ETV Bharat / sports

Asian Para Games 2023: ଚମକିଲେ ଓଡିଆ ପୁଅ, ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

author img

By ETV Bharat Odisha Team

Published : Oct 27, 2023, 9:35 AM IST

Updated : Oct 27, 2023, 9:56 AM IST

Asian Para Games 2023
pramod bhagat wins medal Asian Para Games

ପାରା ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ଅଧିକ ପଢନ୍ତୁ

ହଙ୍ଗଝୌ: ଚତୁର୍ଥ ପାରା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ଓଡିଆ ଖେଳାଳି ପ୍ରମୋଦ ଭଗତ । ଚୀନ୍‌ର ହଙ୍ଗଝୌରେ ଚାଲିଥିଲା ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍ସ ଏସଏଲ3ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ନିଜ ଦେଶର ନିଦେଶ କୁମାରଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ 22-20, 18-21, 21-19ରେ ବିଜୟ ହାସଲ କରିଥିଲେ ପ୍ରମୋଦ । 2018 ପାରା ଏସୀୟ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ ।

ପୁରୁଷ ଓ ମିଶ୍ରିତ ଯୁଗଳ ଫାଇନାଲରେ ପ୍ରବେଶ କରି ପାରନିଥିଲେ ମଧ୍ୟ ପାରା ଏସୀୟ କ୍ରୀଡା ପୁରୁଷ ଏକକ ଫାଇନାଲରେ ପ୍ରବେଶ କରି ଚମତ୍କାର ପ୍ରଦର୍ଶନ କରିଛନ୍ତି ପ୍ରମୋଦ । ସ୍ବର୍ଣ୍ଣ ପଦକ ଲଢେଇରେ ନିଜ ଦେଶରେ ନୀତେଶ କୁମାରଙ୍କୁ ପରାସ୍ତ କରିଛନ୍ତି । ସେମିଫାଇନାଲ ନ୍ୟାଚରେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ 21-13, 21-12ରେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଥିଲେ ପ୍ରମୋଦ । ଫାଇନାଲରେ ନୀତେଶଙ୍କୁ ହରାଇ ଐତିହାସିଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ । ନୀତେଶଙ୍କୁ ରୌପ୍ୟ ପଦକ ମିଳିଛି ।

ପ୍ରକାଶ ଥାଉ କି ଗତକାଲି(ଗୁରୁବାର) ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ଦୁଇଠି କାଂସ୍ୟ ପଦକ ଜିତିଥିଲେ । ପୁରୁଷ ଯୁଗଳ ପ୍ରତିଯୋଗିତା ସେମିଫାନାଲରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ପ୍ରମୋଦ ଓ ସୁକାନ୍ତ ଯୋଡି 22-21, 21-13,12-21 ସେଟ୍‌ରେ ଇଣ୍ଡୋନେସି ଯୋଡ଼ିକୁ ପରାସ୍ତ କରିଥିଲେ । ଏହା ସହିତ ପ୍ରମୋଦ ଭଗତ ତାଙ୍କ ଯୋଡ଼ି ମନୀଷା ରାମଦାସଙ୍କ ସହିତ ମିଶ୍ରିତ ଯୁଗଳ ଏକ୍ସଡି ଏସଏଳ 3 ASU 5 ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି ଭାରତୀୟ ଯୋ଼ଡି ଇଣ୍ଡୋନେସିଆର ହିକମାସ ରମଦାନୀ ଓ ଲିଆନି ଓକଟିଲାଙ୍କଠାରୁ 19-21,14-21ରେ ପାରାସ୍ତ ହୋଇ କାଂସ୍ୟ ପଦକ ଜିତିଥିଲେ । ପୂର୍ବରୁ କ୍ବାର୍ଟରରେ ଜାପାନର ତାଇୟୋ ଇମାଇ ଓ ନୋରିକା ଇଟୋଙ୍କୁ ପରାସ୍ତ କରି ସେମିକୁ ଉଠିଥିଲେ ।

ଏହା ବି ପଢନ୍ତୁ...Asian Para Games: ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରମୋଦ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...Asian Para Games: ପୂର୍ବ ରେକର୍ଡ ଭାଙ୍ଗି ଇତିହାସ ରଚିଲା ଭାରତ, ପଦକ ସଂଖ୍ୟା 73ରେ ପହଞ୍ଚିଲା

ଅକ୍ଟୋବର 23 ତାରିଖରୁ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ କମାଲ ଦେଖିବାକୁ ମିଳିଛି । ଏଯାବତ ଭାରତର ମୋଟ ପଦକ ସଂଖ୍ୟା 89ରେ ପହଞ୍ଚିଛି । ସେଥିରେ 21ଟି ସ୍ବର୍ଣ୍ଣ, 25ଟି ରୌପ୍ୟ ଓ 43ଟି ବ୍ରୋଞ୍ଜ ପଦକ ସାମିଲ ରହିିଛି ।

Last Updated :Oct 27, 2023, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.