ETV Bharat / sports

Asian Para Games: ଅନ୍ତିମ ଦିନରେ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ, ଚେସ ଓ ଜାଭେଲିନରେ ଭାରତକୁ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Oct 28, 2023, 11:12 AM IST

ପାରା ଏସୀୟ କ୍ରୀଡାରେ ପୁରୁଷ ଚେଷ ଟିମକୁ ସ୍ବର୍ଣ୍ଣ । ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ ଯାବଦ । ଅଧିକ ପଢନ୍ତୁ

asian para games
asian para games

ହାଙ୍ଗଝୌ: ପାରା ଏସୀୟ କ୍ରୀଡାରେ ଭାରତୀୟ କ୍ରୀଡାବିତଙ୍କ ଜାରି ରହିଛି ଚମତ୍କାର ପ୍ରଦର୍ଶନ । ଅନ୍ତିମ ଦିନରେ ଭାରତକୁ ସ୍ବର୍ଣ୍ଣ ପଦକ ବର୍ଷା ହେବା ସହ 100 ପାର କରିଛି ମେଡାଲ ସଂଖ୍ୟା । ଆଉ ତିନୋଟି ଇଭେଣ୍ଟରେ ଭାରତକୁ ପୁଣି 3ଟି ସ୍ବର୍ଣ୍ଣ ପଦକ ମିଳିଛି । ଭାରତୀୟ ପୁରୁଷ ଚେଷ ଟିମକୁ ସ୍ବର୍ଣ୍ଣ ପଦକ । ପୁରୁଷ ଚେଷ ଟିମ B1 ବିଭାଗରେ ଅଶ୍ବିନୀ, ଦର୍ପନ ଓ ସୌନ୍ଦର୍ଯ୍ୟ ବିଜୟୀ ହୋଇଛନ୍ତି । ସେହିପରି ପୁରୁଷ ଚେଷ B1 ବିଭାଗରେ ଦର୍ପନ ଇନାନି ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ସୌନ୍ଦର୍ଯ୍ୟ ପ୍ରଧାନ ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନ୍ୟପଟେ ପୁରୁଷ ଜାଭେଲିନ ଥ୍ରୋ F55ରେ ଭାରତକୁ ଦୁଇଟି ପଦକ ମିଳିଛି । ନୀରଜ ଯାବଦ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଟେକ ଚାନ୍ଦ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସେହିପରି ମହିଳା 1500 ମିଟର ଦୌଡରେ ଭାରକୁ ବ୍ରୋଞ୍ଜ ପଦକ ମିଳିଛି । ମହିଳା 1500 ମିଟର ଦୌଡ T-20 ବର୍ଗରେ ପୂଜା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asian Para Games: ଭାରତର ଐତିହାସିକ ସଫଳତା, ଶତକ ଛୁଇଁଲା ପଦକ ସଂଖ୍ୟା

ପାରା ଏସୀୟ କ୍ରୀଡାର ଆଜି ଅନ୍ତିମ ଦିନରେ ମଧ୍ୟ ଭାରତୀୟ କ୍ରୀଡାବିତଙ୍କ ପ୍ରଦର୍ଶନ ଦମଦାର ରହିଛି । ଆଜିର ଦିନରେ ବର୍ତ୍ତମାନ ସୁଦ୍ଧା 4ଟି ସ୍ବର୍ଣ୍ଣ ପଦକ ହାସଲ କରିଛିଛି ଭାରତ । ଫଳରେ ପଦକ ସଂଖ୍ୟା 106ରେ ପହଞ୍ଚିଛି । ସେଥି ମଧ୍ୟରୁ 29ଟି ସ୍ବର୍ଣ୍ଣ, 30ଟି ରୌପ୍ୟ ଓ 47ଟି ବ୍ରୋଞ୍ଜ ପଦକ ରହିଛି । ଅନ୍ତିମ ଦିନରେ ପ୍ରଥମେ ପୁରୁଷ 400 ମିଟର T47 ଇଭେଣ୍ଟରେ ଭାରତ ପାଇଁ ଦିଲ୍ଲୀପ ମହାଡୁ ଗାଭିଟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହାପରେ ଭାରତର ପଦକ ସଂଖ୍ୟା 100 ଛୁଇଁଥିଲା । ଚଳିତ ପାରା ଏସୀୟ କ୍ରୀଡାରେ ଇତିହାସ ରଚିଛି ଭାରତ । ପ୍ରଥମ ଥର ପାଇଁ ଭାରତର ପଦକ ସଂଖ୍ୟା 100 ପାର କରିଛି। କ୍ରୀଡାବିତଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପାରା ଏସୀୟ କ୍ରୀଡାର ତୃତୀୟ ସଂସ୍କରଣରେ ଭାରତର ପଦକ ସଂଖ୍ୟା 72 ରହିଥିଲା । ଚଳିତ ସଂସ୍କରଣରେ ଭାରତର ପଦକ ସଂଖ୍ୟାରେ ଉନ୍ନତି ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.