ETV Bharat / state

ଲକ୍ଷାଧିକ ଟଙ୍କା ଓ ସୁନା ଲୁଟି ଫେରାର୍ ଥିଲେ, 3 ଚୋରଙ୍କୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Feb 20, 2024, 2:01 PM IST

ନବରଙ୍ଗପୁରରେ ଚୋରି ଘଟଣା; ୩ ଚୋରକୁ ବାନ୍ଧିଲା ପୋଲିସ
ନବରଙ୍ଗପୁରରେ ଚୋରି ଘଟଣା; ୩ ଚୋରକୁ ବାନ୍ଧିଲା ପୋଲିସ

Nabarangpur Robbery Case: ନବରଙ୍ଗପୁର ପୋଲିସକୁ ମିଳିଛି ସଫଳତା । ଚୋରି ମାମଲାରେ ଫେରାର ଥିବା ୩ ଚୋରକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଚୋରି ଘଟଣା; ୩ ଚୋରକୁ ବାନ୍ଧିଲା ପୋଲିସ

ନବରଙ୍ଗପୁର: ସହରର ନ୍ୟୁ କଲୋନୀରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଘରେ କେହି ନଥିବାର ସୁଯୋଗ ନେଇ ରାତିରେ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି କରିଥିବା ୩ ଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ନବରଙ୍ଗପୁର ପୋଲିସ । ଦୁଇ ମାସ ପରେ ଚୋରଙ୍କୁ କାବୁ କରାଯାଇଛି । ନବରଙ୍ଗପୁର ସହର ସେନାପତି ସାହି ଅନ୍ତର୍ଗତ ନ୍ୟୁ କଲୋନୀର ଗୁପ୍ତେଶ୍ଵର ସୁବୁଦ୍ଧି ନାମକ ବ୍ୟକ୍ତିଙ୍କ ଘରୁ ଏହି ଚୋରି ହୋଇଥିଲା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫୭ ହଜାର ଟଙ୍କାର ଗୋଟିଏ ମୋବାଇଲ ଫୋନ ଜବତ କରାଯିବା ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରିବା ପାଇଁ ଖୋଳଡାଡ କରୁଛି ପୋଲିସ ।

ସୂଚନା ମୁତାବକ, ଗତ ୭ ଡିସେମ୍ବରରେ ସେନାପତି ସାହି ଅନ୍ତର୍ଗତ ନ୍ୟୁ କଲୋନୀର ଗୁପ୍ତେଶ୍ଵର ସୁବୁଦ୍ଧିଙ୍କ ଘରେ କଳାକନା ବୁଲାଇଥିଲେ ଚୋର । ଗୁପ୍ତେଶ୍ଵର ନିଜ ମାଆଙ୍କ ସହ ସମ୍ପର୍କୀୟଙ୍କ ବାହାଘରରେ ଅଂଶଗ୍ରହଣ କରିବା ପାଇଁ ବ୍ରହ୍ମପୁରକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଘରୁ ଲୁଟ୍ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ଡିସେମ୍ୱର ମାସ ୧୧ ତାରିଖରେ ଗୁପ୍ତେଶ୍ଵର ନିଜ ଗାଁକୁ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣା ନେଇ ଗୁପ୍ତେଶ୍ଵର ସେହି ଦିନ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଏତଲାରେ ୭ ଲକ୍ଷ ଟଙ୍କା ସହ ଦୁଇଟି ସୁନା ମୁଦି, ଗୋଟିଏ ସୁନା ଚେନ, ଦୁଇଟି ସୁନା କାନ ଫୁଲ ଓ ରୂପା ଥାଳିଆ ସହ ରୂପା ଗ୍ଲାସ ଭଳି ଅନେକ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଦର୍ଶାଇଥିଲେ । ପୋଲିସ ତଦନ୍ତ କରି ଘଟଣାରେ ଜଡିତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ନବରଙ୍ଗପୁର ମିଶନ କମ୍ପାଉଣ୍ଡର ଜିସୁଦାନ ହିଆଲ, ସେନାପତି ସାହିର କିରଣ କୁମାର ଭୂମିଆ, ତୋଟା ସାହିର କୃଷ୍ଣ ଯାନୀ ।

ଏହା ମଧ୍ୟ ପଢନ୍ତୁ: ଦୁର୍ବୃତ୍ତଙ୍କ ଆତଙ୍କରାଜ, ବ୍ୟବସାୟୀଙ୍କ ବେକରେ ଖଣ୍ଡା ରଖି ଲୁଟିନେଲେ 14ଲକ୍ଷ ଟଙ୍କାର ସୁନା ଗହଣା

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଭାଲୁକାନାଡି ଗାଁରେ ବଡ ଧରଣର ଲୁଟ ହୋଇଥିଲା । ଗାଁର ଜଣେ ବ୍ୟବସାୟୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ 14 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟେରାମାନେ ନେଇଥିଲେ । ତେବେ ଜିଲ୍ଲାରେ ଦିନକୁ ଦିନ ଏପରି ଚୋରି, ଲୁଟ ଏବଂ ଡକାୟତି ଭଳି ଘଟଣା ବାରମ୍ୱାର ଘଟୁଥିବା ବେଳେ ଭୟଭୀତ ହୋଇପଡିଛନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ: କଟକରେ ଦୁଇ ଆନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.