ETV Bharat / state

୭ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ, ନଗଦ ଟଙ୍କା ସହ ସୁନାଗହଣା ଜବତ

author img

By ETV Bharat Odisha Team

Published : Feb 13, 2024, 8:23 PM IST

୭ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ , ନଗଦ ଟଙ୍କା ସହ ସୁନାଗହଣା ଜବତ
୭ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ , ନଗଦ ଟଙ୍କା ସହ ସୁନାଗହଣା ଜବତ

Police arrested 7 members of inter state robbery gang: ୭ ଜଣିଆ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କେନ୍ଦୁଝର ପୋଲିସ । ସେମାନଙ୍କ ପାଖରୁ ଗୋଟିଏ ସୁନା ମଙ୍ଗଳ ସୂତ୍ର, ଦୁଇଟି କାନ ଫୁଲ, ଗୋଟିଏ ସୁନା କଏନ, ଗୋଟିଏ ରିଙ୍ଗ ସହିତ ୫୪ ହଜାର ୨୮୫ ଟଙ୍କାର ନଗଦ ପାଞ୍ଚଶହ ଟଙ୍କିଆ ନୋଟ ଜବତ । ଅଧିକ ପଢନ୍ତୁ

୭ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ , ନଗଦ ଟଙ୍କା ସହ ସୁନାଗହଣା ଜବତ

କେନ୍ଦୁଝର: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ୭ ଜଣିଆ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ କିଛି ଦିନ ପୂର୍ବରୁ ଧାନବେଣୀ ଗ୍ରାମର ହେମାନନ୍ଦ ମହାନ୍ତ ପାଟଣା ମାର୍କେଟରେ ଥିବା ଜୟ ଗୁରୁ ସୁନା ଗହଣା ଦୋକାନରୁ ଗହଣା କିଣି ନିଜ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ବୈତରଣୀ ନଦୀ ଶିବ ମନ୍ଦିର ନିକଟରେ ଏକ ଗ୍ୟାଙ୍ଗ ଦ୍ବାରା ସମସ୍ତ ସୁନା ଗହଣା ଡକାୟତି ହୋଇଥିଲା ।

ଏହି ଘଟଣାକୁ ଆଖି ଆଗରେ ରଖି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଗାଁ ଏସଡିପିଓ ଓ ଚମ୍ପୁଆ ଏସଡିପିଓଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଆଜି ଏହି ଟିମ୍ ଆନ୍ତଃ ରାଜ୍ୟ ଡ଼କାୟତି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ପାଖରୁ ଗୋଟିଏ ସୁନା ମଙ୍ଗଳ ସୂତ୍ର, ଦୁଇଟି କାନ ଫୁଲ, ଗୋଟିଏ ସୁନା କଏନ, ଗୋଟିଏ ରିଙ୍ଗ ସହିତ ୫୪ ହଜାର ୨୮୫ ଟଙ୍କାର ନଗଦ ପାଞ୍ଚଶହ ଟଙ୍କିଆ ନୋଟ ଏବଂ ଗୋଟିଏ ବଜାଜ ପଲସର ବାଇକ (ଅ ଆର-୦୨-ବି ଏକ୍ସ-୫୮୨୬ ) ସହିତ ଗୋଟିଏ ହିରୋ ସିବିଜେଡ୍ (ଓ ଆର-୦୫-ଏ କ୍ୟୁ-୨୩୪୩) ଏବଂ ୫ଟି ମୋବାଇଲ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ ... ହୁସିଆର ! ବିବାହ ମଣ୍ଡପରେ ମାତିଛନ୍ତି ଚୋର, ଗାଏବ କରୁଛନ୍ତି ଗହଣା ଟଙ୍କା ଭର୍ତ୍ତି ବ୍ୟାଗ୍

ଏହି ଛିନତାଇ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ନାମରେ ପୂର୍ବରୁ ଅନେକ ଜିଲ୍ଲାର ଥାନାରେ ସମ୍ପତ୍ତି ଭିତ୍ତିକ ଅପରାଧିକ ମାମଲାରେ ଜଡିତ ଥିବା ସୂଚନା ମିଳିଛି । କାବୁ କରାଯାଇଥିବା ଛିନତାଇ ଗ୍ୟାଙ୍ଗରେ ଗଞ୍ଜାମ ଜିଲ୍ଲାର ୫ ଜଣ ହେଲେ ଏ.ଶ୍ରୀନୁ (୩୦), କ୍ରୀଷ୍ଣା ଦାସ (୨୬), ଆଡେଲ୍ ଏସୁ(୩୨), ବିଜୟ ଦାସ(୪୦) ଓ ଏ. ଆବାଦ୍(୩୫) ଥିବା ବେଳେ ଯାଜପୁର ଜିଲ୍ଲାର ୨ ଜଣ ହେଲେ ଏ. ମାଲିଙ୍ଗା(୩୦) ଓ ଏ. ଶେଖର (୩୨) ବୋଲି ଜଣାପଡିଛି । ସମସ୍ତ ସାତଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସ୍.ଡି.ପି.ଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.