ETV Bharat / sports

ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Feb 26, 2024, 8:48 AM IST

Pramod Bhagat
Pramod Bhagat

BWF Para Badminton World Championships: ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ । ଫାଇନାଲରେ ଇଂଲଣ୍ଡର ଜାନିଏଲ ବେଥେଲଙ୍କୁ ପରାସ୍ତ କଲେ । ଅଧିକ ପଢନ୍ତୁ

ଭୁବନେଶ୍ୱର: ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ପ୍ରମୋଦ ଭଗତଙ୍କୁ ସଫଳତା ମିଳିଛି । ଥାଇଲାଣ୍ଡରେ ଚାଲିଥିଲା ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ । ସେ ଏସଏଲ 3 ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲ ମ୍ୟାଚରେ ପ୍ରମୋଦ ଇଂଲଣ୍ଡର ଜାନିଏଲ ବେଥେଲଙ୍କୁ ପରାସ୍ତ କରିଥିଲେ । 21-14, 21-15 ସେଟରେ ଜାନିଏଲ ବେଥେଲଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ।

ପଞ୍ଚମ ଥର ପାଇଁ ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । 2009, 2015, 2019 ଓ 2022ରେ ସେ ଏସଏଲ 3 ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଖେଳାଳି ମୋଦି 18ଟି ପଦକ ଜିତିଛନ୍ତି । ସେଥି ମଧ୍ୟରୁ 3ଟି ସ୍ବର୍ଣ୍ଣ, 4ଟି ରୌପ୍ୟ ଓ 11ଟି ବ୍ରୋଞ୍ଜ ପଦକ ରହିଛି ।

ଏହା ମଧ୍ୟ ପଢନ୍ତୁ-Japan Para Badminton: ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣିମ ସଫଳତା, ରୌପ୍ୟ ଜିତିଲେ ଦୀପ ରଞ୍ଜନ

ଗତ ବର୍ଷ ହାଙ୍ଗଝୌରେ ଶେଷ ହୋଇଥିବା ପାରା ଏସୀୟ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଥିଲେ ପ୍ରମୋଦ । ପାରା ଏସୀୟ କ୍ରୀଡାର ବ୍ୟାଟମିଣ୍ଟନରେ ମୋଟ 3ଟି ପଦକ ହାସଲ କରିଥିଲେ ସେ । ବିଶ୍ବରେ ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଥିବାରୁ ପ୍ରମୋଦଙ୍କୁ 2 କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ଜାପାନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିଲେ ଟୋକିଓ ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ । ପୁରୁଷ ସିଙ୍ଗଲ୍ସ ଏସଏଲ 3 ଫାଇନାଲ ମ୍ୟାଚରେ ପ୍ରମୋଦ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଫାଇନାଲ ମୁକାବିଲାରେ ନିଜ ଦେଶର ମନୋଜ ସରକାରଙ୍କୁ ପରାସ୍ତ କରିଥିଲେ ପ୍ରମୋଦ ।

ଏହା ମଧ୍ୟ ପଢନ୍ତୁ-CM Naveen felicitates Para athletes: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାରା ଆଥଲେଟ ପ୍ରମୋଦ ଓ ସୌନ୍ଦର୍ଯ୍ୟ

2022 ଟୋକିଓରେ ଆୟୋଜିତ ହୋଇଥିବା ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ଦୁଇଟି ପଦକ ହାସଲ କରିଥିଲେ ପ୍ରମୋଦ ଭଗତ । ସିଙ୍ଗଲ୍ସରେ ସ୍ବର୍ଣ୍ଣ ଓ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଏସଏଲ3 ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ପ୍ରମୋଦ 21-19, 21-19 ସେଟରେ ନୀତେଶ କୁମାରଙ୍କୁ ପରାସ୍ତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.