ETV Bharat / state

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାର ପର୍ଦ୍ଦାଫାସ, 2 ଗିରଫ

author img

By ETV Bharat Odisha Team

Published : Mar 1, 2024, 9:59 AM IST

୨ ଲୁଟେରାଙ୍କୁ ଗିରଫ କଲା ପୋଲିସ, ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ମାମଲା
୨ ଲୁଟେରାଙ୍କୁ ଗିରଫ କଲା ପୋଲିସ, ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ମାମଲା

2 Robbers Arrested: ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ ଘଟଣାର ପର୍ଦ୍ଦାଫାସ କଲା ବାଣପୁର ଥାନା ପୋଲିସ । ୨ ଜଣ ଗିରଫ ହେବା ସହ ଅନ୍ୟ ୬ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

୨ ଲୁଟେରାଙ୍କୁ ଗିରଫ କଲା ପୋଲିସ, ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ମାମଲା

ଖୋର୍ଦ୍ଧା: ବାଣପୁର ଥାନା ପୋଲିସକୁ ସଫଳତା । ପୋଲିସ କବଜାରେ ଲୁଟେରା । ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ ଘଟଣାର ପର୍ଦ୍ଦାଫାସ କଲା ବାଣପୁର ଥାନା ପୋଲିସ । ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରୁ ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର ୩ ଜଣ କର୍ମଚାରୀ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ଏହା ସହିତ ତାଙ୍କ ନିକଟରେ ଥିବା ୭ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ଫେରାର ହୋଇଯାଇଥିଲେ ।

ଏନେଇ ଗତକାଲି ଅପରାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ । ଲୁଟ ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା କୁମାରିପାରି ଗ୍ରାମର ଶାନ୍ତନୁ ତାରେଣି ଏବଂ ବାଣପୁର ଥାନା ଶାଳିଆଡ୍ୟାମ ନିକଟସ୍ଥ ପଣସଡିହ ଗ୍ରାମର ନିରଞ୍ଜନ ଶବର ।

ଏହା ମଧ୍ୟ ପଢନ୍ତୁ.. ଲକ୍ଷାଧିକ ଟଙ୍କା ଓ ସୁନା ଲୁଟି ଫେରାର୍ ଥିଲେ, 3 ଚୋରଙ୍କୁ ବାନ୍ଧିଲା ପୋଲିସ

ସେମାନଙ୍କ ନିକଟରୁ ୨ ଲକ୍ଷ ୪୭ ହଜାର ୫୦୦ ଟଙ୍କା, ମାରଣାସ୍ତ୍ର ଏବଂ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ତେବେ ଏହି ଲୁଟ ଘଟଣାରେ ସମୁଦାୟ ୮ ଜଣ ଅଭିଯୁକ୍ତ ସାମିଲ ଥିଲେ ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତ ଖଲ୍ଲିକୋଟ ଏବଂ ବେଗୁନିଆପଡା ଥାନା ଅଞ୍ଚଳର ହୋଇଥିବା ବେଳେ ବର୍ତ୍ତମାନ ସେମାନେ ଫେରାର ଅଛନ୍ତି । ତେବେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...୭ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ, ନଗଦ ଟଙ୍କା ସହ ସୁନାଗହଣା ଜବତ

ଏହି ସାମ୍ବାଦିକ ସମ୍ମିଳନୀରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ବାଣପୁର ଆଇଆଇସି ରମେଶ କୁମାର ଦେବତା, ଏଆସିଆଇ ସଞ୍ଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ଲୁଟ ସମ୍ପର୍କିତ ଲିଖିତ ଅଭିଯୋଗ ବାଣପୁର ଥାନାରେ ହେବା ପରେ ଘଟଣାକୁ ଗୁରୁତର ସହ ନେଇଥିଲେ ଏସପି ସିଦ୍ଧାର୍ଥ କଟାରିଆ । ନିଜେ ଘଟଣାସ୍ଥଳକୁ ଯାଇ ଛାନଭିନ କରିଥିଲେ ଏବଂ ଏସପିଙ୍କ ତତ୍ତ୍ବାବଧାନରେ ଏକାଧିକ ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.