ETV Bharat / state

କଟକରେ ଦୁଇ ଆନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Feb 18, 2024, 7:33 PM IST

କଟକରେ ଦୁଇ ଅନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ
କଟକରେ ଦୁଇ ଅନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

Two Looters Arrest: ପୋଲିସ ପଞ୍ଝାରେ ଡ଼କାୟତି ଗ୍ୟାଙ୍ଗ । ମହିଳା ଓ ବୟସ୍କଙ୍କୁ କରୁଥିଲେ ଟାର୍ଗେଟ । ଅଭିଯୁକ୍ତ ମାନେ ହେଲେ ଯାଜପୁର ଅଞ୍ଚଳର ଦୀପକ ପ୍ରଧାନ ଓ ଭୋଳା ପ୍ରଧାନ । ଅଧିକ ପଢନ୍ତୁ

କଟକରେ ଦୁଇ ଅନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । ପୋଲିସ ହାତରେ ଧରାପଡ଼ିଲେ ଦୁଇ ସୁନା ଚେନ୍ ଲୁଟେରା । ସେମାନଙ୍କ ଠାରୁ ତିନୋଟି ସୁନା ଚେନ୍ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୁରୀଘାଟ ପୋଲିସ । ଦୁଇ ଲୁଟେରା ହେଉଛନ୍ତି ଯାଜପୁର ଅଞ୍ଚଳର ଦୀପକ ପ୍ରଧାନ ଓ ଭୋଳା ପ୍ରଧାନ ।ଏହାସହ ସୁନା ଚେନ୍ କିଣିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଉଭୟଙ୍କୁୁ କୋର୍ଟ ଚାଲାଣ କାଯାଇଥିବା ସୂଚନା ମିଳିଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ପୋଲିସ ଡିସିପି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତ ୧୫ ତାରିଖ ରାତି ୯ଟା ସମୟରେ ଦୋଳାମୁଣ୍ଡାଇ ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଝାମ୍ପି ଫେରାର ହୋଇ ଯାଇଥିଲେ ଦୁଇ ଲୁଟେରା । ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଆଜି ପୋଲିସ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।

ଏହି ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଓଡ଼ିଶାର ବିଭିନ୍ନ ଥାନାରେ ମାମଲା ରହି ଥିବାବେଳେ,ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ରହିଥିବା ପୋଲିସ କହିଛି । ଏମାନେ ରାସ୍ତାରେ ଯାଉଥିବା ମହିଳା ଏବଂ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟ କରିଥାନ୍ତି ବୋଲି କହିଛନ୍ତି ଅତିରିକ୍ତ ଡିସିପି । ସେହିପରି ଏହି ଦୁଇ ଜଣଙ୍କ ସହ ସାମିଲ ଥିବା ଆଉ ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ ...ଟଙ୍କା ଆଗରେ ଫିକା ପଡିଲା ସମ୍ପର୍କ, ବାପାକୁ ମାଡ ମାରି ପୁଅ ଗିରଫ

ସେହିପରି ଗତ କିଛି ଦିନ ତଳେ ପୋଲିସର ପରିଚୟ ଦେଇ ଲୁଟ କରିଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଥିଲା ପୋଲିସ । ନିଜକୁ ପୋଲିସ କହି ରାସ୍ତାରୁ ଲୋକଙ୍କୁ ଲୁଟୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା । ଗତ ୯ ତାରିଖରେ ମଙ୍ଗଳାବାଗ ସ୍ଥିତ ରାଜହଂସ ସାମ୍ନାରୁ କୋଲକାତାର ସୁଜିତ୍ ପାଲଙ୍କ ଲୁଟର ଶିକାର ହୋଇଥିଲେ ।ଏହାପରେ ସେ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମଟର ସାଇକେଲ,୪୦ ହଜାର ଟଙ୍କା, ତିନୋଟି ସୁନାମୁଦି ଓ ମୋବାଇଲ ଫୋନ ଜବତ କରିଥିଲା।

ଇଟିିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.