ETV Bharat / state

ଟଙ୍କା ଆଗରେ ଫିକା ପଡିଲା ସମ୍ପର୍କ, ବାପାକୁ ମାଡ ମାରି ପୁଅ ଗିରଫ

author img

By ETV Bharat Odisha Team

Published : Feb 18, 2024, 12:10 PM IST

Cuttack crime: କଟକରେ ଟଙ୍କା ପାଇଁ ବାପାକୁ ଘରେ ବନ୍ଦ କରି ମାଡ ମାରିବା ସହ ନିର୍ଯାତନା ଦେଲା ପୁଅ । ଅଭିଯୁକ୍ତ ଗିରଫ । ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାଁରେ ରହିଛି ଏକାଧିକ ଠକେଇ ମାମଲା । ଅଧିକ ପଢନ୍ତୁ

Etv Bharat
Etv Bharat

ବାପାଙ୍କୁ ମାଡ ମାରି ପୁଅ ଗିରଫ

କଟକ: ସମ୍ପର୍କରେ ଲାଗିଲା କଳଙ୍କ । ବାପା ଟଙ୍କା ନହେବାରୁ ଘର ଭିତରେ ବନ୍ଦ ରଖି ମାଡମାରିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ । ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାପାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ନାଁରେ ବେଳେ ଅଭିଯୁକ୍ତ ଜଣକ ଦୁର୍ଦ୍ଦାନ୍ତ ଅପରାଧୀ ସତ୍ୟରଞ୍ଜନ ସାମଲ ହୋଇଥିବା ବେଳେ ତା ନାଁରେ ପୂର୍ବରୁ 10ରୁ ଅଧିକ ମାମଲା ରହିଛି ।

ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ସୁବାଷ ଚନ୍ଦ୍ର ସାମଲଙ୍କ ଅଭିଯୋଗକୁ ଭିତ୍ତି କରି ଚାଉଳିଆଗଞ୍ଜ ଥାନାରେ କେସ ନମ୍ବର 47ରେ ଆଇପିସି ଧାରା 294, 323, 387, 506 ଦଫାରେ ମାମଲା ରୁଜ୍ଜୁ କରାଯାଇଥିଲା । ଅଭିଯୋଗକାରୀ ତାଙ୍କ ପୁଅ ସତ୍ୟରଞ୍ଜନଙ୍କ ନାଁର ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ତାଙ୍କୁ 10 ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ତାଙ୍କୁ ମାରପିଟ କରିବା ସହ ଘର ଭିତରେ ଅଟକ ରଖି ତାଙ୍କୁ ନିର୍ଯାତନା ଦେଇଥିଲେ । ଏଭଳିକି ମୋବାଇଲ ଛଡାଇ ନେବାକୁ ମଧ୍ୟ ଉଦ୍ୟମ କରୁଥିଲେ । କୌଶଳକ୍ରମେ ସେ ଏନେଇ ସେ ଥାନାରେ ଜଣାଇବାରୁ ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ

ଅଭିଯୁକ୍ତ ଜଣକ ଦୁର୍ଦ୍ଦାନ୍ତ ଅପରାଧୀ ସତ୍ୟରଞ୍ଜନ ସାମଲ ହୋଇଥିବା ବେଳେ ପୂର୍ବରୁ ତା ନାଁରେ ଠକେଇ, ମାରପିଟ ଅଭିଯୋଗରେ କଟକର ବିଭିନ୍ନ ଥାନାରେ 10ରୁ ଅଧିକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ସତ୍ୟରଞ୍ଜନ ଯୁବତୀମାନଙ୍କୁ ଡାକ୍ତରର ପରିଚୟ ଦେବା ସହ ବିବାହ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ ମଧ୍ୟ ପୂର୍ବରୁ ଗିରଫ ହୋଇଛି । ଠକେଇ ଟଙ୍କାରେ ଦାମୀ ଗାଡି ଚଢିବା ସହ ସୌଖିନ ଜୀବନଯାପନ କରୁଥିଲା ଅଭିଯୁକ୍ତ ଜଣକ ।

ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ସତ୍ୟରଞ୍ଜନକୁ ଗିରଫ କରିବା ସହ ଅଭ୍ୟାସଗତ ଅପରାଧି ଭାବେ 110 ଧାରା ମଧ୍ୟ ଲଗାଯାଇଥିବା ପୋଲିସ ସୂଚନା ଦେଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସୁବାଷ ଚନ୍ଦ୍ର ସାମଲ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବା ବେଳେ ତାଙ୍କୁ ଅନେକ ସମୟରେ ଏଭଳି ଧମକଚମକ ଦେଇ ମାରପିଟ କରି ଟଙ୍କା ନେଉଥିବା ନେଇ ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.