ୟ ଉପରେ ରାଜ୍ୟ ସରକାର ଅନେକ କାର୍ଯ୍ୟ କରିଛନ୍ତି l କନ୍ଧମାଳ ଜିଲାରେ ଅନେକ ପ୍ରାକୃତିକ ସମ୍ପଦ ଭରପୁର ରହିଛି । ଏଠିକାର କଳାସଂସ୍କୃତି ନିଆରା ଅନେକ ପ୍ରାକୃତିକ ପରିବେଶ ରହିଛି କନ୍ଧମାଳରେ ଭରି ରହିଛି । ଯାହା ପାଇଁ ଓଡିଶାରେ କନ୍ଧମାଳ ର ସ୍ବତନ୍ତ ସ୍ଥାନ ରହିଛି ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅଭିଭାଷଣରେ କହିଛନ୍ତି । ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉପହାର ବଣ୍ଟନ କରାଯାଇଛି । ଏହି ଅବସରରେ ଜିଲ୍ଲା ପ୍ରେସ କ୍ଲବ ତରଫରୁ ବୃଦ୍ଧା ଆଶ୍ରମରେ ଫଳ, ବିସ୍କୁଟ୍, ବଣ୍ଟନ କରାଯାଇଥିବା ବେଳେ ଏସବିଆଇ ତରଫରୁ କଏଦୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ, ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା

ସୂଚନା ଥାଉ କି, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବିଆର ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ଆଜିିର ଦିନକୁ ସାରା ଦେଶ ଧୁମଧାମରେ ପାଳନ କରୁଛି l

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.