ETV Bharat / state

କେନ୍ଦ୍ରାପଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ

author img

By ETV Bharat Odisha Team

Published : Jan 26, 2024, 9:05 PM IST

republic day 2024
ସାଧାରଣତନ୍ତ୍ର ଦିବସ ୨୦୨୪

Republic Day: କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳ ହୋଇଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସ ୨୦୨୪

କେନ୍ଦ୍ରାପଡ଼ା: ସମଗ୍ର ଦେଶ ପାଳିଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ସମଗ୍ର ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲାସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତୀୟ ସମ୍ବିଧାନର ନୀତି ଆଦର୍ଶ ବିଷୟରେ କହି ସମ୍ବୋଧନ କରିଛନ୍ତି ଜିଲ୍ଲାପାଳ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅଭିବାଦନ ଗ୍ରହଣ କରିଥିଲେ।

ସୂଚନା ଅନୁସାରେ,କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜରୁ ୩୦ ଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଅମ୍ରିତ ଋତୁରାଜ ଦେଶ ଉଦ୍ଦେଶ୍ୟରେ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାସହ ସ୍ୱାଧୀନତା ସଂଗ୍ରାମରେ କେନ୍ଦ୍ରାପଡ଼ା ଜିଲ୍ଲାର ଅବଦାନ ଓ ସରକାରୀ ସ୍ତରରେ ଜିଲ୍ଲାକୁ ମିଳିଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟରେ କହିଥିଲେ। 'ବଳିଆ ଯୋଜନା'ରେ ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସର୍ବାଧିକ ଅନୁଦାନ ମିଳିଥିବା ସେ କହିଛନ୍ତି । କୃଷିପ୍ରଧାନ ଜିଲ୍ଲା ଭାବେ କେନ୍ଦ୍ରାପଡ଼ା ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିବା କହିଛନ୍ତି । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଢୌକନ ସହ ଟୋପି ପିନ୍ଧାଇ ପଦବନ୍ଦନା କରାଯାଇଛି । ଏହାସହ ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହା ମଧ୍ୟ ମଢନ୍ତୁ...କଳାହାଣ୍ଡିରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ପରିବହନ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ, ଗାନ୍ଧୀମାର୍ଗରେ ଦୃଷ୍ଟି ଆକର୍ଷଣ କଲା ସାହିଯାତ ନୃତ୍ୟ

ଏହା ମଧ୍ୟ ପଢନ୍ତୁ...ପୁରୀ-କଟକରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଡମ୍ବର ଭାବେ ଏହି ଜାତୀୟ ଦିବସକୁ ଜିଲ୍ଲାର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନମାନଙ୍କ ଉପସ୍ଥିତିରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଥିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମଦକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପିତାମ୍ବର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ ମହାନ୍ତି ଉପସ୍ଥିତ ରହି ଜାତୀୟ ଦିବସର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ। ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନକୁ ମଧ୍ୟ ବେଶ ଧୁମଧାମରେ ପାଳିଛନ୍ତି ଦେଶବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.