ETV Bharat / sports

Japan Para Badminton: ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣିମ ସଫଳତା, ରୌପ୍ୟ ଜିତିଲେ ଦୀପ ରଞ୍ଜନ

author img

By ETV Bharat Odisha Team

Published : Nov 14, 2023, 8:02 AM IST

Japan Para Badminton
Pramod Bhagat win gold at japan para badminton

ଜାପାନ ପାରା ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ । ଅଧିକ ପଢନ୍ତୁ

ଭୁବନେଶ୍ବର: ଜାପାନରେ ଚମକିଲେ ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ । ଜାପାନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଟୋକିଓ ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ । ପୁରୁଷ ସିଙ୍ଗଲ୍ସ ଏସଏଲ 3 ଫାଇନାଲ ମ୍ୟାଚରେ ପ୍ରମୋଦ ବାଜି ମାରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲ ମୁକାବିଲାରେ ନିଜ ଦେଶର ମନୋଜ ସରକାରଙ୍କୁ 21-16, 21-19 ଗେମରେ ପରାସ୍ତ କରି ଗୋଲ୍ଡ ମେଡାଲ ଜିତିଛନ୍ତି । ସେହିପରି ପୁରୁଷ ଡବଲ୍ସ ଏସଏଲ 3-ଏସଏଲ4 ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି ଦୀପ ରଞ୍ଜନ ବିଶୋଇ ।

  • Indomitable Odisha duo, Pramod Bhagat and Deep Ranjan Bisoyee won the #Gold 🥇 and #Silver 🥈 medal in men’s SL3 singles and SL3-SL4 doubles events respectively at the Japan Para Badminton International in Tokyo. 🏸

    Congratulations! 👏🏻👏🏻👏🏻#OdishaForSports pic.twitter.com/jTREpfVFZV

    — Odisha Sports (@sports_odisha) November 13, 2023 " class="align-text-top noRightClick twitterSection" data=" ">

ପୁରୁଷ ସିଙ୍ଗଲ୍ସ ଏସଏଲ 3 ଫାଇନାଲରେ ମନୋଜ ସରକାର ଓ ପ୍ରମୋଦଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଦୁହିଁଙ୍କ ମଧ୍ୟରେ 38 ମିନିଟ ଧରି ମ୍ୟାଚ ଖେଳା ଯାଇଥିଲା । ଫାଇନାଲ ମ୍ୟାଚରେ ନିଜ ଦେଶର ମନୋଜ ସରକାରଙ୍କୁ 21-16, 21-19 ଗେମରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ ।

ଅନ୍ୟପଟେ ପୁରୁଷ ଡବଲ୍ସରେ ଦୀପ ରଞ୍ଜନ ଓ ମନୋଜ ସରକାର ଯୋଡି ଫାଇନାଲରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି । ଏହି ଯୋଡି 19-21, 21-18, 17-21ରେ ନିହାଲ ଗୁପ୍ତା ଓ ନବୀନ ଶିବକୁମାରଙ୍କ ଠାରୁ ପରାସ୍ତ ହୋଇଥିଲେ । ଜାପାନ ପାରା ବ୍ୟାଡମିଣ୍ଟନରେ ଓଡିଶାରୁ ମୋଟ 4ଜଣ ଭାଗ ନେଇଥିଲେ । ସେମାନେ ହେଲେ ପ୍ରମୋଦ, ଦୀପ ରଞ୍ଜନ, ସୁଭ୍ରଜିତ ମହାରଣା ଓ ଦିଲେଶ୍ବର ରାଓ ।

ଏହା ବି ପଢନ୍ତୁ...Asian Para Games 2023: ଚମକିଲେ ଓଡିଆ ପୁଅ, ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

ଏହା ବି ପଢନ୍ତୁ...Thailand Para Badminton: ସ୍ବର୍ଣ୍ଣିମ ସଫଳତା, ପ୍ରମୋଦଙ୍କୁ ଡବଲ୍ ସ୍ବର୍ଣ୍ଣ

ପ୍ରକାଶ ଥାଉ କି, ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ ଚତୁର୍ଥ ପାରା ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ପ୍ରମୋଦ ଭଗତ । ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍ସ ଏସଏଲ3ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସମ୍ମାନଜନକ ପ୍ରତିଯୋଗିତାର ପୂର୍ବ ସଂସ୍କରଣରେ (2018) ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏସୀୟ ପାରା କ୍ରୀଡାରେ ପ୍ରମୋଦ ମୋଟ 3ଟି ପଦକ ଜିତିଥିଲେ । ସ୍ବର୍ଣ୍ଣିମ ସଫଳତା ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ଦୁଇଠି କାଂସ୍ୟ ପଦକ ଜିତିଥିଲେ ।

ଚଳିତ ବର୍ଷ କ୍ରୀଡାରେ ପ୍ରମୋଦଙ୍କୁ ଅନେକ ସଫଳତା ମିଳିଛି । ଏସୀୟ କ୍ରୀଡା ପୂର୍ବରୁ ଗତ ମେ' ମାସରେ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ । ପ୍ରମୋଦ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ଡବଲ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.