ETV Bharat / sports

CM Naveen felicitates Para athletes: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାରା ଆଥଲେଟ ପ୍ରମୋଦ ଓ ସୌନ୍ଦର୍ଯ୍ୟ

author img

By ETV Bharat Odisha Team

Published : Nov 4, 2023, 7:41 AM IST

Asian Para Games
Asian Para Games

ପାରା ଏସୀୟ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଥିବାରୁ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

ଭୁବନେଶ୍ବର: ପାରା ଆଥଲେଟ୍ସ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ହାଙ୍ଗଝୌରେ ଶେଷ ହୋଇଥିବା ପାରା ଏସୀୟ କ୍ରୀଡାରେ ଦମଦାର ପ୍ରଦର୍ଶନ କରି ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରିଥିବାରୁ ପ୍ରମୋଦଙ୍କୁ 2 କୋଟି ଓ ସୌନ୍ଦର୍ଯ୍ୟକୁ 1.5 କୋଟି ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରମୋଦ ଭଗତ ପାରା ଏସୀୟ କ୍ରୀଡାରେ ବ୍ୟାଟମିଣ୍ଟନରେ ମୋଟ 3ଟି ପଦକ ହାସଲ କରିଥିବା ବେଳେ ସୌନ୍ଦର୍ଯ୍ୟ ଚେସରେ 2ଟି ପଦକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asian Para Games: ଅନ୍ତିମ ଦିନରେ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ, ଚେସ ଓ ଜାଭେଲିନରେ ଭାରତକୁ ସ୍ବର୍ଣ୍ଣ

ମୁଖ୍ୟମନ୍ତ୍ରୀ ଦୁଇ କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ପାରାଗେମ୍ସରେ ଓଡିଶାର ପାରା-ଆଥଲେଟ୍ସଙ୍କ ପ୍ରଦର୍ଶନ ଉଚ୍ଚକୋଟିର । ତାଙ୍କ ପାଇଁ ଆମେ ଆଜି ଗର୍ବିତ । ସେମାନଙ୍କର କଠିନ ପରିଶ୍ରମ, ପ୍ରତିଭା ବଳରେ ସେମାନେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ଅଟେ । ସେହିପରି ଆଗାମୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ଦୁଇ କ୍ରିଡାବିତଙ୍କୁ ସମର୍ଥନ ଜଣାଇଛନ୍ତି । ଆଗକୁ ପ୍ୟାରିସ ଅଲିମ୍ପିକ୍ସ ଖେଳିବ ପ୍ରମୋଦ ଭଗତ । ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଏବଂ ପ୍ରମୋଦ ଭାଗବତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asian Para Games 2023: ଚମକିଲେ ଓଡିଆ ପୁଅ, ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍ସ ଏସଏଲ3 ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ । ନିଜ ଦେଶର ନିଦେଶ କୁମାରଙ୍କୁ ହରାଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଫାଇନାଲରେ 22-20, 18-21, 21-19ରେ ବିଜୟ ହାସଲ କରିଥିଲେ ପ୍ରମୋଦ । 2018 ପାରା ଏସୀୟ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ଦୁଇଠି କାଂସ୍ୟ ପଦକ ଜିତିଥିଲେ । ପୁରୁଷ ଯୁଗଳ ପ୍ରତିଯୋଗିତା ସେମିଫାନାଲରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ପ୍ରମୋଦ ଓ ସୁକାନ୍ତ ଯୋଡି 22-21, 21-13,12-21 ସେଟ୍‌ରେ ଇଣ୍ଡୋନେସି ଯୋଡ଼ିକୁ ପରାସ୍ତ କରିଥିଲେ । ଏହା ସହିତ ପ୍ରମୋଦ ଭଗତ ତାଙ୍କ ଯୋଡ଼ି ମନୀଷା ରାମଦାସଙ୍କ ସହିତ ମିଶ୍ରିତ ଯୁଗଳ ଏକ୍ସଡି ଏସଏଳ 3 ASU 5 ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ସୌନ୍ଦର୍ଯ୍ୟ ଟିମ ରାପିଡ ଭିଆଇ ବି-1 ଚେସରେ ସ୍ବର୍ଣ୍ଣ ଜିତିଥିବା ବେଳେ ବ୍ୟକ୍ତିଗତ ରାପିଡ ଭିଆଇ ବି1ଚେସରେ ରୌପ୍ୟ ପଦକ ହାସଲ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.