ETV Bharat / state

କେନ୍ଦୁଝର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ CEO, ଅବାଧ ଭୋଟ ଗ୍ରହଣକୁ ଗୁରୁତ୍ବ - CEO Reviewed Election Preparations

author img

By ETV Bharat Odisha Team

Published : May 17, 2024, 7:08 AM IST

Odisha CEO Visits Kendujhar : କେନ୍ଦୁଝର ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଅବାଧ ଭୋଟ ଗ୍ରହଣ ସଂପର୍କରେ ଦେଇଛନ୍ତି ସୂଚନା । ଅଧିକ ପଢ଼ନ୍ତୁ,

Odisha CEO Visits Kendujhar
Odisha CEO Visits Kendujhar (ETV Bharat Odisha)

Odisha CEO Visits Kendujhar (ETV Bharat Odisha)

କେନ୍ଦୁଝର: ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ କେନ୍ଦୁଝର ଗସ୍ତ। ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି ନିକୁଞ୍ଜ ବିହାରୀ ଧଳ । କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ୬ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ନିକୁଞ୍ଜ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ଠାରେ ଆୟୋଜିତ ସମସ୍ତ ରିଟର୍ଡିଂ ଅଫିସର ଓ ନୋଡାଲ ଅଫିସର ମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ ଧଳ। ସେ ଜିଲ୍ଲାରେ କରାଯାଇଥିବା ମତଦାନ କେନ୍ଦ୍ର ଗୁଡିକରେ ପାନୀୟ ଜଳ, ବିଦ୍ୟୁତ, ଦିବ୍ୟାଙ୍ଗ ମାନଙ୍କ ପାଇଁ ରାମ୍ପ, ଶୌଚାଳୟ ଏବଂ ଖରାରୁ ବର୍ତ୍ତିବା ପାଇଁ ଅସ୍ଥାୟୀ ଆଶ୍ରୟ ସ୍ଥଳ ନିର୍ମାଣ ଆଦିକୁ ଗୁରୁତ୍ବ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ । ସମୀକ୍ଷା ବୈଠକ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାଃ ଏନ୍. ତିରୁମାଲା ନାଏକ ମିନିକନଫରେ ହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।

ନିକୁଞ୍ଜ ବିହାରୀ ଧଳ ସଖି ବୁଥ, ହୋମ ଭୋଟିଂ, ବାଲାଟ ପେପର, ଭୋଟ ହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବାପାଇଁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଦ୍ଵାରା ଆହୁରି ଅଧ‌ିକ ସହଜ ଓ ସରଳ କରିହେବ ବୋଲି ସୂଚନା ଦେବା ସହ ଆପ୍ ବ୍ୟବହାର ଉପରେ ପର୍ଯ୍ୟାପ୍ତ କୁଶଳୀ ହେବାକୁ କହିଥିଲେ ନିକୁଞ୍ଜ । ସି-ଭିଜିଲ ଆପ, ଆଦର୍ଶ ଆଚରଣ ବିଧି, ଖର୍ଚ୍ଚ ବିବରଣୀ ଆଦି ଟିମ ଗୁଡିକର କାର୍ଯ୍ୟ ପଦ୍ଧତି ମଧ୍ଯ ସମୀକ୍ଷା କରି ଆହୁରି ତତ୍ପରତା ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ବିଷୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଚଳିତ ନିର୍ବାଚନରେ ସମସ୍ତ ବର୍ଗର ଭୋଟରଙ୍କୁ ଅନ୍ତର୍ଭୁକ୍ତ କରାଯିବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉ ଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ପୋଲିଂ ପାର୍ଟି ନିର୍ବାଚନ ପାଇଁ ବୁଥକୁ ଯିବା ପୂର୍ବରୁ ଏବଂ ନିର୍ବାଚନ ସାରି ଇଭିଏମ ମେସିନ ଗ୍ରହଣ ଓ ଦାଖଲ ପର୍ଯ୍ୟନ୍ତ ଆବଶ୍ୟକୀୟ କାଉଣ୍ଟର କରିବା ପାଇଁ କହିଥିଲେ । ସମ୍ଭାବ୍ୟ କାଳବୈଶାଖୀ ଝଡ଼ ବର୍ଷାର ଆଶଙ୍କା ରହିଲେ ଟେଣ୍ଟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଖଲ୍ଲିକୋଟ ହିଂସା ନେଇ ସିଇଓଙ୍କ ନିର୍ଦ୍ଦେଶ, 'ନିର୍ବାଚନୀ ହିଂସା ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନିଅ' - CEO On Khallikote Violence

ନିର୍ବାଚନ ଦିନ ବକାଷ୍ଟି ମାଧ୍ୟମରେ ଜିଲ୍ଲାର ୬୦ ପ୍ରତିଶତ ବୁଥର ନିର୍ବାଚନ ପ୍ରକ୍ରିୟାର କାର୍ଯ୍ୟଧାରା ଜିଲ୍ଲା ଏବଂ ରିଟର୍ଡିଂ ଅଫିସରଙ୍କ କାର୍ଯ୍ୟାଳୟ ସ୍ତରରେ ନିରୀକ୍ଷଣ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର କର୍ମଚାରୀଙ୍କୁ ଯେପରି ନିର୍ବାଚନ ଦିନ ଭୋଟ ଦେବା ଲାଗି ପ୍ରାପ୍ୟ ଛୁଟି ମିଳେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାଃଏନ ତିରୁମାଲା ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧ୍ୟକ୍ଷକ ନନ୍ଦିନ କୁଶଲକର, ଆଇଏଏସ ପ୍ରୋବେସନର ପ୍ରେକ୍ଷା ଅଗ୍ରଓ୍ବାଲ, ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଏବଂ ନିର୍ବାଚନ ସମ୍ବନ୍ଧୀୟ କମିଟି ଓ ନୋଡ଼ାଲ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ନିର୍ବାଚନରେ ବ୍ୟବହୃତ କଳା ଟଙ୍କା ଓ ଅବକାରୀ ଦ୍ରବ୍ୟର ଅବାଧ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଗଠିତ ସ୍କ୍ୟାଡ ଧରପଗଡ଼ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେବା ସହ ସମ୍ବେଦନଶୀଳ ବୁଥ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ଆରକ୍ଷୀ ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବୈଧ କାରବାର, ଅବକାରୀ ଦ୍ରବ୍ୟ ରୋକିବାକୁ ଅଧିକ ଚେକ ପୋଷ୍ଟସହ ପୁଲିସ ମୁତୟନ ଜରୁରୀ ବୋଲି କହିଥିଲେ ଧଳ । ଲାଇସେନ୍ସ ବନ୍ଧୁକ ଜମା କରିବା ସହିତ ନିର୍ବାଚନକୁ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଅଧିକାରୀ ନିଜ ଦାୟିତ୍ବ ଶତ ପ୍ରତିଶତ ସଠିକ ଭାବେ ପାଳନ କରିବା ପରାମର୍ଶ ଦେଇଥିବା କହିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.